ପୋଲିସ ଟ୍ରେନିଂ ସେଣ୍ଟରରେ କରୋନା

ରାୟପୁର,୧୬।୭: ଛତିଶଗଡ଼ ରାଜନାନ୍ଦଗାଓଁ ସ୍ଥିତ ପୋଲିସ ଟ୍ରେନିଂ ସେଣ୍ଟରରେ ବ୍ୟାପିଲା କରୋନା। ଏଠାରେ ୩୫ଜଣ ଯବାନ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାପରେ ଉକ୍ତ ଅଞ୍ଚଳକୁ ଜିଲା ପ୍ରଶାସନ ପକ୍ଷରୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି। ସୂଚନାଯୋଗ୍ୟ, ଏହି ଟ୍ରେନିଂ ସେଣ୍ଟରକୁ ରାଜ୍ୟର ବିଭିନ୍ନ ଜିଲାରୁ ଯବାନମାନେ ତାଲିମ ନେବାକୁ ଆସିଥାନ୍ତି। ତେବେ ୩୫ଜଣ ଯବାନ କରୋନାରେ ଆକ୍ରାନ୍ତ ହେବା ପରେ ଅନ୍ୟ ୬୫୦ ଯବାନଙ୍କ ଉପରେ ନଜର ରଖାଯାଇଛି। ବର୍ତ୍ତମାନ ଦେଶରେ କରୋନା ଡେଲ୍ଟା ଭାରିଆଣ୍ଟ ଅଧିକ ମାମଲା ସାମ୍ନାକୁ ଆସିଛି। ଅନ୍ୟପଟେ ଅଗଷ୍ଟ ଶେଷ ସପ୍ତାହରେ ତୃତୀୟ ଲହର ଆସିବା ନେଇ ଆଶଙ୍କା କରାଯାଉଛି। ଏହପରେ ସମସ୍ତ ରାଜ୍ୟରେ ଆଗୁଆ ପ୍ରସ୍ତୁତି କରାଯିବା ସହ ଉଚ୍‌ିତ ପଦକ୍ଷେପ ଗ୍ରହଣ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଭାଜପା ସହ ଯିବେ କି ଉଦ୍ଧବ ଠାକ୍‌ରେ: ନିର୍ବାଚନ ପୂର୍ବରୁ କହିଦେଲେ ମନର କଥା

ପୁଣେ,୧୪।୧୧: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପୂର୍ବରୁ ଶିବସେନା(ୟୁବିଟି) ଦଳର ମୁଖ୍ୟ ଉଦ୍ଧବ ଠାକରେ ଭାଜପା ସହ ମେଣ୍ଟ ସମ୍ଭାବନା ଉପରେ ନିଜ ମତ ସ୍ପଷ୍ଟ କରିଛନ୍ତି।...

ପୁରୋହିତ ମନ୍ତ୍ର ପଢ଼ିଲେ, ହେଲେ ବିବାହ ନ କରି କେବଳ ୪୯୦୦୦ ଦେଇଦେବାକୁ କହିଲେ ବରକନ୍ୟା; କାରଣ ଜାଣିଲେ…

ଉଜୈନ,୧୪।୧୧: ସଜବାଜ ହୋଇ ମଣ୍ଡପରେ ବସିଲେ। ପୁରୋହିତ ମନ୍ତ୍ର ବି ପଢ଼ିଲେ। ହେଲେ ବର ସିନ୍ଦୁର ପିନ୍ଧାଇଲେନି କିମ୍ବା ହାତଗଣ୍ଠି ପଡ଼ିଲାନି। କେବଳ ଏତିକି ନୁହେଁ...

ଓଡ଼ିଶା ଷ୍ଟାଇଲରେ ଝାଡଖଣ୍ଡରେ ମୋଦିଙ୍କ ପ୍ରଚାର, ଶପଥ ଗ୍ରହଣ ଦିନକୁ କଲେ ନିମନ୍ତ୍ରଣ

ରାଞ୍ଚି,୧୪।୧୧: ଝାଡ଼ଖଣ୍ଡରେ ମୋଦିଙ୍କ ଓଡ଼ିଶା ଫର୍ମୁଲା। ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଚାଲିଥିବା ବେଳେ ଜନତାଙ୍କୁ ଆଗୁଆ ଶପଥଗ୍ରହଣ ସମାରୋହକୁ କରିଛନ୍ତି ନିମନ୍ତ୍ରଣ । ଦେଓଘରରେ ଦ୍ବିତୀୟ...

ଗୌତମ ଆଦାନୀଙ୍କ ବଡ଼ ଘୋଷଣା: ମିଳିବ ବମ୍ପର ନିଯୁକ୍ତି ସୁଯୋଗ

ନୂଆଦିଲ୍ଲୀ,୧୪।୧୧: ଦେଶର ଅନ୍ୟତମ ଧନୀ ବ୍ୟବସାୟୀ ଗୌତମ ଆଦାନୀ ଏକ ବଡ଼ ଘୋଷଣା କରିଛନ୍ତି। ସେ ତାଙ୍କ ଆଦାନୀ ଗ୍ରୁପ ମାଧ୍ୟମରେ ଆମେରିକାରେ ୧୦ ବିଲିୟନ...

ଯୋଗୀ ସରକାରଙ୍କ ବୁଲ୍‌ଡୋଜର୍‌ ସବୁଦିନ ପାଇଁ ଗ୍ୟାରେଜକୁ ଗଲା: ଅଖିଳେଶ ଯାଦବ

ଲକ୍ଷ୍ନୌ,୧୪।୧୧: ଉତ୍ତରପ୍ରଦେଶ ସରକାରଙ୍କ ବୁଲ୍‌ଡୋଜର କାର୍ଯ୍ୟାନୁଷ୍ଠାନକୁ ନେଇ ସୁପ୍ରିମକୋର୍ଟ ବଡ଼ ନିଷ୍ପତ୍ତି ଶୁଣାଇଛନ୍ତି। ଏହାକୁ ନେଇ ରାଜନୀତି ସରଗରମ ରହିଥିବା ବେଳେ ସମାଜବାଦୀ ପାର୍ଟି ମୁଖ୍ୟ...

ଜବାହରଲାଲ ନେହେରୁଙ୍କୁ ମନେ ପକାଇଲେ ମୋଦି

ନୂଆଦିଲ୍ଲୀ,୧୪।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁଙ୍କୁ ତାଙ୍କ ଜନ୍ମ ବାର୍ଷିକୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସୋସିଆଲ ମିଡିଆ ‘ଏକ୍ସ’ରେ...

ପ୍ରଚାର କରୁଥିଲେ ଓଓ୍ବେସି, ମଞ୍ଚ ଉପରେ ନୋଟିସ୍‌ ଧରେଇଲା ପୋଲିସ, ଆଉ ତା’ ପରେ…

ମୁମ୍ବାଇ,୧୪।୧୧: ଆସନ୍ତା ୨୦ ତାରିଖରେ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ମତଦାନ ହେବାକୁ ଯାଉଛି। ୨୩ରେ ଆସିବ ଫଳାଫଳ। ଏହି ନିର୍ବାଚନକୁ ନେଇ ସମସ୍ତ ରାଜନୈତିକ...

ଆମ୍ବୁଲାନ୍ସ ଭିତରେ ଥିଲେ ଗର୍ଭବତୀ, ହଠାତ୍‌ ଲାଗିଲା ନିଆଁ, ଆଉ ତା’ ପରେ…

ମୁମ୍ବାଇ,୧୪ା୧୧: ମହାରାଷ୍ଟ୍ରର ଜଲଗାଁଓରେ ଘଟିଛି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଜଣେ ଗର୍ଭବତୀ ମହିଳାଙ୍କୁ ନେଇ ଯାଉଥିବା ଆମ୍ବୁଲାନ୍ସରେ ହଠାତ୍‌ ନିଆଁ ଲାଗିଯିବାରୁ ଭୟଙ୍କର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri