Posted inରାଜ୍ୟ

ସମ୍ଭାବ୍ୟ ବାତ୍ୟା, ଚିନ୍ତାରେ ଚାଷୀ: ୩୪୦ ଏକର ପାଚିଲା ଧାନଫସଲ ନଷ୍ଟ ଆଶଙ୍କା

ନାଉଗାଁ,୨୨ା୧୦(ସୁଧା ବେହୁରା): ସମ୍ଭାବ୍ୟ ବାତ୍ୟା ଓଡ଼ିଶା ଉପକୂଳ ଛୁଇଁପାରେ ବୋଲି ପାଣିପାଗ ବିଶେଷଜ୍ଞମାନେ ପୂର୍ବାନୁମାନ କରୁଥିବାବେଳେ ଉପକୂଳ ଓଡିଶାରେ ପ୍ରବାଳ ବର୍ଷା ହେବାର ଆଶଙ୍କା ରହିଛି। ଏନେଇ ନାଉଗଁା ବ୍ଲକରେ ଚାଷୀମାନେ ଚିନ୍ତାରେ ପଡ଼ିଛନ୍ତି। ବ୍ଲକରେ ସମୁଦାୟ ୭ ହଜାର ହେକ୍ଟର ଚାଷ ଜମିରେ ଶାରଦ ଓ ଲଘୁଜାତୀୟ ଧାନ ଚାଷ କରାଯାଇଛି।

କୃଷି କାର୍ଯ୍ୟାଳୟରୁ ମିଳିଥିବା ତଥ୍ୟ ଅନୁସାରେ,ବ୍ଲକରେ ୩୪୦ ଏକର ଜମିରେ ଲଘୁଜାତୀୟ ଧାନ ଚାଷ କରାଯାଇଛି। ଓଷକଣା ଶିଖର ଗଳଧାରୀ, କୋରୁଅ, ଡେରିକି ଆଦି ପଞ୍ଚାୟତରେ ଏହି ଚାଷ କରାଯାଇଛି। ଉକ୍ତ ଲଘୁ ଜାତୀୟ ଧାନ ପାଖାପାଖି ଶତକଡା ୯୦ ଭାଗ ପାଚିଯାଇଛି। ଏହି ଲଘୁଜାତୀୟ ଧାନ ଅକ୍ଟୋବରରେ ହିଁ ଅମଳ କରାଯାଇଥାଏ। ଚାଷୀମାନେ ଧାନ ଅମଳ କରିବାକୁ ବସିଥିବା ବେଳେ ସମ୍ଭାବ୍ୟ ବାତ୍ୟାରେ ଯଦି ପ୍ରବଳ ବର୍ଷା ହୁଏ ତେବେ ତେବେ ପାଚିଲା ଧାନ ନଷ୍ଟ ହେବା ଆଶଙ୍କା ଥିବାରୁ ଚାଷୀମାନେ ତରବରିଆ ହୋଇ ଅଧା ପାଚିଲା ଧାନ କାଟୁଛନ୍ତି। ସେହିପରି ତିରୁଣା, ଜାମୁଗଁା, ଡାବର ଆଦି ପଞ୍ଚାୟତରେ ଶାରଦ ଧାନ ଚାଷ ହୋଇଥିବା ବେଳେ ଧାନଥୋଡ ବାହାରିବା ଉପରେ ରହିଛି।

ଏସବୁ ପଞ୍ଚାୟତରେ ଧାନ ଥୋଡ ବାହାରିବା ସମୟରେ ହିଁ ରବି ଚାଷ ପାଇଁ ବିହନ ପକାଯାଇଥାଏ। ତେଣୁ ଅଧିକାଂଶ ଚାଷୀ ବିରି, ମୁଗ ଆଦି ବୁଣାବୁଣି କରିସାରିଛନ୍ତି। ଯଦି ବର୍ଷା ହୁଏ ତେବେ ରବି ଫସଲ ମଧ୍ୟ ନଷ୍ଟ ହେବାର ସମ୍ଭାବନା ରହିଛି। ଏବିଷୟରେ ନାଉଗଁା ବ୍ଲକ କୃଷି ଅଧିକାରୀ ଅଗ୍ନିପଣ୍ଡାଙ୍କୁ ପଚାରିବାରେ ଲଘୁ ଜାତୀୟ ଧାନ ପ୍ରାୟ ପାଚିଗଲାଣି। ଅତ୍ୟଧିକ ବର୍ଷା ହେଲେ ପାଚିଲା ଧାନ ପାଣିରେ ପଡି ରହିଲେ ଗଜା ହେବାର ସମ୍ଭାବନା ରହିଛି ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମହାନଦୀରେ ମାଛ ଧରୁଥିବାବେଳେ ଭାସିଗଲେ ୬ ମତ୍ସ୍ୟଜୀବୀ: ୫ ଜଣ ଉଦ୍ଧାର, ଜଣେ ନିଖୋଜ

ମହାକାଳପଡ଼ା,୧ା୪(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଜମ୍ବୁ ସାମୁଦ୍ରିକ ଥାନା ଅନ୍ତର୍ଗତ ରାମନଗର ପଞ୍ଚାୟତ ବନ୍ତନାଶି-ମହାନଦୀ ମୁହାଣ ମାଉଥଠାରେ ମଙ୍ଗଳବାର ଅପରାହ୍ନରେ ୬...

୩୦ OASଙ୍କୁ ମିଳିଲା IAS ପାହ୍ୟା, ଜାଣନ୍ତୁ କିଏ କିଏ ପାଇଲେ ପଦୋନ୍ନତି

ଭୁବନେଶ୍ୱର,୧ା୪: ରାଜ୍ୟ ସରକାରଙ୍କ ୩୦ ବରିଷ୍ଠ ଓଡ଼ିଶା ପ୍ରଶାସନିକ ସେବା(ଓଏଏସ୍‌) ଅଧିକାରୀଙ୍କୁ ଏପ୍ରିଲ ପହିଲାରେ ଭାରତୀୟ ପ୍ରଶାସନିକ ସେବା(ଆଇଏଏସ୍‌) ପାହ୍ୟାକୁ ପଦୋନ୍ନତି ମିଳିଛି। ଏସଂକ୍ରାନ୍ତରେ କେନ୍ଦ୍ର...

ରାମନବମୀ ପାଇଁ ମୁତୟନ ହେବେ ୨୬ ପ୍ଲାଟୁନ୍‌ ଫୋର୍ସ: ସ୍ଥିତି ସମୀକ୍ଷା କଲେ କ୍ରାଇମବ୍ରାଞ୍ଚ ଡିଜି

ଭଦ୍ରକ,୧।୪(ସନାତନ ରାଉତ): ଭଦ୍ରକରେ ରାମନବମୀ ଶାନ୍ତିଶୃଙ୍ଖଳାର ସହ ପାଳନ ପାଇଁ କ୍ରାଇମବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ର ମଙ୍ଗଳବାର ଅପରାହ୍ନ ୫ଟାରେ ଏସ୍‌ପିଙ୍କ ଅଫିସ୍‌ରେ ସ୍ଥିତି ସମୀକ୍ଷା...

ଧାନ ସଂଗ୍ରହ ଶେଷ: ଜାଣନ୍ତୁ ଏବର୍ଷ କିଣାହେଲା କେତେଟନ୍‌

ଭୁବନେଶ୍ୱର,୧।୪: ଧାନ ସଂଗ୍ରହ ଶେଷ ହୋଇଥିବା ଯୋଗାଣ ମନ୍ତ୍ରୀ କୃଷ୍ଣ ପାତ୍ର ସୂଚନା ଦେଇଛନ୍ତି, ସେ କହିଛନ୍ତି, ମାର୍ଚ୍ଚ ୩୧ ସୁଦ୍ଧା ଧାନ ସଂଗ୍ରହ ଶେଷ...

‘ନ୍ୟାୟ ନ ମିଳିଲେ ଯାତ୍ରା ଜଗତରୁ ସନ୍ୟାସ ନେବି, ପ୍ରମାଣ ଦେଲେ ୩ ବର୍ଷ ବିନା ପାରିଶ୍ରମିକରେ ଅଭିନୟ କରିବି’

ଭୁବନେଶ୍ୱର,୧।୪: ଯାତ୍ରା ହାସ୍ୟ ଅଭିନେତା ନରି ପଣ୍ଡାଙ୍କୁ ମାଡ ଘଟଣାରେ ନୂଆ ମୋଡ଼ ନେଇଛି। ସେ ଥାନାରେ ଏତଲା ଦେଇ କହିଛନ୍ତି, କୌଣସି ପରିସ୍ଥିତିରେ ମାଡ...

ଏପ୍ରିଲ ୩ରୁ ୩ ଦିନ ଧରି କୁଆପଥର ବର୍ଷା

ଭୁବନେଶ୍ୱର,୧।୪: ଏପ୍ରିଲ ୩ରୁ ୩ ଦିନ ଧରି ବିଜୁଳି ଘଡ଼ଘଡ଼ି ସହ କୁଆପଥର ବର୍ଷା ହେବ। ଏ ନେଇ ପାଣିପାଗ ବିଭାଗ ୯ ଜିଲାକୁ ଅରେଞ୍ଜ...

କାଲିଠୁ ଯୁକ୍ତ ଦୁଇ ଖାତାଦେଖା, ଏହି ତାରିଖ ସୁଦ୍ଧା ପ୍ରକାଶ ପାଇବ ରେଜଲ୍ଟ

ଭୁବନେଶ୍ୱର,୧ା୪: ଆସନ୍ତାକାଲି ଅର୍ଥାତ୍‌ ବୁଧବାରଠାରୁ +୨ ଖାତାଦେଖା ଆରମ୍ଭ ହେବ। ତେବେ ମେ’ ୧୫ ସୁଦ୍ଧା ରେଜଲ୍ଟ ପ୍ରକାଶ ପାଇବ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା...

ଓଡ଼ିଶା ଦିବଶରେ ବିଜେଡିକୁ କଟାକ୍ଷ: ବିଜେଡିର ନାହିଁ…

ଭୁବନେଶ୍ୱର,୧।୪: ଓଡ଼ିଶା ଦିବଶରେ ବିଜେଡିକୁ କଟାକ୍ଷ କଲେ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। କହିଲେ ବିଜେଡିର ଭାଷା ଜ୍ଞାନ ନାହିଁ । ଭାଷାକୁ କଦର୍ଥ କରିଥିଲା ବିଜେଡି,ପାତ୍ର...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image