Categories: ଜାତୀୟ

୩୫ ଅକ୍ସିଜେନ୍‌ ପ୍ଲାଣ୍ଟ୍‌ ଲୋକାର୍ପିତ…

ଋଷିକେଶ,୭।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଦେଶବ୍ୟାପୀ ୩୫ ଅକ୍ସିଜେନ୍‌ ପ୍ଲାଣ୍ଟ୍‌ର ଲୋକାର୍ପଣ କରିଛନ୍ତି। ଋଷିକେଶର ଏମ୍ସ୍‌ରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ପ୍ରଧାନମନ୍ତ୍ରୀ ଦେଶର ୩୫ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ସ୍ଥାପନ କରାଯାଇଥିବା ଅକ୍ସିଜେନ୍‌ ପ୍ଲାଣ୍ଟକୁ ଭର୍ଚୁଆଲ ମାଧ୍ୟମରେ ଲୋକାର୍ପିତ କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ନାଗରିକ ସହାୟତା ଏବଂ ସହାୟତା ପାଣ୍ଠି (ପିଏମ୍‌ କେୟାରର୍ସ ଫଣ୍ଡ) ସହାୟତାରେ ଏସବୁ ସ୍ଥାପିତ ହୋଇଛି।

ପ୍ରେସର ସ୍ବିଙ୍ଗ ଆଡ୍‌ଜରସ୍ପନ୍‌ (ପିଏସ୍‌ଏ) ଅମ୍ଳଜାନ ପ୍ଲାଣ୍ଟ୍‌ ଅମ୍ଳଜାନ ପ୍ରସ୍ତୁତିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ଗତ ୧୦୦ ମଧ୍ୟରେ ଦେଶରେ ଦେଖାଦେଇଥିବା କରୋନା ମହାମାରୀ ସଙ୍କଟର ମୁକାବିଲା ଦେଶବାସୀ ଏକଜୁଟ ହୋଇ କରୁଥିବା ପ୍ରଧାନମନ୍ତ୍ରୀ କହିଛନ୍ତି।

କରୋନା ମହାମାରୀ ସମୟରେ ଅକ୍ସିଜେନ୍‌ର ଅଭାବ ଦେଖିବା ପରେ କେନ୍ଦ୍ର ସରକାର ଦେଶର ପ୍ରତ୍ୟେକ ଜିଲ୍ଲାରେ ପ୍ଲାଣ୍ଟ୍‌ ସ୍ଥାପନ କରିବାକୁ ଯୋଜନା କରିଛନ୍ତି। ଇତିମଧ୍ୟରେ ଦେଶରେ ୧୧୦୦ ପିଏସ୍‌ଏ ପ୍ଲାଣ୍ଟ୍‌ ସ୍ଥାପନ କରାଯାଇଛି। ଏହା ଦ୍ୱାରା ୧୭୫୦ ଏମ୍‌ଟି ଅକ୍ସିଜେନ୍‌ ଉତ୍ପାଦିତ ହୋଇ ପାରୁଛି।

Share