ଭୁବନେଶ୍ୱର,୨୫।୫: ରାଜ୍ୟରେ ଲୋକ ସଭା ଏବଂ ବିଧାନସଭା ଲାଗି ତୃତୀୟ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେଉଛି। ଶନିବାର ଅପରାହ୍ନ ୧ଟା ସୁଦ୍ଧା ରାଜ୍ୟରେ ୩୫.୬୯% ମତଦାନ ହୋଇଛି। ଅନୁଗୋଳରେ ୩୬.୩୬% ଭୋଟିଂ ହୋଇଥିବାବେଳେ କଟକରେ ୩୩.୩୩ % ମତଦାନ ହୋଇଛି । ସେହିଭଳି ଦେବଗଡରେ ସର୍ବାଧିକ ୪୧ % ଓ ଢେଙ୍କାନାଳରେ ୩୫.୬୯ % ଭୋଟିଂ ହୋଇଛି । କେନ୍ଦୁଝରରେ ୩୫.୫୯ %, ଖୋର୍ଦ୍ଧାରେ ୩୩.୫୫ %, ମୟୂରଭଞ୍ଜରେ ୩୫.୯୧ %, ନୟାଗଡରେ ୩୭.୬୯ %, ପୁରୀରେ ୩୭.୯୬ %, ସମ୍ବଲପୁର-୩୮.୨୮ % ଭୋଟିଂ ହୋଇଥିବା ରାଜ୍ୟ ନିର୍ବାଚନ କମିଶନ ପକ୍ଷରୁ ସୂଚନା ଦିଆଯାଇଛି ।