ଥମୁନି ସଂକ୍ରମଣ: ରାଜଧାନୀରୁ ଆଜି ଚିହ୍ନଟ ହେଲେ ୩୪୯ କରୋନା ଆକ୍ରାନ୍ତ, ଜାଣନ୍ତୁ କେଉଁଠୁ କେତେ

ଭୁବନେଶ୍ୱର,୨୪।୯(ବ୍ୟୁରୋ): ରାଜଧାନୀରେ ଥମିବାର ନାଁ ନେଉନାହିଁ କରୋନା ସଂକ୍ରମଣ। ଗୁରୁବାର ସହରରୁ ପୁଣି ୩୪୯ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୯୮୯୩କୁ ବୃଦ୍ଧି ପାଇଛି। ସେଥିରୁ ୧୬୧୧୯ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୩୬୮୩ ଆକ୍ଟିଭ୍‌ କେସ୍‌ ରହିଛି। ଏହାଛଡ଼ା ୭୬ଜଣଙ୍କ କରୋନାରେ ମୃତ୍ୟୁ ଘଟିଛି। ତେବେ ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ୧୨୦ କ୍ୱାରାଣ୍ଟାଇନ୍‌ କେସ୍‌ ରହିଥିବା ବେଳେ ୨୨୯ଜଣ ଲୋକାଲ କେସ୍‌ ରହିଛି। ଏତଦ୍‌ବ୍ୟତିତ ୩୭୩ ସୁସ୍ଥ ହୋଇଥିବା ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ପକ୍ଷରୁ ଟୁଇଟ୍‌ କରି ସୂଚନା ଦିଆଯାଇଛି।

Share