ମଧ୍ୟାନ୍ନଭୋଜନ ଖାଇ ୩୬ ଛାତ୍ରୀଛାତ୍ର ଅସୁସ୍ଥ ଘଟଣା : ଜିଲା ପ୍ରଶାସନ ପକ୍ଷରୁ ତଦନ୍ତ ଆରମ୍ଭ

ଦାରିଙ୍ଗବାଡି, ୮।୧୨ (ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସିମନବାଡି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମଧ୍ୟାନ୍ନ ଭୋଜନ ଖାଇ ଛାତ୍ରୀଛାତ୍ର ଅସୁସ୍ଥ ଘଟଣାରେ ଜିଲା ପ୍ରଶାସନର ନିର୍ଦ୍ଦେଶକ୍ରମେ ଜିଲା ଜନସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି। ଏହି ଘଟଣାକୁ ଜିଲା ପ୍ରଶାସନ ଗୁରୁତ୍ୱ ଭାବେ ନେଇଛି। ରବିବାର ସକାଳେ ଜନସ୍ବାସ୍ଥ୍ୟ ବିଭାଗ କାର୍ଯ୍ୟାଳୟରୁ ଏକ ତଦନ୍ତକାରୀ ଦକ ଦାରିଙ୍ଗବାଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ଛାତ୍ରୀଛାତ୍ର ମାନଙ୍କ ବୟାନ ରେକର୍ଡ କରିବା ସହ ଚିକିତ୍ସା କରୁଥିବା ଡାକ୍ତର ଏବଂ ସିମନବାଡି ପହଞ୍ଚି ବିଦ୍ୟାଳୟ ପ୍ରଧାନଶିକ୍ଷକ ବିଦେଶୀ ନାୟକ ଏବଂ ଅନ୍ୟ ସହକାରୀ ଶିକ୍ଷୟତ୍ରୀ ଓ ମଧ୍ୟାନ୍ନ ଭୋଜନ ରୋଷେଇ ଦାୟିତ୍ୱରେ ରହିଥିବା ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟଙ୍କ ସମେତ ଛାତ୍ରୀଛାତ୍ର ମାନଙ୍କୁ ବିଦ୍ୟାଳୟରେ ପଚରାଉଚରା କରିଛନ୍ତି। ଏଥି ସହ ମଧ୍ୟାନ୍ନ ଭୋଜନ ପାଇଁ ରଖାଯାଇଥିବା ଚାଉଳର ନମୁନା ସଂଗ୍ରହ କରିବା ସହ ରୋଷେଇଶାଳ ଓ ଚାଉଳ ରଖାଯାଇଥିବା ଷ୍ଟୋରରୁମକୁ ଦେଖି ଅସନ୍ତୋଷବ୍ୟକ୍ତ କରିଛନ୍ତି ଗୋଟିଏ ନଳକୂପ ରହିଥିବା ବେଳେ ସେଥିରୁ ପିଇବା ପାଇଁ ବ୍ୟବହାର ସହ ଛାତ୍ରୀଛାତ୍ରଙ୍କ ପାଇଁ ରୋଷେଇ ଓ ଅନ୍ୟ କାର୍ଯ୍ୟପାଇଁ ବ୍ୟବହାର କରୁଛନ୍ତି । ଯାହାକି ଦୂଷିତ ପରିବେଶ ମଧ୍ୟରେ ଉକ୍ତ ନଳକୂପ ରହିଥିବା ତଦନ୍ତ ଦଳ ଉଦ୍‌ବେଗ ପ୍ରକାଶ କରିଛନ୍ତି । ପତିତ୍ୟକ୍ତ ରୋଷେଇ ଗୃହରେ ପିଲାଙ୍କ ପାଇଁ ମଧ୍ୟାନ୍ନ ଭୋଜନ ରୋଷେଇକୁ ନେଇ ତଦନ୍ତ ଟିମ ଚିନ୍ତା ପ୍ରକାଟ କରିଛନ୍ତି ।ସେହିପରି ଆଗକୁ ମଧ୍ୟାନ୍ନ ଭୋଜନ ରୋଷେଇରେ ଆହୁରି ସ୍ବଚ୍ଛତା ଆଣିବାକୁ ମହିଳା ରୋଷେୟା ଏବଂ ବିଦ୍ୟାଳୟ କର୍ତ୍ତ୍ୟୁପକ୍ଷଙ୍କୁ ପରାମର୍ଶ ଦେଇଛନ୍ତି। ଏଥିରେ ଏପିଡେମୋଲୋଜିଷ୍ଟ ସ୍ପନ୍ଦନ ଭଞ୍ଜଦେଓ, ଜିଲା ଖାଦ୍ୟ ନିରାପତ୍ତା ଓ ମାନ ପ୍ରାଧିକରଣ ଅଧିକାରୀ ସତ୍ୟବ୍ରତ ଷେଣ୍ଢ ପ୍ରମୁଖ ପହଞ୍ଚି ତଦନ୍ତ କରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଅଭିଶେକଙ୍କ ବିସ୍ଫୋରକ ଶତକ: ହାଇଦ୍ରାବାଦ ବିଜୟୀ

ହାଇଦ୍ରାବାଦ,୧୨ା୪: ଅଭିଶେକ ଶର୍ମାଙ୍କ ବିସ୍ଫୋରକ ଶତକ ବଳରେ ସନରାଇଜର୍ସ ହାଇଦ୍ରାବାଦ (ଏସ୍‌ଆର୍‌ଏଚ୍‌) ୮ ଉଇକେଟରେ ପଞ୍ଜାବ କିଙ୍ଗ୍ସ (ପିବିକେଏସ୍‌)କୁ ପରାସ୍ତ କରିଛି। ହାଇସ୍କୋରିଂ ମ୍ୟାଚରେ ପିବିକେଏସ୍‌...

ଉଗ୍ରରୂପ ନେଲା ଓ୍ବକ୍‌ଫ ବିରୋଧୀ ବିକ୍ଷୋଭ: ଇଣ୍ଟରନେଟ୍‌ ସେବା ବନ୍ଦ

କୋଲକାତା,୧୨।୪: ଓ୍ବକ୍‌ଫ ସଂଶୋଧନ ଆଇନ ବିରୋଧରେ ବିକ୍ଷୋଭ ଉଗ୍ରରୂପ ନେଇଛି। ପଶ୍ଚିମବଙ୍ଗର ମୁସଲମାନବହୁଳ ମୁର୍ଶିଦାବାଦ ଜିଲାରେ ହୋଇଥିବା ବିକ୍ଷୋଭ ହିଂସାତ୍ମକ ରୂପ ନେଇଥିବା ବେଳେ ଏଥିରେ...

ଭାରତୀୟ ଫାର୍ମା କମ୍ପାନୀର ଓ୍ବେୟାର ହାଉସ ଉପରେ ମିଶାଇଲ ମାଡ଼ କଲା ରୁଷିଆ

କ୍ୱିଭ,୧୨।୪: ୟୁକ୍ରେନର ରାଜଧାନୀ କ୍ୱିଭରେ ରୁଷିଆର ସଦ୍ୟତମ ଆକ୍ରମଣରେ ଏକ ଭାରତୀୟ ଔଷଧ କମ୍ପାନୀର ଗୋଦାମ ଧ୍ୱଂସ ହୋଇଯାଇଛି। ଶନିବାର (୧୨ ଏପ୍ରିଲ, ୨୦୨୫) ଭାରତରେ...

ମୋହନ ବାଗାନ ସୁପର ଜାଏଣ୍ଟ୍ସ ଚାମ୍ପିୟନ

କୋଲକାତା, ୧୨ା୪ : ମୋହନବାଗାନ ସୁପର ଜାଏଣ୍ଟ୍ସ ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌) ୨୦୨୪-୨୫ ସିଜନର ଟାଇଟଲ ବିଜେତା ହୋଇଛି। ସ୍ଥାନୀୟ ଯୁବ ଭାରତୀ କ୍ରୀଡ଼ାଙ୍ଗନରେ...

ଆଶ୍ୱସ୍ତି ଆଣିଲା କାଳବୈଶାଖୀ ବର୍ଷା

ଧରାକୋଟ,୧୨ା୪(ବିଷ୍ଣୁ କେଶରୀ ଅଚାର୍ଯ୍ୟ): କାଳବୈଶାଖୀ ବର୍ଷା ଧରାକୋଟ ଅଞ୍ଚଳର ଜନଜୀବନ ପାଇଁ ଆଶ୍ୱସ୍ତି ଆଣିଛି। ଚୈତ୍ର ମାସରେ ତାପମାତ୍ରା ବୃଦ୍ଧି ଯୋଗୁ ଲୋକେ ନାହିଁ ନ...

ଦୁଇ ଫୁଲମାଳରେ ବାଛିଲେ ଜୀବନସାଥୀ

ବରଗଡ଼,୧୨।୪(ପ୍ରେମାନନ୍ଦ ଖମାରୀ)- ବିବାହରେ ନ ଥିଲା ଯାନିଯୌତୁକ। କେବଳ ୨ଟି ଫୁଲମାଳରେ ବାଛିଥିଲେ ଜୀବନସାଥୀ। ଏଭଳି ଏକ ଆଦର୍ଶ ଗଣବିବାହ ଶନିବାର ବରଗଡ ସ୍ଥିତ ବିଜୁ...

ମିଳୁନି ପିଇବା ପାଣି

ଗଞ୍ଜାମ,୧୨ା୪(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତ ନୀଳାଦ୍ରିପୁର ଗ୍ରାମରେ ଦୀର୍ଘ ପନ୍ଦର ଦିନରୁ ଊର୍ଦ୍ଧ୍ୱ ହେବ ପିଇବା ପାଣି ସମସ୍ୟା ଦେଖାଦେଇଛି। ଏନେଇ...

ଭଉଣୀ ନେହା କକ୍କର, ଭାଇ ଟୋନିଙ୍କଠାରୁ ସମ୍ପର୍କ କାଟିଲେ ଭଉଣୀ ସୋନୁ! ପୋଷ୍ଟ ଶେୟାର କରି କହିଲେ…

ମୁମ୍ବାଇ: ଗାୟିକା ସୋନୁ କକ୍କର ବଲିଉଡ ଇଣ୍ଡଷ୍ଟ୍ରିର ଜଣେ ଜଣାଶୁଣା ଗାୟିକା, ସେ ଅନେକ ବଡ଼ ବଡ଼ ମୁଭିରେ ନିଜ କଣ୍ଠସ୍ବରର ଯାଦୁ ଦେଖାଇଛନ୍ତି। ଏବେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image