Posted inଜାତୀୟ

ନଭେମ୍ବର-ଡିସେମ୍ବରରେ ୩୫ ଲକ୍ଷ ଯୋଡ଼ି କରିବେ ବିବାହ: ଖର୍ଚ୍ଚ ହେବ ୪.୨୫ ଲକ୍ଷ କୋଟି

ନୂଆଦିଲ୍ଲୀ,୨୧।୯:ଆସନ୍ତା ନଭେମ୍ବର ଓ ଡିସେମ୍ବରରେ ଭାରତରେ ପ୍ରାୟ ୩୫ ଲକ୍ଷ ଯୋଡ଼ି ବିବାହ କରିବେ। ଏଥିପାଇଁ ୪.୨୫ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଏକ ସଂସ୍ଥା ପକ୍ଷରୁ ଆକଳନ କରାଯାଇଛି। ପ୍ରଭୁଦାସ ଲୀଲାଧେର ଏହାର ସଦ୍ୟ ରିପୋର୍ଟ ‘ବ୍ୟାଣ୍ଡ, ବାଜା, ବାରାତ୍‌ ଆଣ୍ଡ ମାର୍କେଟ’ରେ ଲେଖିଛି ୨୦୨୩ ନଭେମ୍ବର-ଡିସେମ୍ବରରେ ୩୨ ଲକ୍ଷ ବିବାହ ଅନୁଷ୍ଠିତ ହୋଇଥିବାବେଳେ ଆଗାମୀ ୨ ମାସ ମଧ୍ୟରେ ପୂର୍ବ ତୁଳନାରେ ଆଉ ୩ ଲକ୍ଷ ଅଧିକ ଯୋଡ଼ି ବିବାହ କରିବାକୁ ଯାଉଛନ୍ତି। ସେମାନଙ୍କ ବିବାହ ପାଇଁ ମ୍ୟାରେଜ୍‌ ମାର୍କେଟର ବ୍ୟୟ ୪.୨୫ ଲକ୍ଷ କୋଟି ଛୁଇଁବ। ଚଳିତ ବର୍ଷ ଜାନୁଆରୀ ୧୫ରୁ ଜୁଲାଇ ୧୫ ମଧ୍ୟରେ ବିବାହ ଋତୁରେ ୪୨ ଲକ୍ଷ ବାହାଘର ହୋଇଥିଲା। ସେଥିରୁ ପ୍ରାୟ ୬୬.୪ ବିଲିୟନ ଡଲାର (୫.୫ ଲକ୍ଷ କୋଟି ଟଙ୍କା) ରାଜସ୍ବ ସୃଷ୍ଟି ହୋଇଥିଲା ବୋଲି କନ୍‌ଫେଡେରେଶନ ଅଫ୍‌ ଅଲ୍‌ ଇଣ୍ଡିଆ ଟ୍ରେଡର୍ସ (ସିଏଆଇଟି) ସର୍ଭେରୁ ଜଣାପଡ଼ିଛି।

ପ୍ରଭୁଦାସ ଲୀଲାଧେର ଏହାର ରିପୋର୍ଟରେ ଆହୁରି କହିଛି ଯେ, ସୁନାର ଆମଦାନି ଶୁଳ୍କ ୧୫ ପ୍ରତିଶତରୁ ୬ ପ୍ରତିଶତକୁ ହ୍ରାସ କରାଯାଇଥିବାରୁ ଦେଶବ୍ୟାପୀ ଆସନ୍ତା ୨ ମାସ ମଧ୍ୟରେ ପାର୍ବଣ ଓ ବିବାହ ପାଇଁ ସୁନା କ୍ରୟ ବଢ଼ିବ। ସୁନାର ସାଂସ୍କୃତିକ ଓ ଧର୍ମୀୟ ମହତ୍ତ୍ୱ ଏବଂ ନିବେଶ ଯୋଗ୍ୟତା ଯୋଗୁ ଏହି ମୂଲ୍ୟବାନ ଧାତୁର ଚାହିଦା ବୃଦ୍ଧି ପାଇଛି। ବିଶ୍ୱର ସର୍ବାଧିକ ଜନସଂଖ୍ୟା ବିଶିଷ୍ଟ ଦେଶ ଭାରତରେ ପ୍ରତିବର୍ଷ ୧ କୋଟି ବିବାହ ଅନୁଷ୍ଠିତ ହୋଇଥାଏ। ଏଥିଯୋଗୁ ଭାରତର ଓ୍ବେଡିଂ ଇଣ୍ଡଷ୍ଟ୍ରି ବିଶ୍ୱରେ ଦ୍ୱିତୀୟ ସ୍ଥାନ ଅଧିକାର କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଦକ୍ଷିଣରୁ ଗୋରଖନାଥ ମନ୍ଦିର ଆସିଲେ ଭବନୀ-ଭୋଲୁ

ଲକ୍ଷ୍ନୌ,୨୧।୯: ଆନ୍ଧ୍ରପ୍ରଦେଶର ୟେଲେଶ୍ୱରମରେ ଥିବା ଗୋଶାଳାରୁ ଗୋରଖନାଥ ମନ୍ଦିରକୁ ନାଦିପଥି କ୍ଷୁଦ୍ର ପ୍ରଜାତିର (ଗୋଟିଏ ଗାଈ ଏବଂ ଗୋଟିଏ ବାଛୁରୀ) ଶନିବାର ଅଣାଯାଇଛି। ଏମାନେ ଆସିବା...

ମନ୍ଦିର ଟ୍ରଷ୍ଟ ଦେଲା ବଡ଼ ସୂଚନା, କହିଲା ଲଡୁରେ ପବିତ୍ରତା ରହିଛି

ହାଇଦ୍ରାବାଦ,୨୧ା୯: ତିରୁପତି ବାଲାଜୀଙ୍କ ପ୍ରସାଦ ଲଡୁ  ପୁଣି ଉପଲବ୍ଧ। ଏନେଇ ସୋସିଆଲ ମିଡିଆରେ ଏକ ପୋଷ୍ଟ ମାଧ୍ୟମରେ ମନ୍ଦିର ଟ୍ରଷ୍ଟ କହିଛି ପ୍ରସାଦ ଲଡୁରେ ପବିତ୍ରତା...

‘ସରକାରୀ ନିୟନ୍ତ୍ରଣରୁ ମୁକ୍ତ ହେଉ ହିନ୍ଦୁ ମନ୍ଦିର’

ହାଇଦ୍ରାବାଦ,୨୧ା୯: ତିରୁପତି ମନ୍ଦିରର ପ୍ରସାଦ ଲଡୁରେ ପଶୁ ଚର୍ବି ମିଶ୍ରଣ ପ୍ରସଙ୍ଗ ବୃଦ୍ଧି ପାଇବାରେ ଲାଗିଛି। ଅନେକ ରାଜନୈତିକ ଦଳ ଏହି ପ୍ରସଙ୍ଗରେ କ୍ରୋଧ ପ୍ରକାଶ...

୧୦ମ ଶ୍ରେଣୀ ଛାତ୍ରୀଙ୍କୁ ଗର୍ଭବତୀ କଲେ ଅବସରପ୍ରାପ୍ତ ବିଡିଓଙ୍କ ପୁଅ: ଗର୍ଭପାତ ନ କରିବାରୁ…

ଫତେହପୁର,୨୧।୯: ଉତ୍ତର ପ୍ରଦେଶର ଫତେହପୁର ଜିଲାର ଜଣେ ଗର୍ଭବତୀ ହାଇସ୍କୁଲର ଛାତ୍ରୀଙ୍କ ହତ୍ୟା ମାମଲାର ପର୍ଦ୍ଦାଫାଶ ହୋଇଛି। ପୋଲିସ ଛାତ୍ରୀଙ୍କ ପ୍ରେମିକ ଶିବୁ ରାୟଦାସଙ୍କୁ ଗିରଫ...

ତିରୁପତି ମନ୍ଦିର ଲଡୁକୁ ନେଇ ବଡ଼ ଖୁଲାସା କଲେ ପୂର୍ବତନ ମୁଖ୍ୟ ପୁରୋହିତ

ନୂଆଦିଲ୍ଲୀ,୨୧।୯: ତିରୁପତି ମନ୍ଦିର ଲଡୁ ପ୍ରସଙ୍ଗ ବର୍ତ୍ତମାନ ଏକ ରାଜନୈତିକ ମୋଡ ନେଇଛି। ମନ୍ଦିରର ଲଡୁ ଅର୍ଥାତ୍‌ ପ୍ରସାଦ ତିଆରି କରିବା ପାଇଁ ଘିଅ ବଦଳରେ...

କିଏ ସେହି ବ୍ୟକ୍ତି, ଯିଏ କିରାଣିରୁ ହୋଇଥିଲେ ସୁପ୍ରିମକୋର୍ଟ ବିଚାରପତି, ଜାଣନ୍ତୁ ତାଙ୍କର ପୂରା କ୍ୟାରିୟର ବିଷୟରେ…

ନୂଆଦିଲ୍ଲୀ,୨୧ା୯: ଜଣେ ବ୍ୟକ୍ତି ଯେତେ ଗରିବ ହୁଅନ୍ତୁ ନା କାହିଁକି, ଯଦି ତାଙ୍କର ଇଚ୍ଛା ଥାଏ, ତେବେ ସେ ନିଜ ରାସ୍ତା ନିଜେ ଖୋଜି ପାଇଥାନ୍ତି।...

ଶିକ୍ଷାମନ୍ତ୍ରୀଙ୍କୁ ‘ପଲଟୁରାମ’ କହି ଫସିଲେ କର୍ମଚାରୀ: ସରକାର ନେଲେ ଏଭଳି କାର୍ଯ୍ୟାନୁଷ୍ଠାନ

ଜୟପୁର,୨୧।୯: ରାଜସ୍ଥାନର ଯୋଧପୁରରେ ଶିକ୍ଷା ମନ୍ତ୍ରୀ ମଦନ ଦିଲୱାରଙ୍କ ପୋଷ୍ଟରକୁ ନେଇ ବିବାଦ ପରେ ରାଜ୍ୟ ସରକାର ଏହି ପ୍ରସଙ୍ଗରେ ଶିକ୍ଷା ବିଭାଗର କର୍ମଚାରୀ ନେତା...

କଂଗ୍ରେସର ମାଷ୍ଟରଷ୍ଟ୍ରୋକ: ଭାଜପା ସହଯୋଗୀକୁ ଲାଗିଲା ବଡ଼ ଝଟ୍‌କା

ବେଙ୍ଗାଲୁରୁ,୨୧।୯: କର୍ନାଟକରେ ଜନତା ଦଳ ଧର୍ମନିରପେକ୍ଷ (ଜେଡିଏସ)କୁ ଏକ ବଡ଼ ଝଟ୍‌କା ଲାଗିଛି। ଚାନ୍ନାପାଟନା ସିଟି ମ୍ୟୁନିସିପାଲିଟି କାଉନସିଲରେ ୧୬ଜଣ ଜେଡିଏସ କାଉନସିଲରଙ୍କ ମଧ୍ୟରୁ ୧୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri