Advertisement

ଲାଖ ବିନ୍ଧା ପ୍ରତିଯୋଗିତାରେ ଭାଗ ନେଲେ ୩୫ ପ୍ରତିଯୋଗୀ

ପାଟଣା,୨୦ା୩(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଡୁମୁରିଆଠାରେ ବୁଧବାର ଅପରାହ୍ନରେ ଶ୍ରୀ ବନମାଳୀ ପୂଜ୍ୟ, ପୂଜା ଅନୁଷ୍ଠାନ ତରଫରୁ ଲାଖ ବିନ୍ଧା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି।
ପ୍ରତିଯୋଗିତାରେ ସନାତନ ମୁଦି ପ୍ରଥମ ସ୍ଥାନ ଗ୍ରହଣ କରିଥିବାବେଳେ ଖଗେଶ୍ବର ମାଝୀ ଦ୍ୱିତୀୟ ସ୍ଥାନ, ତୃତୀୟ ସ୍ଥାନ ଶିବନାଥ ମାଝୀ ଓ ଚତୁର୍ଥ ସ୍ଥାନ ଛୁଟୁ ନାଏକ ହୋଇଥିଲେ। ପ୍ରଥମ ଓ ଦ୍ୱିତୀୟଙ୍କୁ ଯଥାକ୍ରମେ ୧ହଜାର ଟଙ୍କା, ତୃତୀୟ ଓ ଚତୁର୍ଥ ପୁରସ୍କାର ୭ ଶହ ଟଙ୍କା ଓ ମାନପତ୍ର ପ୍ରଦାନ କରାଯାଇ ଉତ୍ସାହିତ କରାଯାଇଥିଲା। ଆୟୋଜିତ ପୁରସ୍କାର ବିତରଣ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଜନାର୍ଦ୍ଦନ ପଲେଇ, ସମ୍ମାନିତ ଅତିଥି ଭାବେ ପୂର୍ବତନ ଡୁମୁରିଆ ସରପଞ୍ଚ ଆଦିକନ୍ଦ ନାଏକ, ସଂଗଠକ ଅକ୍ଷୟ ବେହେରା, ତ୍ରିଲୋଚନ ମହାନ୍ତ, ଦୋଳ ଗୋବିନ୍ଦ ମହାନ୍ତ ପ୍ରମୁଖ ଯୋଗ ଦେଇଥିଲେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel