Categories: ଖେଳ

ବିଶ୍ୱକପ ବିଜେତାଙ୍କୁ ୩୪୭ କୋଟି ଟଙ୍କା, ରନର୍ସ ଅପ ଦଳଙ୍କୁ ମିଳିବ ୨୪୮ କୋଟି…

ଦୋହା,୧୮।୧୨ : କତାରରେ ଖେଳାଯିବାକୁ ଥିବା ଫିଫା ବିଶ୍ୱକପ ଫାଇନାଲରେ ଫ୍ରାନ୍ସ ରବିବାର ଭାରତୀୟ ସମୟ ଅନୁଯାୟୀ ରାତି ୮ଟା ୩୦ରୁ ଦୋହାସ୍ଥିତ ଲୁସେଲ ଷ୍ଟାଡିୟମରେ ଆର୍ଜେଣ୍ଟିନାକୁ ଭେଟିବ। ଲିଓନେଲ ମେସିଙ୍କ ଆର୍ଜେଣ୍ଟିନା ମଧ୍ୟ ତୃତୀୟ ଥର ପାଇଁ ଟାଇଟଲ ଜିତିବାକୁ ଲକ୍ଷ୍ୟ ରଖିବ। ସେହିପରି ଡିଫେଣ୍ଡିଂ ଚାମ୍ପିୟନ ଫ୍ରାନ୍ସ ତୃତୀୟ ଥର ପାଇଁ ଟାଇଟଲ ଜିତିବାକୁ ଚେଷ୍ଟା କରିବ। ଇତିମଧ୍ୟରେ ଫ୍ରାନ୍ସ ମୋରୋକୋକୁ ପରାସ୍ତ କରିଛି ଏବଂ ଟାଇଟଲ ମୁକାବିଲାରେ ଆର୍ଜେଣ୍ଟିନା କ୍ରୋଏସିଆକୁ ପରାସ୍ତ କରିଛି।

ଫାଇନାଲ ମ୍ୟାଚର ବିଜେତା ଦଳକୁ ୩୪୭ କୋଟି ଟଙ୍କା ଏବଂ ରନର୍ସ ଅପକୁ ୨୪୮ କୋଟି ଟଙ୍କା ଦିଆଯିବ। ସେହିପରି କ୍ରୋଏସିଆକୁ ୨୨୩ କୋଟି ଟଙ୍କା ଏବଂ ମରକ୍କୋକୁ ୨୦୬ କୋଟି ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯିବ।

Share