Categories: ଖେଳ

ପ୍ରଥମ ପର୍ଯ୍ୟାୟରେ ଭାଗନେଲେ ୩୫୮

ଭୁବନେଶ୍ୱର, ୬।୭ (ତପନ ସ୍ବାଇଁ): ଓଡ଼ିଶା କ୍ରିକେଟ ଆସୋସିଏଶନ (ଓସିଏ) ଆନୁକୂଲ୍ୟରେ ପେସ୍‌ ବୋଲର ପ୍ରତିଭା ଅନ୍ବେଷଣ ଶିବିର (ପ୍ରଥମ ପର୍ଯ୍ୟାୟ) ବୁଧବାର କଟକର ବାରବାଟୀ ଷ୍ଟାଡିୟମରେ ଅନୁଷ୍ଠିତ ହୋଇଯାଇଛି। ଅନୁଗୋଳ, ବାଲେଶ୍ୱର, ଭଦ୍ରକ, କଟକ, ଗଞ୍ଜାମ, ଯାଜପୁର, କେନ୍ଦ୍ରାପଡ଼ା, ଖୋର୍ଦ୍ଧା, ପୁରୀ, ଜଗତ୍‌ସିଂହପୁର, ଢେଙ୍କାନାଳ ଓ ନୟାଗଡ଼ ଜିଲାରୁ ମୋଟ ୩୫୮ ପ୍ରତିଭା ସମ୍ପନ୍ନ ପେସ୍‌ ବୋଲର ଏହି ଶିବିରରେ ଯୋଗ ଦେଇଥିଲେ। ଓଡ଼ିଶା ସିନିୟର ପୁରୁଷ କ୍ରିକେଟ ଦଳର ମୁଖ୍ୟ କୋଚ୍‌ ଦୀନେଶ ମୋଙ୍ଗିଆ ଏବଂ ଅମିୟ ରାୟ, ସୌରଜିତ ମହାପାତ୍ର, ସୁବିତ ବିଶ୍ୱାଳ ଓ ପ୍ରଭଞ୍ଜନ ମଲିକ ଆଦି ଓସିଏର ସିନିୟର ଓ ଜୁନିୟର କୋଚ୍‌ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ଶିବିର ପରିଚାଳିତ ହୋଇଥିଲା। ପେସ୍‌ ବୋଲର ପ୍ରତିଭା ଅନ୍ବେଷଣର ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟ ଶିବିର ଯଥାକ୍ରମେ ଗୁରୁବାର ଓ ଶୁକ୍ରବାର ଅନୁଷ୍ଠିତ ହୋଇଥିଲା। ଏଥିରେ ରାଜ୍ୟର ଅନ୍ୟ ଜିଲା ଗୁଡ଼ିକରୁ ପେସ୍‌ ବୋଲର ପ୍ରତିଭାମାନେ ଅଂଶଗ୍ରହଣ କରିବେ।

Share