ମହିଳାଙ୍କ ଫୋନ୍‌ ପେ’ରୁ ୩ଲକ୍ଷ ୫୦ହଜାର ଲୁଟ୍‌

ସୋର, ୩।୧୦(ଡି.ଏନ.ଏ.)-ଜଣେ ମହିଳାଙ୍କ ଫୋନ୍‌ ପେରୁ ୩ଲକ୍ଷ ୫୦ହଜାର ଟଙ୍କା ଲୁଟ୍‌ ହୋଇଥିବା ନେଇ ଶୁକ୍ରବାର ସୋର ଥାନାରେ ଅଭିଯୋଗ ହୋଇଛି। ବାହାନଗା ବ୍ଲକ ଅଧୀନ ଗଣ୍ଡସ୍ତପୁର ଗ୍ରାମର ଜୟନ୍ତୀ କୁଅଁର ନାମ୍ନୀ ମହିଳା ଭେଷ୍ଟିଜ ନାମକ ଏକ ପ୍ରଡକ୍ଟ କମ୍ପାନୀରେ କାମ କରନ୍ତି। ସେ ସୋର-ମଙ୍ଗଳପୁର ରାସ୍ତାର ଜଗନ୍ନାଥପୁର ଛକରେ ରହନ୍ତି। ଗତ ୧୭ତାରିଖରେ ତାଙ୍କର ସମ୍ପର୍କୀୟ ବାହାନଗା ଅଞ୍ଚଳର ଚିଣ୍ଟୁ ନାମକ ଯୁବକ ପଠାଇଥିବା ଭଦ୍ରକ ଅଞ୍ଚଳରୁ ଦୁଇଜଣ ଯୁବକ ପ୍ରଡକ୍ଟ ନେବା ପାଇଁ ଆସିଥିଲେ। ଦୁଇ ଯୁବକ ତାଙ୍କ ଘରେ ପହଞ୍ଚତ୍ ତାଙ୍କ ସହିତ ଯୁକ୍ତିତର୍କ କରିବା ସହିତ ତାଙ୍କ ମୋବାଇଲ ଛଡ଼ାଇ ନେଇଥିବା ବେଳେ ନିଜ ମୋବାଇଲକୁ ଛାଡ଼ି ଦେଇଯାଇଥିଲେ। ମହିଳାଙ୍କ ମୋବାଇଲରେ ଥିବା ଫୋନ୍‌ ପେରୁ ୩ଲକ୍ଷ ୫୦ହଜାର ଟଙ୍କା ଉଠାଇ ନେଇଥିବା ନେଇ ସୋର ଥାନା ଅଭିଯୋଗ ହୋଇଛି।