CORONAVIRUS UPDATE: ରାଜ୍ୟରୁ ଆଜି ୩,୫୪୩ ପଜିଟିଭ୍‌ ଚିହ୍ନଟ, ଆକ୍ରାନ୍ତଙ୍କ ସଂଖ୍ୟା ୧,୨୦,୨୨୧କୁ ବୃଦ୍ଧି

ଭୁବନେଶ୍ୱର,୫ା୯(ବ୍ୟୁରୋ): ଶନିବାର ମୋଟ୍‌ ୩୦ ଜିଲାରୁ ୩୫୪୩ ନୂଆ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୧, ୨୦, ୨୨୧ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି। ଏଥିମଧ୍ୟରୁ କ୍ୱାରାଣ୍ଟାଇନ୍‌ରୁ ୨୧୬୧ଜଣ ଚିହ୍ନଟ ହୋଇଥିବା ବେଳେ ୧୩୮୨ ଜଣ ସ୍ଥାନୀୟ ସଂକ୍ରମିତ ଅଟନ୍ତି।
ଆଜି ସର୍ବାଧିକ ଖୋର୍ଦ୍ଧା ଜିଲାରୁ ୮୭୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମୟୂରଭଞ୍ଜରୁ ୩୨୬ ଏବଂ କଟକରୁ ୨୯୫ ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ଅନୁଗୋଳରୁ ୬୮, ବାଲେଶ୍ୱର ୧୫୩, ବରଗଡ଼ ୨୭୪, ଭଦ୍ରକ ୫୦, ବଲାଙ୍ଗୀର ୩୭, ବୌଦ୍ଧ ୬୭, ଦେବଗଡ଼ ୪, ଢେଙ୍କାନାଳ ୬୯, ଗଜପତି ୨୯, ଗଞ୍ଜାମ ୧୦୨, ଜଗତସିଂହପୁର ୮୫, ଯାଜପୁର ୨୦୬, ଝାରସୁଗୁଡ଼ା ୮୭, କଳାହାଣ୍ଡି ୩୭, କନ୍ଧମାଳ ୩୮, କେନ୍ଦ୍ରାପଡ଼ା ୪୮, କେନ୍ଦୁଝର ୪୪, କୋରାପୁଟ ୯୦, ମାଲକାନଗିରି ୨୫, ନବରଙ୍ଗପୁର ୩୩, ନୟାଗଡ଼ ୩୪, ନୂଆପଡ଼ା ୯୮, ପୁରୀ ୬୧, ରାୟଗଡ଼ା ୬୭, ସମ୍ବଲପୁର ୮୩ , ସୋନପୁର ୯୯ ଏବଂ ସୁନ୍ଦରଗଡ଼ରୁ ୫୬ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ଆକ୍ରାନ୍ତଙ୍କ ସଂଖ୍ୟା ୧,୨୦,୨୨୧ରେ ପହଞ୍ଚିଥିବା ବେଳେ ୯୦,୩୩୧ଜଣ ସୁସ୍ଥ ହୋଇଛନ୍ତି। ୨୯,୨୯୯ ଜଣ ଚିକିତ୍ସିତ ହେଉଛନ୍ତି। ୫୩୮ ଜଣଙ୍କ ମୃତ୍ୟୁ ଘଟିଛି।

Share