୩୪ ଦିନରେ ୩୬ ଲକ୍ଷ ଜରିମାନା ଆଦାୟ

ବ୍ରହ୍ମପୁର ଅଫିସ୍‌,୫।୧: ବ୍ରହ୍ମପୁର ସହରର ଟ୍ରାଫିକ୍‌ ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ଗଠନ ହୋଇଛି ଟ୍ରାଫିକ ୟୁନିଟ୍‌। ସରକାରଙ୍କ ବାଣିଜ୍ୟ ଓ ପରିବହନ ବିଭାଗ ବିଜ୍ଞପ୍ତି ଅନୁଯାୟୀ, ଗଠିତ ଟ୍ରାଫିକ୍‌ ୟୁନିଟର ମୂଳ ଲକ୍ଷ୍ୟ ଲୋକଙ୍କୁ ଏବଂ ଯାନବାହନ ଚାଳକଙ୍କୁ ଟ୍ରାଫିକ୍‌ ନିୟମ ସମ୍ପର୍କରେ ସଚେତନ କରିବା। କିନ୍ତୁ ଏହା ସତ୍ତ୍ୱେ ନିୟମ ଉଲ୍ଲଂଘନକାରୀଙ୍କ ଉପରେ ଏବେ କଡ଼ା ଆଭିମୁଖ୍ୟ ଗ୍ରହଣ କରାଯାଉଛି ବୋଲି ଥାନାଧିକାରୀ ସୁନୀଲ ବେହେରା ସୂଚନା ଦେଇଛନ୍ତି। କରୋନା କଟକଣା କୋହଳ ପରେ ହେଲ୍‌ମେଟ୍‌ ଯାଞ୍ଚ ସହିତ ଅମାନିଆଙ୍କ ଉପରେ କଡ଼ା ନଜର ରଖାଯାଇଛି। ଟ୍ରାଫିକ୍‌ ନିୟମ ନ ମାନିଲେ ନିସ୍ତାର ନାହିଁ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଡିସେମ୍ବର ୧ରୁ ନୂଆ ନିୟମ ଲାଗୁ ହୋଇଥିଲା। ଏଣୁ ଏଣିକି ହେଲ୍‌ମେଟ୍‌ ନ ପିନ୍ଧିଲେ ୧ ହଜାର ଟଙ୍କା ଜରିମାନା ଆଦାୟ କରିବାକୁ ନିୟମ କରାଯାଇଛି। ଏପରିକି ବାଇକ୍‌ ପଛରେ ବସିଥିବା ବ୍ୟକ୍ତି ମଧ୍ୟ ହେଲ୍‌ମେଟ୍‌ ପିନ୍ଧିବାକୁ ନିୟମ କରାଯାଇଛି। ସେହିପରି ୩ ମାସ ପର୍ଯ୍ୟନ୍ତ ଡ୍ରାଇଭିଂ ଲାଇସେନ୍ସ ରଦ୍ଦ ପାଇଁ ମଧ୍ୟ ପୋଲିସ ଆରଟିଓଙ୍କୁ ସୁପାରିସ କରିପାରିବ ବୋଲି ସେ କହିଛନ୍ତି। ଟ୍ରାଫିକ୍‌ ପୋଲିସ ପକ୍ଷରୁ ହସ୍ତଗତ ହୋଇଥିବା ରିପୋର୍ଟ ଅନୁସାରେ ଗତ ୩୪ ଦିନରେ ବ୍ରହ୍ମପୁର ଟ୍ରାଫିକ୍‌ ଥାନା ପକ୍ଷରୁ ୨୦୨୦ ଡିସେମ୍ବର ୧ରୁ ୨୦୨୧ ଜାନୁୟାରୀ ୩ ସୁଦ୍ଧା ଟ୍ରାଫିକ୍‌ ନିୟମ ଉଲ୍ଲଂଘନକାରୀଙ୍କ ନିକଟରୁ ପ୍ରାୟ ୩୬ ଲକ୍ଷ ଟଙ୍କାର ଜରିମାନା ଆଦାୟ କରାଯାଇଛି। ସେହିପରି ପ୍ରାୟ ୪୮୦ ଜଣଙ୍କ ଡ୍ରାଇଭିଂ ଲାଇସେନ୍ସ (ଡିଏଲ୍‌) ବାତିଲ (ରଦ୍ଦ) ପାଇଁ ଆରଟିଓଙ୍କୁ ସୁପାରିସ କରାଯାଇଛି। ୨୯ ଜଣ ନିଶାସକ୍ତ ଗାଡ଼ି ଚାଳକଙ୍କ ନାମରେ ମାମଲା ରୁଜୁ କରାଯାଇଛି ବୋଲି ଟ୍ରାଫିକ୍‌ ଥାନାଧିକାରୀ ସୁନୀଲ ବେହେରା ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ଡାକ୍ତର ଫେରିଛି’ କ୍ଷୁଦ୍ର ଚଳଚ୍ଚିତ୍ରର ମହୁରତ

କେନ୍ଦୁଝର ୫।୧୧ (ନରେଶ ଚନ୍ଦ୍ର ପଟ୍ଟନାୟକ): ସଦର ବ୍ଲକ ଖମଣଗୋଡା ସାହି, ଗୋବିନ୍ଦପୁର ସ୍ଥିତ ପ୍ରୟାସ ସେବାଗ୍ରାମଠାରେ ଅବସ୍ଥିତ ଶିରିଡି ସାଇ ମନ୍ଦିରରେ କେନ୍ଦୁଝର ଡ୍ରାମା...

ଇନକୁମ୍ବେନ୍ସି ଚାର୍ଟରେ ପୂର୍ବତନ ଜିଲାପାଳଙ୍କ ନାମ: ଉଠିଲା ପ୍ରଶ୍ନ

ହାଟଡିହୀ,୫l୧୧(ଶୁଭକାନ୍ତ ନାୟକ):ସମ୍ପ୍ରତି ସମାଜରେ ଦୈନନ୍ଦିନ ଜୀବନରେ ଅନ ଲାଇନ ଉପରେ ପ୍ରାୟତଃ ସମସ୍ତେ ନିର୍ଭରଶୀଳ ଅଟନ୍ତି l ବିଭିନ୍ନ କାର୍ଯ୍ୟ ପାଇଁ ଅନ ଲାଇନ ପଦ୍ଧତି...

ଭଦ୍ରକରେ ନନ୍ଦନକାନନ ଏକ୍ସପ୍ରେସ ଉପରକୁ ଗୁଳିମାଡ଼

ଭଦ୍ରକ,୫।୧୧: ଭଦ୍ରକ-ବାଉଦପୁର ସେକ୍ସନ ଟ୍ରେନ୍‌ ଲାଇନ୍‌ ମଝିରେ ମଙ୍ଗଳବାର ଏକ ଅଘଟଣ ଘଟିଛି। ନନ୍ଦନକାନନ ଏକ୍ସପ୍ରେସ ଟ୍ରେନ୍‌ ଉପରକୁ କେତେକ ଦୁର୍ବୃତ୍ତ ଟ୍ରେନ ଉପରକୁ ୨...

କାର-ସ୍କୁଟି ମୁହାଁମୁହିଁ ଧକ୍କା: ଚାଲିଗଲା ଜଣଙ୍କ ଜୀବନ

ଭୋଗରାଇ,୫।୧୧(ପ୍ରଦୀପ ଦାସ): ବାଲେଶ୍ୱର ଜିଲା ଜଳେଶର-ଚନ୍ଦନେଶର ୫୭ ନମ୍ବର ରାଜ୍ୟ ରାଜପଥ କମର୍ଦ୍ଦା ଥାନା ଛଣପୋଖରୀଠାରେ ଆଜି ସ୍କୁଟି, କାର ମୁହାଁମୁହିଁ ଧକ୍କା ହେଇଛି। ଘଟଣାସ୍ଥଳରେ...

ଉଦୟପୁର ବେଳାଭୂମିରେ ଲାଗିଲା ଏଭଳି ଯନ୍ତ୍ର, ଦେଖିଲେ…

ଭୋଗରାଇ,୫ ।୧୧ ( ପ୍ରଦୀପ ଦାସ ): ଓଡ଼ିଶା ସୀମାନ୍ତ ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ଉଦୟପୁର ସମୁଦ୍ରକୂଳରେ ସୋମବାର ଜାହାଜର ଦିଗ ନିର୍ଣ୍ଣୟ ଯନ୍ତ୍ର(...

ନୂତନ ଡେଲି ମାର୍କେଟର ଶିଳାନ୍ୟାସ: ଉପକୃତ ହେବେ ୫ ଶହରୁ ଅଧିକ ବ୍ୟବସାୟୀ

ଭବାନୀପାଟଣା,୪ା୧୧(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଭବାନୀପାଟଣା ପୌରପାଳିକା ପକ୍ଷରୁ ସୋମବାର ସ୍ଥାନୀୟ ୨୦ ନଂ ୱାର୍ଡରେ ନୂତନ ଡେଲି (ଦୈନିକ) ମାର୍କେଟର ଶିଳାନ୍ୟାସ କରାଯାଇଛି। ଏଥିପାଇଁ...

ଓଡ଼ିଶା ବନ ଓ ପରିବେଶ ବିଭାଗ ଅବସରପ୍ରାପ୍ତ କର୍ମଚାରୀ ସଂଘର ବୈଠକ ୩ ସ୍ବର୍ଣ୍ଣ ପଦକ ହାସଲକାରୀ ସମ୍ମାନିତ

ଭବାନୀପାଟଣା,୫।୧୧(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ଅମଲା ଭବନଠାରେ ରବିବାର ଓଡିଶା ବନ ଓ ପରିବେଶ ବିଭାଗ ଅବସରପ୍ରାପ୍ତ କର୍ମଚାରୀ ସଂଘ ବୈଠକ ଅନୁଷ୍ଠିତ ହୋଇଯାଇଛି।...

ବହୁତ ହୋଇଗଲା ଏଥର ଛାଡ଼ିବାନି: କାହିଁକି ଏମିତି କହିଲେ ପୁରୀ ଗଜପତି ମହାରାଜା

ପୁରୀ,୫।୧୧:ଆସନ୍ତା ୯ରେ ଆମେରିକାର ହ୍ୟୁଷ୍ଟନରେ ରଥଯାତ୍ରା ଆୟୋଜନ ହେଉଛି। ଏହାକୁ ନେଇ ବିବାଦ ଆରମ୍ଭ ହୋଇଯାଇଛି। ଅଦିନିଆ ରଥଯାତ୍ରାକୁ ନେଇ ଗଜପତି ମହାରାଜା ଦିବ୍ୟସିଂହ ଦେବ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri