Categories: ଜାତୀୟ

୩୫ ଫସଲ କିସମ ଲୋକାର୍ପିତ: ଦେଶର ବିକାଶରେ ବିଜ୍ଞାନ-କୃଷି ମଧ୍ୟରେ ସମନ୍ବୟ ଜରୁରୀ…

ନୂଆଦିଲ୍ଲୀ,୨୮।୯: ଦେଶର ବିକାଶରେ ବିଜ୍ଞାନ ଏବଂ କୃଷି ମଧ୍ୟରେ ସମନ୍ବୟ ଜରୁରୀ। ଏହାଦ୍ୱାରା ଖାଦ୍ୟ ଉତ୍ପାଦନ ବୃଦ୍ଧି ପାଇବା ସହିତ କୃଷକଙ୍କ ଆର୍ଥିକ ଉନ୍ନତି ସମ୍ଭବ ହୋଇ ପାରିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡ଼ିଓ କନଫରେନ୍ସିଂରେ ୩୫ଟି ଫସଲ କିସମର ଲୋକାର୍ପଣ କରି ଏଭଳି କହିଛନ୍ତି। ଏହାଦ୍ୱାରା ଏକବିଂଶ ଶତାବ୍ଦୀର ଧାର୍ଯ୍ୟ ଲକ୍ଷ୍ୟ ସହଜ ହୋଇ ପାରିବ।

କୃଷି ଗବେଷଣା ପରିଷଦ ଏବଂ ଭାରତୀୟ କୃଷି ବିଜ୍ଞାନ କେନ୍ଦ୍ରର ମିଳିତ ସହଯୋଗରେ ଆୟୋଜନ କରାଯାଇଥିବା କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ କୃଷି ବିଶ୍ୱବିଦ୍ୟାଳୟକୁ ଗ୍ରୀନ୍‌ କ୍ୟାମ୍ପସ୍‌ ଆଓ୍ବାର୍ଡ ପ୍ରଦାନ କରିବା ସହିତ କୃଷକଙ୍କ ସହିତ ଆଲୋଚନା କରିଛନ୍ତି। ଦେଶରେ ଗତ ୬-୭ ବର୍ଷ ଧରି କୃଷି କ୍ଷେତ୍ରରେ ବିଜ୍ଞାନର ବହୁଳ ଉପଯୋଗ ଦ୍ୱାରା ବହୁ ସୁଫଳ ମିଳିଥିବା ପ୍ରଧାନନ୍ତ୍ରୀ କହିଛନ୍ତି।

ଏହି କାର୍ଯ୍ୟକ୍ରମରେ କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର,ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲା ପ୍ରମୁଖ ଉପସ୍ଥିତ ଥିଲେ।

Share