ଏହି ଅଭିନେତ୍ରୀଙ୍କ ସହ ହ୍ରିତିଙ୍କ ଅନ୍ତରଙ୍ଗ ଫଟୋ ଭାଇରାଲ ପରେ ହୋଇଥିଲା ହଙ୍ଗାମା

ବଲିଉଡର ସୁପରଷ୍ଟାର ହ୍ରିତିକ ରୋଶନଙ୍କ ଆଜି ଜନ୍ମଦିନ। ୨୦୦୦ର ହିଟ ଫିଲ୍ମ ‘କହୋନା ପ୍ୟାର୍‌ ହୈ’ ରୁ ସେ ବଲିଉଡରେ ଡେବ୍ୟୁ କରିଥିଲେ । ପରେ ହ୍ରିତିକ ସୁଜାନେ ଖାନଙ୍କୁ ବିବାହ କରିଥିଲେ। ତେବେ, ୨୦୧୪ରେ ଉଭୟଙ୍କ ଛାଡପତ୍ର ହୋଇଥିଲେ। ସେହି ସମୟରେ କୁହାଯାଇଥିଲା ଯେ, ସେମାନଙ୍କ ଛାଡପତ୍ର କାରଣ ହ୍ରିତିକ ଓ କଙ୍ଗନା ରାଣାଓ୍ବତଙ୍କର ପ୍ରେମ ସମ୍ପର୍କ । କିନ୍ତୁ ପରେ ଏହା କେବଳ ଗୁଜବ ପ୍ରମାଣିତ ହୋଇଥିଲା। ହ୍ରିତିକ ଏବଂ କଙ୍ଗନା ‘କାଇଟ୍‌ସ’ ଏବଂ ‘କ୍ରିଶ୍‌ ୩’ ରେ ଏକାଠି କାମ କରିଥିଲେ। ସେତେବେଳେ ଉଭୟଙ୍କ ସମ୍ପର୍କ ବିଷୟରେ ଖବର ଆସିଥିଲା। କଙ୍ଗନା ଏକ ସାକ୍ଷାତକାରରେ କହିଥିଲେ, ହ୍ରିତିକ ସୁଜାନେଙ୍କଠାରୁ ଅଲଗା ହେବା ପରେ ତାଙ୍କୁ ବିବାହ କରିବେ ବୋଲି କହିଥିଲେ। ଏହାର ଜବାବରେ ହ୍ରିତିକ କହିଥିଲେ ଯେ, କଙ୍ଗନାଙ୍କ ସହ ତାଙ୍କର କୌଣସି ସମ୍ପର୍କ ନାହିଁ। ସେ କଙ୍ଗନାଙ୍କୁ ଏକୁଟିଆ କେବେ ଭେଟି ନାହାନ୍ତି । ପରେ କଙ୍ଗନା ଏବଂ ହ୍ରିତିକଙ୍କର ଏ ଅନ୍ତରଙ୍ଗ ଫଟୋ ଲିକ୍‌ ହୋଇଥିଲା। ଫଟୋରେ ହ୍ରିତିକଙ୍କ ବାହୁରେ କଙ୍ଗନା ନଜର ଆସିଥିଲେ। ୨୦୧୩ ରୁ ୨୦୧୪ ମଧ୍ୟରେ ହ୍ରିତିକଙ୍କୁ ୧୦୦ ଟି ଇମେଲ ଆସିଥିଲା। କୁହାଯାଇଥିଲା ଯେ, ଏହି ଇମେଲଗୁଡିକ କଙ୍ଗନା ମେଲ୍‌ ଆଇଡିରୁ ପଠାଯାଇଥିଲା। କଙ୍ଗନା ଏକ ସାକ୍ଷାତକାରରେ ହ୍ରିତିକଙ୍କୁ ‘ନିର୍ବୋଧ ଏକ୍ସ’ କହିବା ପରେ ବିବାଦ ଆରମ୍ଭ ହୋଇଥିଲା। ପରେ ହ୍ରିତିକ୍‌ ତାଙ୍କୁ ଲିଗାଲ ନୋଟିସ ପଠାଇଲେ। ବର୍ତ୍ତମାନ ଏହାର ତଦନ୍ତ କ୍ରାଇମ ବ୍ରାଞ୍ଚ ଇଣ୍ଟେଲିଜେନ୍ସ ୟୁନିଟ ଦ୍ୱାରା କରାଯାଉଛି। ସେହି ମେଲଗୁଡିକରେ ଏହା ଲେଖାଯାଇଥିଲା , ‘ମୁଁ ପ୍ରତିଦିନ ସକାଳେ ଏହିପରି ଇମେଲ ପଠାଇ ବିରକ୍ତ ହୋଇଗଲିଣି। ଗତ କିଛି ମାସ ମଧ୍ୟରେ ଆମର ସମ୍ପର୍କ ନଷ୍ଟ ହୋଇଯାଇଛି । କିନ୍ତୁ ଯେତେବେଳେ ଆମେ ଦୁହେଁ ସମ୍ପର୍କକୁ ସଜାଡିଦେବା ସେତେବେଳେ ଜିନିଷଗୁଡ଼ିକ ବଦଳିବା ଆରମ୍ଭ କରିବ। ମୁଁ ମୋର ଯଥାସମ୍ଭବ ଚେଷ୍ଟା କରିବି ତୁମକୁ ଖୁସି ରଖିବାକୁ।

Share