ଆଜି ରାଜ୍ୟରୁ ୩୪୫ ଆକ୍ରାନ୍ତ ଚିହ୍ନଟ, ଯାଜପୁରରୁ ସର୍ବାଧିକ

ଭୁବନେଶ୍ୱର,୨୫ା୨(ବ୍ୟୁରୋ): ଶୁକ୍ରବାର ରାଜ୍ୟରୁ ୩୪୫ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨,୮୪,୩୨୩ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି। ଏଥିମଧ୍ୟରୁ କ୍ୱାରାଣ୍ଟାଇନ୍‌ରୁ ୨୦୨ ଜଣ ଚିହ୍ନଟ ହୋଇଥିବା ବେଳେ ୧୪୩ ଜଣ ସ୍ଥାନୀୟ ସଂକ୍ରମିତ ଅଟନ୍ତି। ଏହି ଆକ୍ରାନ୍ତମାନଙ୍କ ମଧ୍ୟରେ ୧୧୧ ଜଣ ଶିଶୁ ବି ଅଛନ୍ତି।

ଆଜି ଯାଜପୁରରୁ ସର୍ବାଧିକ ୫୨ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସୁନ୍ଦରଗଡ଼ରରୁ ୩୯ ଏବଂ ଅନୁଗୋଳରୁ ୩୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସେହିପରି ବାଲେଶ୍ୱର ୬, ବରଗଡ଼ ୮, ଭଦ୍ରକ ୬, ବଲାଙ୍ଗୀର ୧, ବୌଦ୍ଧ ୩, କଟକ ୫, ଢେଙ୍କାନାଳ ୩, ଗଜପତି ୨୭, ଗଞ୍ଜାମ ୧୭, ଜଗତସିଂହପୁର ୨, ଝାରସୁଗୁଡ଼ା ୧୭, କଳାହାଣ୍ଡି ୪, କନ୍ଧମାଳ ୨, କେନ୍ଦ୍ରାପଡ଼ା ୧୨, କେନ୍ଦୁଝର ୪, କୋରାପୁଟ ୧, ମାଲକାନଗିର ୧, ମୟୂରଭଞ୍ଜ ୧୬, ନବରଙ୍ଗପୁର ୫, ନୟାଗଡ଼ ୨, ନୂଆପଡ଼ା ୭, ପୁରୀ ୪, ରାୟଗଡ଼ା ୮, ସମ୍ବଲପୁରରୁ ୨୯ ଏବଂ ସୋନପୁରରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଷ୍ଟେଟ୍‌ ପୁଲ୍‌ ସଂଖ୍ୟା ରହିଛି ୬।

ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୧୨,୮୪,୩୨୩ରେ ପହଞ୍ଚିଥିବା ବେଳେ ୧୨,୭୧,୮୪୩ ଜଣ ସୁସ୍ଥ ହୋଇଛନ୍ତି। ୩୩୭୫ ଜଣ ଚିକିିତ୍ସିତ ହେଉଛନ୍ତି।

Share