କରୋନାରେ ପ୍ରାଣ ହରାଇଲେ ୩୫ ବର୍ଷୀୟ ଯୁବ ଆଇଏଏସ୍‌ ଅଫିସର

ମୁମ୍ବାଇ, ୧୦।୧୦: ୨୦୧୫ ବ୍ୟାଚ୍‌ର ଯୁବ ଆଇଏଏସ୍‌ ଅଧିକାରୀ ସୁଧାକର ସିନ୍ଧେ କରୋନାରେ ପ୍ରାଣ ହରାଇଛନ୍ତି। କରୋନା ଆକ୍ରାନ୍ତ ଜଣାପଡ଼ିବା ପରେ ୩୫ ବର୍ଷୀୟ ସୁଧାକରଙ୍କୁ ପ୍ରଥମେ ନାନ୍ଦେଡରୁ ଔରଙ୍ଗାବାଦ୍‌ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଥିଲା। ସେଠାରେ ମଧ୍ୟ ସ୍ବାସ୍ଥ୍ୟବସ୍ଥା ଆହୁରି ବିଗିଡ଼ିଯିବାରୁ ତାଙ୍କୁ ପୁନେ ନିଆଯାଉଥିଲା। କିନ୍ତୁ ବାଟରେ ସିନ୍ଧେ ପ୍ରାଣ ହରାଇଥିଲେ। ସେ ତ୍ରିପୁରା କ୍ୟାଡରର ଆଇଏଏସ୍‌ ଅଧିକାରୀ ଥିଲେ ବୋଲି ଜଣାପଡ଼ିଛି। ପୁଣେର ରୁବି ହସ୍ପିଟାଲର ଡାକ୍ତର ପଠାରେ କହିଛନ୍ତି, ଏଠାରେ ଭର୍ତ୍ତି ହେବା ପୂର୍ବରୁ ସୁଧାକର ଶେଷ ନିଶ୍ୱାସ ତ୍ୟାଗ କରିସାରିଥିଲେ। ସୁଧାକର ୧୫ ଦିନ ଛୁଟି ନେଇ ମହାରାଷ୍ଟ୍ରସ୍ଥିତ ନିଜ ଘରକୁ ଯାଇଥିଲେ। ସେଠାରେ ସେ କରୋନା ଆକ୍ରାନ୍ତ ହୋଇଥିଲେ। ସୁଧାକରଙ୍କ ଅକାଳ ବିୟୋଗରେ ତ୍ରିପୁରା ମୁଖ୍ୟମନ୍ତ୍ରୀ ବିପ୍ଲବ ଦେବ ଶୋକ ପ୍ରକାଶ କରିଛନ୍ତି।

Share