୩୫ ଆତଙ୍କବାଦୀ ନିହତ

କାବୁଲ, ୪ା୪: ଆଫଗାନ ଏୟାର ଫୋର୍ସ ପକ୍ଷରୁ ଫର୍‌ୟାବ ଓ ବାଘ୍‌ଲାନ ପ୍ରଦେଶରେ ଏୟାର ଷ୍ଟ୍ରାଇକ୍‌ ଯୋଗୁ ୩୩ ତାଲିବାନ ଆତଙ୍କବାଦୀ ନିହତ ହୋଇଛନ୍ତି। ଆହୁରି ୩୩ ଜଣ ଆହତ ହୋଇଥିବା ସ୍ଥାନୀୟ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ନିହତଙ୍କ ମଧ୍ୟରେ ୬ ତାଲିବାନ ଡିଭିଜନାଲ କମାଣ୍ଡର ରହିଛନ୍ତି। ସେମାନଙ୍କଠାରୁ ବିପୁଳ ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି।

Share