Advertisement

୯ ଜିଲାପରିଷଦ ଜୋନ୍‌ ପାଇଁ ୩୫ ପ୍ରାର୍ଥୀ

ଝାରସୁଗୁଡ଼ା ଅଫିସ,୨୩।୧: ଝାରସୁଗୁଡା ଜିଲାର ୯ ଜିଲା ପରିଷଦ ଜୋନ୍‌ ପାଇଁ ୩୫ଜଣ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଶନିବାର ନିର୍ବାଚନ ଅଧିକାରୀଙ୍କ ତରଫରୁ ଏହାର ଯାଞ୍ଚ କରାଯାଇଥିଲା। ଏହା ପୂର୍ବରୁ ଲଖନପୁର ବ୍ଲକ୍‌ ୨ନଂ ଜିଲା ପରିଷଦ ଜୋନ୍‌ରେ ଭାଜପାରୁ ପ୍ରାର୍ଥତ୍ପତ୍ର ଦାଖଲ କରିଥିବା ଉତ୍ତମ ନେଗୀଙ୍କ ୩ ସନ୍ତାନ ଥିବା ଦର୍ଶାଇ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ବିଜେଡିର ଅକ୍ଷୟ ସାହୁ ନିର୍ବାଚନ ଅଧିକାରୀ ତଥା ଉପଜିଲାପାଳ ଶିବ ଟପ୍ପୋଙ୍କ ନିକଟରେ ଅଭିଯୋଗ କରିଥିଲେ ।

ସେ ତାଙ୍କ ଅଭିଯୋଗ ପତ୍ରରେ ଦର୍ଶାଇଥିଲେ, ଉତ୍ତମଙ୍କ ତୃତୀୟ ସନ୍ତାନ ୧୯୯୪ ଅକ୍ଟୋବର ୩୧ ପରେ ଜନ୍ମ ହୋଇଛନ୍ତି। ଏହାର ପ୍ରମାଣରେ ସେ ସମରବଗା ହାଇସ୍କୁଲ୍‌ରୁ ତାଙ୍କ ତୃତୀୟ ସନ୍ତାନଙ୍କ ଜନ୍ମ ତାରିଖ ୧୯୯୫ ଏପ୍ରିଲ ୨୫ତାରିଖ ବୋଲି ଏକ ସାର୍ଟିଫିକେଟ୍‌ ପ୍ରଦାନ କରିଥିଲେ। ଏହାର ଜବାବରେ ଉତ୍ତମ ତାଙ୍କ ତୃତୀୟ ସନ୍ତାନର ଜନ୍ମ ସାର୍ଟିଫିକେଟ୍‌ ପ୍ରଦାନ କରିଥିଲେ। ଯେଉଁଥିରେ ୧୯୯୪ ଜୁଲାଇ ୧୫ତାରିଖ ଉଲ୍ଲେଖ ରହିଛି ା ନିର୍ବାଚନ ଅଧିକାରୀ ଟପ୍ପୋଙ୍କ ନେତୃତ୍ୱରେ ଏହାର ବିଚାର କରାଯାଇ ରାୟ ପ୍ରକାଶ ପାଇଥିଲା। ନିର୍ବାଚନ ଅଧିକାରୀ ଭାଜପା ପ୍ରାର୍ଥୀ ନେଗୀଙ୍କ ନାମାଙ୍କନ ପତ୍ର କାୟମ କରି ସିଦ୍ଧ ଘୋଷଣା କରିଥିଲେ। ଫଳରେ ଦାଖଲ ହୋଇଥିବା ୩୫ନାମାଙ୍କନ ପତ୍ର କାଏମ ରହିଛି ବୋଲି ନିର୍ବାଚନ ଅଧିକାରୀ ଘୋଷଣା କରିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share