Categories: ଜାତୀୟ

୩୫ ମିନିଟ୍‌ କଥାବାର୍ତ୍ତା, ଭାରତୀୟଙ୍କ ସୁରକ୍ଷିତ ପ୍ରତ୍ୟାବର୍ତ୍ତନ ପାଇଁ ଜେଲେନସ୍କିଙ୍କୁ ଧନ୍ୟବାଦ ଦେଲେ ମୋଦି…

ନୂଆଦିଲ୍ଲୀ/କ୍ୱିଭ୍‌,୭।୩ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୟୁକେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କିଙ୍କ ସହିତ ସୋମବାର ୩୫ ମିନିଟ୍‌ ଫୋନ୍‌ରେ କଥାବାର୍ତ୍ତା ହୋଇଛନ୍ତି। ଏହି ଅବସରରେ ମୋଦି ୟୁକ୍ରେନ୍‌ରୁ ଭାରତୀୟଙ୍କ ସୁରକ୍ଷିତ ପ୍ରତ୍ୟାବର୍ତ୍ତନ ପାଇଁ ଜେଲେନସ୍କିଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏହା ସହିତ ପ୍ରଧାନମନ୍ତ୍ରୀ ଯୁଦ୍ଧ ପ୍ରସଙ୍ଗରେ ଜେଲେନସ୍କିଙ୍କ ସହିତ ଆଲୋଚନା ମଧ୍ୟ କରିଛନ୍ତି।

ପୂର୍ବାହ୍ନ ୧୧ଟା ୩୦ରୁ ଉଭୟ ୧୨ଟା ୫ ପର୍ଯ୍ୟନ୍ତ କଥାବାର୍ତ୍ତା ହୋଇଛନ୍ତି। ରୁଷିଆ ଏବଂ ୟୁକ୍ରେନ୍‌ ମଧ୍ୟରେ ଜାରି ରହିଥିବା ଆଲୋଚନାକୁ ପ୍ରଧାନମନ୍ତ୍ରୀ ସ୍ବାଗତ କରିଛନ୍ତି।

ପ୍ରଧାନମନ୍ତ୍ରୀ ଏହାପରେ ଅପରାହ୍ନ ସାଢ଼େ ଗୋଟାଏରେ ରୁଷିଆ ରାଷ୍ଟ୍ରପତି ବ୍ଲାଡିମୀର ପୁଟିନ୍‌ଙ୍କ ସହିତ ମଧ୍ୟ ଫୋନ୍‌ରେ କଥାବାର୍ତ୍ତା ହେବେ ବୋଲି ପିଏମ୍‌ଓ ପକ୍ଷରୁ କୁହାଯାଇଛି।

Share