ବ୍ରାଉନସୁଗାର ବିକି ବନ୍ଧାହେଲେ ବାପ-ପୁଅ

କଟକ ଅଫିସ,୯।୧: କମିଶନରେଟ ପୋଲିସ ରବିବାର କଟକରୁ ବ୍ରାଉନସୁଗାର ଜବତ କରିଛି । ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୧୨ ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି। ଘଟଣାରେ ସମ୍ପୃକ୍ତ ୨ ଜଣଙ୍କୁ ଗିରଫ କରାଯାଇଛି। ସେମାନେ ସମ୍ପର୍କରେ ବାପ -ପୁଅ ହୋଇଥିବା ଜଣାପଡ଼ିଛି। ସେମାନେ ଜଗତସିଂହପୁର ଅଞ୍ଚଳରୁ ଆସି କଟକରେ ବ୍ରାଉନସୁଗାର ବେପାର କରୁଥିବାବେଳେ ଧରାପଡ଼ିଛନ୍ତି। ଏ ନେଇ ଅତିରିକ୍ତ ଡିସିପି ଅନୀଲ ମିଶ୍ର ସୂଚନା ଦେଇଛନ୍ତି ।

Share