
ବାଲେଶ୍ୱର,୨୯ା୩(ବାଞ୍ଛାନିଧି ଦେ): ବାଲେଶ୍ୱର ବାର୍ ଆସୋସିଏଶନ ନିର୍ବାଚନ ଶନିବାର ପୂର୍ବାହ୍ନ ୭ଟା ୩୦ରୁ ଆରମ୍ଭ ହୋଇଛି। ଚଳିତ ନିର୍ବାଚନରେ ୧୯ ପଦବୀ ପାଇଁ ୩୬ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ସଭାପତି ପଦବୀ ପାଇଁ କେଶବ କୁମାର ଆଚାର୍ଯ୍ୟ, ମନୋଜ କୁମାର ନାୟକ ଏବଂ ନାରାୟଣ ଚନ୍ଦ୍ର ସାହୁ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ଉପ-ସଭାପତି ପଦବୀରେ ଜିତେନ୍ଦ୍ର କୁମାର ଉପାଧ୍ୟାୟ ଓ ରଣଜିତ ପଣ୍ଡା, ସମ୍ପାଦକ ପଦବୀ ପାଇଁ ଦୀପକ କୁମାର ଦାଶ, ପ୍ରତାପ ଚନ୍ଦ୍ର ମହାନ୍ତି, ସମ୍ବିତ କୁମାର ନନ୍ଦୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି । ଦୁଇଟି ସହ-ସମ୍ପାଦକ ପଦବୀ ପାଇଁ ଅଜୟ କୁମାର ବାରିକ, ଚନ୍ଦ୍ରକାନ୍ତ ଜେନା, ପିନାକୀ ଧୀର, ରୀତାଞ୍ଜଳି ନନ୍ଦ, ସୌରୀ ଶଙ୍କର ପରି କୋଷାଧ୍ୟକ୍ଷ ପାଇଁ ନିଶାନ୍ତ ପଟ୍ଟନାୟକ ଓ ରାଧାବଲ୍ଲଭ ଦାଶ, ସହ-କୋଷାଧ୍ୟକ୍ଷ ପାଇଁ ବରେନ୍ଦ୍ର ସେଠୀ, ମହମ୍ମଦ ଇସଲାମ ପ୍ରାର୍ଥୀ ଭାବେ ଲଢୁଛନ୍ତି। ସେହିପରି ୧୨ଜଣ ଏକ୍ଜିକ୍ୟୁଟିଭ୍ ମେମ୍ବର ପଦବୀ ନିମନ୍ତେ ୧୯ଜଣ ପ୍ରାର୍ଥୀ ନିର୍ବାଚନ ଲଢୁଛନ୍ତି । ମୋଟ୍ ୧୪୬୮ ଭୋଟର ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ।
ଶନିବାର ପୂର୍ବାହ୍ନ ୭ଟା ୩୦ରୁ ଭୋଟିଂ ଆରମ୍ଭ ହୋଇ ଅପରାହ୍ନ ୩ଟାରେ ଶେଷ ହେବ। ଭୋଟିଂ ପରେ ଗଣତି ଆରମ୍ଭ ହୋଇ ଫଳାଫଳ ପ୍ରକାଶିତ ହେବ। ନିର୍ବାଚନ ଅଧିକାରୀଙ୍କ ସମେତ ୧୮ଜଣ ସହ ନିର୍ବାଚନ ଅଧିକାରୀ ନିର୍ବାଚନ ପରିଚାଳନା କରିବେ ବୋଲି ନିର୍ବାଚନ ଅଧିକାରୀ କାର୍ତ୍ତିକ ଚନ୍ଦ୍ର ସି କହିଛନ୍ତି।