କଟକ ଅଫିସ, ୧।୭: କଟକସ୍ଥିତ ମୁଣ୍ଡଳି ପୋଲ ନିକଟ ମହାନଦୀରୁ ବୁଧବାର ୩୫ କେଜି ଓଜନର ଏକ ମାଛ ଉଦ୍ଧାର କରାଯାଇଛି। ସ୍ଥାନୀୟ ଅଞ୍ଚଳର ଭୀମସେନ ନାମକ ଜଣେ ମତ୍ସ୍ୟଜୀବୀ ମଙ୍ଗଳବାର ରାତିରେ ମୁଣ୍ଡଳି ନିକଟ ମହାନଦୀରେ ମାଛ ଧରିବା ପାଇଁ ଜାଲ ପକାଇଥିଲେ। ବୁଧବାର ସକାଳେ ତାଙ୍କ ଜାଲରେ ଉକ୍ତ ମାଛ ପଡିଥିଲା। ଏହାର ଓଜନ ୩୫ କେଜି ହୋଇଥିବାବେଳେ ଏହାକୁ ଦେଖିବା ପାଇଁ ଲୋକଙ୍କ ଭିଡ ଲାଗିଥିଲା। ଏହି ମାଛର ନଁା ସାଲନ୍ଦ ଓ ଏହାକୁ କିଲୋ ପ୍ରତି ୪୦୦ ଟଙ୍କା ଦରରେ ବିକ୍ରି କରିଥିବା ଭୀମସେନ କହିଛନ୍ତି।