ମସ୍କୋ/କ୍ୱିଭ୍, ୨୨।୬ : ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧକୁ ୧୧୯ ଦିନ ବିତିଲାଣି। ୟୁକ୍ରେନର ବାୟୁସେନା ଦାବି କରିଛି ଯେ ରୁଷିଆର ଗୋଟିଏ କ୍ଷେପଣାସ୍ତ୍ର, ଦୁଇଟି ଡ୍ରୋନ ଏବଂ ଦୁଇଟି ଗୁଳି ଡିପୋକୁ ନଷ୍ଟ କରିଦେଇଛି। ୟୁକ୍ରେନ ଏୟାରଫୋର୍ସ ଏହି ସୂଚନା ଫେସବୁକରେ ଶେୟାର କରିଛି। ବିବୃତ୍ତିରେ କୁହାଯାଇଛି ଯେ ବାୟୁସେନା କ୍ୱିଭ୍ ଏବଂ ଡୋନେଟସ୍କ ଅଞ୍ଚଳରେ ଦୁଇଟି ଡ୍ରୋନ ଉପରେ ଗୁଳି କରିଛି। ଯୁଦ୍ଧରେ ୩୪ ହଜାର ରୁଷିଆ ସୈନ୍ୟଙ୍କ ମୃତ୍ୟୁ ଘଟିଛି।
ଯୁଦ୍ଧ ମଧ୍ୟରେ ରୁଷିଆ ୟୁକ୍ରେନର ଦୁଇଜଣ ପୂର୍ବତନ ଆମେରିକୀୟ ସୈନିକଙ୍କୁ କାବୁ କରିଛି, ସେମାନଙ୍କ ନାମ ଆଲେକ୍ସଜାଣ୍ଡାର୍ ଡ୍ରକ ଏବଂ ଆଣ୍ଡି ହୁଇନ। ବୋଲି ରୁଷିଆ ଦାବି କରିଛି ଯେ ଉଭୟେ ୟୁକ୍ରେନ ତରଫରୁ ଏହି ଯୁଦ୍ଧରେ ଜଡିତ ଥିଲେ। ୟୁକ୍ରେନ ଅଧିକାରୀମାନେ କହିଛନ୍ତି ଯେ ରୁଷିଆ ବିରୋଧରେ ଲଢ଼ିବା ପାଇଁ ଉଭୟେ ୟୁକ୍ରେନ ସେନାରେ ଯୋଗ ଦେଇଥିଲେ।