ସୋସିଆଲ ମିଡିଆରେ ବେଳେବେଳେ ଏମିତି କିଛି ଫଟୋ ଏବଂ ଭିଡିଓ ଭାଇରାଲ ହୋଇଥାଏ,ଯାହା ଲୋକଙ୍କ ମଧ୍ୟରେ ଭ୍ରମ ସୃଷ୍ଟି କରେ। ନିକଟରେ ସେମିତି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏହି ଭିଡିଓ ଲକ୍ଷ ଲକ୍ଷ ଲୋକଙ୍କୁ ଦ୍ୱନ୍ଦ୍ୱରେ ପକାଇଛି। ଭିଡିଓ ଦେଖିଲେ ପ୍ରଥମେ କିଛି ସେକେଣ୍ଡ ଗୋଟିଏ ଶୁଖିଲା ପତ୍ର ପଡିଥିବାର ଦେଖାଯାଏ। କିନ୍ତୁ ଯେତେବେଳେ ଜଣେ ବ୍ୟକ୍ତି ସେହି ପତ୍ରରେ ଧରିବାକୁ ଚେଷ୍ଟା କରନ୍ତି, ସେତେବେଳେ ଜଣାପଡେ ତାହା ଶୁଖିଲା ପତ୍ର ନୁହେଁ ବରଂ ଏକ ପ୍ରଜାପତି ଥିଲା। ଏହି ଭିଡିଓ ଟୁଇଟର୍ରେ ମାସିମୋ ନାମକ ଜଣେ ୟୁଜର୍ସ ଶେୟାର କରିଛନ୍ତି। ଏହି ଭିଡିଓକୁ ଏପର୍ଯ୍ୟନ୍ତ ୫୦ ହଜାରରୁ ଅଧିକ ଲୋକ ସାରିଲେଣି।
ଭାଇରାଲ ପ୍ରଜାପତିକୁ କାଲିମା ଇଞ୍ଚସ୍ ବଟରଫ୍ଲାଏ କୁହାଯାଏ। ଏହି ପ୍ରଜାତିର ପ୍ରଜାପତି ଏସିଆରେ ଦେଖାଯାନ୍ତି। ଏହିପରି ପ୍ରଜାପତି ପ୍ରଥମେ ଶୁଖିଲା ପତ୍ର ପରି ଦେଖାଯାନ୍ତି ପରେ ଉଡିବାବେଳେ ତାହା ନିଜ ପ୍ରକୃତ ରୂପ ଦେଖାଇଥାନ୍ତି।