Advertisement

୩୫ ଘଡ଼ିଆଳ କୁମ୍ଭୀର ଛୁଆ ଜନ୍ମ

ପୁରୁଣାକଟକ,୩୦ା୫(ଡି.ଏନ.ଏ.): ମହାନଦୀ ବନ୍ୟପ୍ରାଣୀ ବନଖଣ୍ଡ କୁଶଙ୍ଗ ରେଞ୍ଜ ଅନ୍ତର୍ଗତ ସୁନାଖଣିଆ ବିଟ ଅଞ୍ଚଳର ମହାନଦୀ ଭିତରେ ୩୫ଟି ଘଡିଆଳ କୁମ୍ଭୀର ଛୁଆ ଜନ୍ମ ନେଇଛନ୍ତି। ଆଗକୁ ଏହି ସଂଖ୍ୟା ଆହୁରି ବଢିବ ବୋଲି ଆଶା କରାଯାଉଛି। ମହାନଦୀ ବନ୍ୟପ୍ରାଣୀ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, କୁମ୍ଭୀରଙ୍କ ବାସସ୍ଥଳୀ କୁହାଯାଉଥିବା ସୁନାଖଣିଆ ବିଟ ମହାନଦୀରେ ରହୁଥିବା ଘଡିଆଳ ପ୍ରଜାତିର ମା’ କୁମ୍ଭୀର ଗତ ମାର୍ଚ୍ଚ ମାସ ୬ ତାରିଖରୁ ଅଣ୍ଡା ଦେବା ଆରମ୍ଭ କରିଥିଲା। ମେ ୨୪ ତାରିଖରୁ ଅଣ୍ଡାରୁ ଏହି ଛୁଆ ଜନ୍ମ ନେଇଛନ୍ତି। ଡିଏଫ୍‌ଓ ସାତକୋଶିଆ ଏବଂ ଡିଏଫ୍‌ଓ ମହାନଦୀ ବନ୍ୟପ୍ରାଣୀ ବିଭାଗ ଏହାର ସୁରକ୍ଷା ଦାୟିତ୍ୱରେ ରହିଥିଲେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share