Advertisement

୩୬ ଅଭିଯୋଗ ଶୁଣିଲେ ଜିଲାପାଳ

ରାଇକିଆ,୨୪ା୩ (ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ବ୍ଲକ୍‌ କାର୍ଯ୍ୟାଳୟ ଠାରେ ସୋମବାର ଜିଲାପାଳ ଅମ୍ରିତ ଋତୁରାଜ ବିଭିନ୍ନ ଅଭିଯୋଗର ଶୁଣାଣି କରିଛନ୍ତି। ସମୁଦାୟ ୩୬ ଟି ଅଭିଯୋଗର ଶୁଣାଣି ହୋଇଥିଲା। ସେଥି ମଧ୍ୟରୁ ୧୯ଟି ବ୍ୟକ୍ତିଗତ ଏବଂ ୧୭ଟି ସାମୁହିକ ଅଭିଯୋଗ ରହିଥିଲା। ବିଶେଷ କରି ପାନୀୟ ଜଳ ସମସ୍ୟା, ଭତ୍ତା, ଆବାସ ଯୋଜନା, ଖାଦ୍ୟ ସୁରକ୍ଷା କାର୍ଡ ସମ୍ପର୍କୀତ ଅଭିଯୋଗ ମଧ୍ୟ ରହିଥିବା ବେଳେ ଗ୍ରାମାଞ୍ଚଳ ସମସ୍ୟା ନେଇ ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ଜିଲାପାଳଙ୍କ ସମେତ ଜିଲା ଆରକ୍ଷୀ ଅଧିକ୍ଷକ ହରିଶ ବିଶି, ବାଲିଗୁଡ଼ା ଉପ ଜିଲାପାଳ ରିନା ପ୍ରଧାନ, ଜିଲାପରିଷଦର କାର୍ଯ୍ୟ ନିର୍ବାହୀ ଅଧିକାରୀ ଶମ୍ଭୁ ନାଥ ନନ୍ଦୀ , ରାଇକିଆ ବିଡ଼ିଓ ସବ୍ୟସାଚୀ ସାହୁ, ତହସିଲଦାର ବରିଆଲ ମୁର୍ମୁ ଏବଂ ଜିଲାର ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel