୨୨ ଦିନରେ ଗଲାଣି ୩୫୪ ଜୀବନ

ଭୁବନେଶ୍ୱର,୨୩ା୧୦(ବ୍ୟୁରୋ) :ରାଜ୍ୟରେ ହ୍ରାସ ପାଉଥିବା ଦୈନିକ ସଂକ୍ରମଣ ଆଶ୍ୱସ୍ତି ଦେଉଥିବାବେଳେ ମୃତ୍ୟୁ ସଂଖ୍ୟା ଚିନ୍ତା ବଢ଼ାଇଛି। ଅଗଷ୍ଟରେ ୩୧୫ଜଣ ଓ ସେପ୍ଟେମ୍ବରରେ ୩୫୦ଜଣଙ୍କର କରୋନାରେ ମୃତ୍ୟୁ ହୋଇଥିଲା। ତେବେ ଅକ୍ଟୋବରରେ ଆହୁରି ଘାତକ ସାଜିଛି ଏହି ମହାମାରୀ। ମାତ୍ର ୨୨ ଦିନରେ ୩୫୪ଜଣଙ୍କ ଜୀବନ ନେଇଥିବାବେଳେ ବାକି ୯ଦିନରେ ୫ଶହ ପାଖାପାଖି ପହଞ୍ଚତ୍ ଯାଇଥିବ ବୋଲି ଅନୁମାନ କରାଯାଉଛି। ଶେେ ୨୪ ଘଣ୍ଟାରେ ରାଜ୍ୟରେ ୧୫ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ମୟୂରଭଞ୍ଜ ଓ ଅନୁଗୋଳରୁ ୩ଜଣ ଲେଖାଏ, ଖୋର୍ଦ୍ଧା (ଭୁବନେଶ୍ୱର), ଢେଙ୍କାନାଳ ଓ ସୁବର୍ଣ୍ଣପୁରରୁ ୨ଜଣ ଲେଖାଏ, ପୁରୀ, ସୁନ୍ଦରଗଡ଼ (ରାଉରକେଲା) ଓ କଟକରୁ ଜଣେ ଲେଖାଏ ରହିଛନ୍ତି। ଏହାକୁ ମିଶାଇ ମୃତ୍ୟୁ ସଂଖ୍ୟା ୧୧୯୬କୁ ବୃଦ୍ଧିପାଇଛି। ଗଞ୍ଜାମ ଜିଲାରୁ ସର୍ବାଧିକ ୨୨୫ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଖୋର୍ଦ୍ଧାରୁ ୨୦୩ ଜଣ ଓ କଟକରୁ ୧୦୪ଜଣ ପ୍ରାଣ ହରାଇଛନ୍ତି। ସେହିଭଳି ରାଜ୍ୟରେ ଆଉ ୧୯୧୩ ନୂଆ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୨୫୪ଜଣ ରହିଥିବାବେଳେ କଟକରୁ ଦ୍ୱିତୀୟ ସର୍ବାଧିକ ୧୫୦, ଅନୁଗୋଳରୁ ୧୦୬ ଓ ବାକି ଜିଲାରୁ ୧୦୦ରୁ କମ୍‌ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ଆକ୍ରାନ୍ତ ସଂଖ୍ୟା ୨,୭୬,୦୯୪ରେ ପହଞ୍ଚତ୍ଛି। ବର୍ତ୍ତମାନ ୭ ଜିଲାରେ କରୋନା ସଂକ୍ରମଣ ୧୦ ହଜାରରୁ ଅଧିକ ରହିଛି। ଖୋର୍ଦ୍ଧା ଶୀର୍ଷରେ ଥିବାବେଳେ ଏହା ତଳକୁ କଟକ, ଗଞ୍ଜାମ, ପୁରୀ, ମୟୂରଭଞ୍ଜ, ଯାଜପୁର ଓ ସୁନ୍ଦରଗଡ଼ ରହିଛି। ସେହିଭଳି ମୃତ୍ୟୁ ସଂଖ୍ୟାରେ ମଧ୍ୟ ଏସବୁ ଜିଲା ଆଗରେ ରହିଛି। ମୋଟ ମୃତକଙ୍କ ମଧ୍ୟରୁ ଏହି ୭ ଜିଲାରୁ ୭୩୦ଜଣ ପ୍ରାଣ ହରାଇଛନ୍ତି। ଅନ୍ୟପକ୍ଷରେ ରାଜ୍ୟରେ ପୁଣି ୨,୧୨୮ଜଣ ସୁସ୍ଥ ହୋଇଥିବାରୁ ଆରୋଗ୍ୟ ସଂଖ୍ୟା ୨,୫୭,୦୪୧ ଛୁଇଁଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତଥ୍ୟରୁ ଜଣାପଡିଛି।

Share