ବରଗଡରୁ ନୂଆ ୩୫ କରୋନା ପଜିଟିଭ ଚିହ୍ନଟ: ଜିଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮୫୬୯କୁ ବୃଦ୍ଧି

ବରଗଡ଼ ଅଫିସ,୩୦।୧୦: ବରଗଡ ଜିଲାରେ ଶୁକ୍ରବାର ପୁଣି ୩୫ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ବରଗଡ଼ ପୌରାଞ୍ଚଳରୁ ୩ଜଣ ରହିଥିବା ବେଳେ ବରଗଡ଼ ବ୍ଲକର ୨, ଅତାବିରା ବ୍ଳକର ୩, ପଦ୍ମପୁର ବ୍ଲକର ୧, ଭଟଲି ବ୍ଲକର ୧, ଅମ୍ବାଭୋନା ବ୍ଳକର ୩, ପାଇକମାଲ ବ୍ଲକର ୩, ଗାଇସିଲେଟ ବ୍ଲକର ୧, ସୋହେଲା ବ୍ଲକର ୫, ବିଜେପୁର ବ୍ଲକର ୭, ବରପାଲି ବ୍ଳକର ୧, ଝାରବନ୍ଧ ବ୍ଲକର ୨ ଏବଂ ଭେଡେନ ବ୍ଲକର ୩ ଜଣ ଆକ୍ରାନ୍ତ ରହିଛନ୍ତି। ଏହାକୁ ମିଶାଇ ଜିଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮୫୬୯ରେ ପହଞ୍ଚିଛି। ସେମାନଙ୍କ ମଧ୍ୟରୁ ୧୭ଜଣକର ମୃତ୍ୟୁ ଘଟିଥିବା ବେଳେ ୮୧୬୬ଜଣ ସୁସ୍ଥହୋଇ ଘରକୁ ଫେରିଛନ୍ତି। ଅନ୍ୟମାନେ ବିଭିନ୍ନ କୋଭିଡ ହସ୍ପିଟାଲ ଏବଂ ହୋମ୍‌ ଆଇସୋଲେଶନରେ ରହି ଚିକିତ୍ସିତ ହେଉଥିବା ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ କଲ୍ୟାଣୀ ଦାଶ ସୂଚନା ଦେଇଛନ୍ତି।

Share