Categories: ବାଣିଜ୍ୟ

ପଲିସିଧାରୀଙ୍କୁ ୩୪୪ କୋଟିର ବୋନସ

ନୂଆଦିଲ୍ଲୀ,୧୦।୬: ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ରିଲାଏନ୍ସ ନିପ୍ପନ ଲାଇଫ୍‌ ଇନ୍‌ସ୍ୟୁରାନ୍ସ ପକ୍ଷରୁ ବୋନସ ଘୋଷଣା କରାଯାଇଛି। ବିଶେଷକରି ୨୦୨୨-୨୩ ଆର୍ଥତ୍କ ବର୍ଷରେ କମ୍ପାନୀର ଅଂଶ ଗ୍ରହଣକାରୀ ପଲିସିଧାରୀଙ୍କ ପାଇଁ ମୋଟ ୩୪୪ କୋଟି ଟଙ୍କାର ବୋନସ ରାଶି ଘୋଷଣା ହୋଇଛି। ଏପରିକି ୨୦୨୧-୨୨ ଆର୍ଥତ୍କ ବର୍ଷ ତୁଳନାରେ ୬୫% ଅଭିବୃଦ୍ଧି ଲାଭ ଭାବେ ମୋଟ ୧୦୮ କୋଟି ଟଙ୍କା ବିତରଣ ସହ କମ୍ପାନୀ ୨୦୨୨-୨୩ ଆର୍ଥତ୍କ ବର୍ଷରେ ଏକ ଶକ୍ତିଶାଳୀ ଆର୍ଥତ୍କ ପ୍ରଦର୍ଶନ କରିପାରିଛି। ଏ ସମ୍ପର୍କରେ ରିଲାଏନ୍ସ ନିପ୍ପନ ଲାଇଫ୍‌ ଇନ୍‌ସ୍ୟୁରାନ୍ସର ଇଡି ତଥା ସିଇଓ ଆଶିଷ ବୋହରା କହିଥିଲେ, ଆମର ସମସ୍ତ ଗ୍ରାହକଙ୍କୁ ସମୃଦ୍ଧତା ଏବଂ ମାନସିକ ଶାନ୍ତି ପ୍ରଦାନ କରିବା ହେଉଛି ଆମର ମୂଳ ଉଦ୍ଦେଶ୍ୟ। ବିଶେଷକରି ୫.୬ ଲକ୍ଷରୁ ଅଧିକ ଗ୍ରାହକଙ୍କୁ ଲାଭ ପହଞ୍ଚାଉଥିବା ଏହି ବୋନସ ଘୋଷଣାକରି ଆମେ ବେଶ୍‌ ଉତ୍ସାହିତ।

Share