ଭକ୍ତଙ୍କ ସେବାରେ ଲାଗୁନି ୩୫ ଇ-ବସ୍‌

ପୁରୀ,୫ା୮(ଅଜିତ୍‌ କୁମାର ମହାନ୍ତି): କଥାରେ ଅଛି ‘ସରକାର କା ମାଲ୍‌ ଦରିଆ ମେ ଡାଲ୍‌’। ତାହାର ଏକ ଉଦାହରଣ ପୁରୀରେ ଦେଖିବାକୁ ମିଳିଛି। ଭାରତର ଚାରିଧାମ ମଧ୍ୟରୁ ପୁରୀ ଅନ୍ୟତମ ହୋଇଥିବାରୁ ମହାପ୍ରଭୁଙ୍କ ଦର୍ଶନ ନିମନ୍ତେ ଏଠାକୁ ପ୍ରତିଦିନ ଦେଶ ବିଦେଶରୁ ଭକ୍ତମାନେ ଆସିଥାନ୍ତି। ଭକ୍ତଙ୍କ ଦର୍ଶନ ସୁବିଧା ନିମନ୍ତେ ସରକାର ଅନେକ ସମୟରେ ବିଭିନ୍ନ ଯୋଜନା ପ୍ରଣୟନ କରୁଛନ୍ତି। ମାତ୍ର ପ୍ରଶାସନର ଆନ୍ତରିକତା ଅଭାବରୁ କେତେକ ଯୋଜନା କାର୍ଯ୍ୟକାରୀ ହୋଇପାରୁନାହିଁ। ଯେପରିକି, ଭକ୍ତଙ୍କ ଯାତାୟାତ ଲାଗି ୭ ମାସ ତଳେ ଇ-ବସ୍‌ (ବ୍ୟାଟେରିଚାଳିତ ବସ୍‌) ସୁବିଧା କରାଯାଇଥିବାବେଳେ ସେହି ସେବା ଏପର୍ଯ୍ୟନ୍ତ ଆରମ୍ଭ ହୋଇପାରିନାହିଁ। ଫଳରେ ୩୫ଟି ଇ-ବସ୍‌ ଏବେ ଖତ ଖାଇ ନଷ୍ଟ ହେବାକୁ ବସିଛି।
ଅନୁଯାୟୀ, ଶ୍ରୀମନ୍ଦିରକୁ ଆସୁଥିବା ଭକ୍ତଙ୍କୁ ମାଗଣାରେ ଯାତାୟାତ ସୁବିଧା ଯୋଗାଇଦେବା ପାଇଁ ତତ୍କାଳୀନ ରାଜ୍ୟ ସରକାରଙ୍କ ପକ୍ଷରୁ ଇ-ବସ୍‌ ସେବା ଆରମ୍ଭ କରାଯିବାକୁ ନିଷ୍ପତ୍ତି ହୋଇଥିଲା। ତିରୁପତି ପରି ପୁରୀରେ ମଧ୍ୟ ଭକ୍ତଙ୍କୁ ମାଗଣା ପରିବହନ ସେବା ଯୋଗାଇଦେବା ସରକାରଙ୍କ ଉଦ୍ଦେଶ୍ୟ ଥିଲା। ସେହି ଅନୁଯାୟୀ, ଶ୍ରୀମନ୍ଦିର ପ୍ରଶାସନକୁ ୩୫ଟି ଇ-ବସ୍‌ ଯୋଗାଇ ଦିଆଯାଇଥିଲା। ବସ୍‌ରେ ଷ୍ଟିକର ଲଗାଯାଇ ପାରମ୍ପରିକ ଝୋଟି ଓ ଚିତ୍ର କରାଯାଇଥିବାରୁ ଏଗୁଡ଼ିକ ବେଶ୍‌ ଆକର୍ଷଣୀୟ ଦେଖାଯାଉଛି। ସମଙ୍ଗ ପାର୍କିଂଠାରେ ଏଥିପାଇଁ ଏକ ଟର୍ମିନାଲ ନିର୍ମାଣ କରାଯାଇଛି। ବସଗୁଡ଼ିକ ପ୍ରତିଦିନ ସେଠାରେ ରିଚାର୍ଜ କରାଯିବା ନେଇ ମଧ୍ୟ ବ୍ୟବସ୍ଥା ରହିଛି। ବସ୍‌ଗୁଡ଼ିକ ମୁଖ୍ୟତଃ ପୁରୀ ରେଳଷ୍ଟେଶନ, ବସ୍‌ଷ୍ଟାଣ୍ଡ ଓ ମାଳତୀପାଟପୁର ବସ୍‌ଷ୍ଟାଣ୍ଡରୁ ଭକ୍ତଙ୍କୁ ମାଗଣାରେ ଶ୍ରୀମନ୍ଦିର ନିକଟରୁ ନେବା ଆଣିବା କରିଥାନ୍ତା। ଯାହାଦ୍ୱାରା ଦୂରଦୂରାନ୍ତରୁ ପୁରୀକୁ ଆସୁଥିବା ଭକ୍ତମାନେ ଉପକୃତ ହୋଇପାରିଥାନ୍ତେ। ଏହି ବସ୍‌ ଚଳାଚଳର ଦାୟିତ୍ୱ ଶ୍ରୀମନ୍ଦିର ପ୍ରଶାସନ ଉପରେ ନ୍ୟସ୍ତ କରାଯାଇଥିଲା। ପରିକ୍ରମା ମାର୍ଗ ଲୋକାର୍ପଣ ପୂର୍ବରୁ ବିପୁଳ ଅର୍ଥରେ ଏହି ବସ୍‌ଗୁଡ଼ିକ କିଣାଯାଇଥିଲା। ପରିକ୍ରମା ମାର୍ଗ ଲୋକାର୍ପଣ ପରେ ବସ୍‌ଗୁଡ଼ିକ ଚଳାଚଳ କରିବାକୁ ସ୍ଥିର ହୋଇଥିଲା। ତେବେ ଇତିମଧ୍ୟରେ ଲୋକାର୍ପଣ ଉତ୍ସବକୁ ୭ ମାସ ବିତିସାରିଥିଲେ ମଧ୍ୟ ଇ-ବସ୍‌ଗୁଡ଼ିକ ରାସ୍ତାରେ ଗଡ଼ିପାରିଲା ନାହିଁ। ଫଳରେ ଭକ୍ତମାନେ ଏହି ସୁବିଧାରୁ ବଞ୍ଚତ୍ତ ହେଲେ। ସମଙ୍ଗ ପାର୍କିଂସ୍ଥଳରେ ଖୋଲା ଆକାଶ ତଳେ ଖରା ବର୍ଷାରେ ଏହି ଇ-ବସ୍‌ଗୁଡ଼ିକ ପଡ଼ିରହି ନଷ୍ଟହେବାକୁ ବସିଛି। ବସ୍‌ ଚଳାଚଳ ପାଇଁ ଏପର୍ଯ୍ୟନ୍ତ ଡ୍ରାଇଭର କିମ୍ବା ହେଲ୍‌ପର୍‌ ନିଯୁକ୍ତ କରାଯାଇନାହିଁ। ଏହାର ଦାୟିତ୍ୱରେ ଥିବା ଶ୍ରୀମନ୍ଦିର ପ୍ରଶାସନର ନିଦ କିନ୍ତୁ ଭାଙ୍ଗୁନାହିଁ। ଏ ନେଇ ଭକ୍ତଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ସେମାନେ ପ୍ରଶାସନର ଅବହେଳାକୁ ଦାୟୀ କରିଛନ୍ତି।
ଅନ୍ୟପକ୍ଷରେ ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନା କହିଛନ୍ତି, ଯାହା କିଛି ସମସ୍ୟା ରହିଛି, ସେ ନେଇ ଉଚ୍ଚସ୍ତରୀୟ ମିଟିଂ ଡକାଯାଇ ଆଲେଚନା ସହ ପଦକ୍ଷେପ ଗ୍ରହଣ କରାଯିବ। ୩୫ଟି ଗାଡ଼ି ରହିଛି। ୨ଟି ଚାର୍ଜିଂ ପଏଣ୍ଟ ମଧ୍ୟ ରହିଛି। ଆଉ ୫ଟି ନିର୍ମାଣ ଚାଲିଛି। ଖୁବ୍‌ଶୀଘ୍ର ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଏନେଇ ଆଲୋଚନା ହେବ। ଏହାପରେ ବୈଠକର ନିଷ୍ପତ୍ତି ଏବଂ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ଇ-ବସ୍‌ଗୁଡ଼ିକ ଚଳାଚଳ କରିବ। ସେହିପରି ଜିଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ କହିଛନ୍ତି, ବ୍ୟାଟେରିଚାଳିତ ବସ୍‌ ଶ୍ରୀମନ୍ଦିର ପ୍ରଶାସନକୁ ପ୍ରଦାନ କରାଯାଇଥିଲା। ତେବେ ସେହି ସମୟରେ କୋଡ୍‌ ଅଫ୍‌ କଣ୍ଡକ୍ଟ ଲାଗିଥିବାରୁ ନୂଆ ନିଷ୍ପତ୍ତି ନିଆଯାଇପାରି ନ ଥିଲା। ସେହିପରି ଚାର୍ଜିଂ ଷ୍ଟେଶନ କାମ ସରିନାହିଁ। ଖୁବ୍‌ଶୀଘ୍ର ଶେଷ ହେବ। ଏନେଇ ଆଲୋଚନା କରାଯାଇଛି। ତେବେ ଶ୍ରୀମନ୍ଦିର ପ୍ରଶାସନ କିମ୍ବା କେଉଁ ସଂସ୍ଥା ଦାୟିତ୍ୱ ନେବେ ସେ ନେଇ ଆଲୋଚନା କରାଯାଉଛି। ଖୁବ୍‌ଶୀଘ୍ର ବସ୍‌ଗୁଡ଼ିକ ଭକ୍ତଙ୍କ ସେବାରେ ଲାଗିପାରିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଛେଳି ଚୋରି ଅଭିଯୋଗରେ ୪ ଗିରଫ କରି କୋର୍ଟ ଚାଲାଣ କଲା ବିଜେପୁର ପୋଲିସ

ଲାଞ୍ଜିଗଡ,୧୧ା୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ବିଜେପୁର ଥାନା ସିନ୍ଧିଭଟା ଗ୍ରାମରୁ ଛେଳି ଚୋରି ଅଭିଯୋଗରେ ପୋଲିସ ୪ ଅଭିଯୁକ୍ତଙ୍କୁ ଗିରଫ କରି...

ଲାଞ୍ଜିଗଡ଼ରେ ଆୟୁଷ୍ମାନ ଭାରତ ଯୋଜନାର ଶୁଭାରମ୍ଭ

ଲାଞ୍ଜିଗଡ,୧୧ା୪ (ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକର ବେନଗାଁ, ଲାଞ୍ଜିଗଡ ରୋଡ୍‌, ମଧୁପୁର ପିଏଚ୍‌ସିଠାରେ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା...

ଲୁକ୍କାୟିତ ପ୍ରତିଭାର ବିକାଶକୁ ଗୁରୁତ୍ୱ

ବରଗଡ଼,୧୧।୪(ପ୍ରେମାନନ୍ଦ ଖମାରୀ):  ଆମ ସଂସ୍କୃତି ଆମ ଖେଳନା କାର୍ଯ୍ୟକ୍ରମ ପିଲାଙ୍କ ଲୁକ୍କାୟିତ ପ୍ରତିଭାର ବିକାଶ କରିବ। ଏହା ମାଧ୍ୟମରେ ପିଲାଙ୍କୁ ସହ ଶୈକ୍ଷିକ କାର୍ଯ୍ୟକ୍ରମରେ ନିୟୋଜିତ...

କୋଲକାତାର ମହାବିଜୟ, ୮ ଉଇକେଟରେ ହାରିଗଲା ଚେନ୍ନାଇ

ଚେନ୍ନାଇ, ୧୧।୪-ଅଧିନାୟକ ପରିବର୍ତ୍ତନ ହେଲେ ହେଁ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ଦଳର ଭାଗ୍ୟ ପରିବର୍ତ୍ତନ ହୋଇନାହିଁ। ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ରେ ଦଳ...

ଶୁଦ୍ଧକ୍ରିୟାକୁ ବିତିଥିଲା ୩୭ ବର୍ଷ:  ମା’ କୋଳକୁ  ଫେରିଲା ହଜିଲା ପୁଅ, କୋଳେଇନେଇ… 

ଦାରିଙ୍ଗବାଡ଼ି,୧୧।୪ (ଅରୁଣ ସାହୁ): ଶୁଦ୍ଧକ୍ରିୟାକୁ ୩୭ ବର୍ଷ ବିତିବା ପରେ ଜନ୍ମ ମାଟିକୁ ଫେରିଲେ ପୁଅ ଆଉ ପରିବାର ଗ୍ରାମବାସୀ ଦେଖି ହୋଇଗଲେ ଆଶ୍ଚର୍ଯ୍ୟ। ଏଭଳି...

ବଜ୍ରପାତ, କୁଆପଥର ବର୍ଷାରେ ୬୧ ମୃତ

ପାଟନା,୧୧।୪: ବିହାରର ବିଭିନ୍ନ ଜିଲାରେ ଗତ ୪୮ ଘଣ୍ଟା ମଧ୍ୟରେ ବଜ୍ରପାତ ଏବଂ କୁଆପଥର ବର୍ଷାରେ ଅନୂ୍ୟନ ୬୧ ଜଣଙ୍କ ମୃତ୍ୟୁ ଘଟିଛି। ନାଳନ୍ଦା ଜିଲାରେ...

ଘଣ୍ଟ ବାଡେଇ ନିଖୋଜ ଯୁବକଙ୍କୁ ଖୋଜା ଚାଲିଛି, ଏତଲା ପରେ ତଦନ୍ତ ଆରମ୍ଭ କଲା ଭଞ୍ଜନଗର ପୋଲିସ

ଭଞ୍ଜନଗର,୧୧।୪(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ ବଡପଥରା ଗ୍ରାମର ପଠାଣି ନାଇକ ଗତ ବୁଧବାରଠାରୁ ନିଖୋଜ ହୋଇଯାଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି।...

The Bird Suicide Valley: ଦୁଷ୍ଟ ଆତ୍ମା ନା ଅନ୍ୟକିଛି, ଏଇ ଗାଁରେ ପକ୍ଷୀମାନେ ଯାଇ କରନ୍ତି ଆତ୍ମହତ୍ୟା

ଆସାମର ଜାଟିଙ୍ଗା ନାମକ ଏକ ଛୋଟ ଗାଁରେ ପ୍ରତିବର୍ଷ ସେପ୍ଟେମ୍ବରରୁ ନଭେମ୍ବର ମାସ ମଧ୍ୟରେ ଏକ ଅଜଣା ଘଟଣା ଘଟିଥାଏ। ଏହି ସମୟରେ ବିଭିନ୍ନ ପ୍ରଜାତିର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image