ଆଜି ରାଜଧାନୀରୁ ୩୪୨ ପଜିଟିଭ୍‌ ଚିହ୍ନଟ, ଆକ୍ରାନ୍ତଙ୍କ ସଂଖ୍ୟା ୧୮୨୬୭କୁ ବୃଦ୍ଧି

ଭୁବନେଶ୍ୱର,୧୯ା୯(ବ୍ୟୁରୋ): ଶନିବାର ରାଜଧାନୀରୁ ଆଉ ୩୪୨ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଭୁବନେଶ୍ୱରରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୧୮,୨୬୭ରେ ପହଞ୍ଚିଥିବା ବିଏମ୍‌ସି ପକ୍ଷରୁ ସୂଚନା ଦିଆଯାଇଛି। ଏମାନଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ୍‌ରୁ ୧୦୪ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨୩୮ ଜଣ ସ୍ଥାନୀୟ ସଂକ୍ରମିତ ଅଟନ୍ତି। ସେହିପରି ଆଜି ୪୨୧ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

ସୂଚନାଯୋଗ୍ୟ, ରାଜଧାନୀରେ ବର୍ତ୍ତମାନ ସୁଦ୍ଧା ଆକ୍ରାନ୍ତଙ୍କ ସଂଖ୍ୟା ୧୮,୨୬୭ରେ ପହଞ୍ଚିଥିବା ବେଳେ ୧୪,୦୫୨ ଜଣ ସୁସ୍ଥ ହୋଇଛନ୍ତି। ୪,୧୩୩ ଜଣ ଚିକିତ୍ସିତ ହେଉଛନ୍ତି। ୬୮ ଜଣଙ୍କ ମୃତ୍ୟୁ ଘଟିଛି।

Share