Categories: ଜାତୀୟ

ସୁଦାନରୁ ଉଦ୍ଧାର ୩୬୦ ଭାରତୀୟ ଦିଲ୍ଲୀ ପହଞ୍ଚିଲେ

ନୂଆଦିଲ୍ଲୀ,୨୭ା୪ : ଅପରେଶନ କାବେରୀରେ ସୁଦାନରୁ ଉଦ୍ଧାର ହୋଇଥିବା ଭାରତୀୟଙ୍କ ମଧ୍ୟରୁ ପ୍ରଥମ ପର୍ଯ୍ୟାୟରେ ୩୬୦ ଜଣ ବୁଧବାର ସନ୍ଧ୍ୟାରେ ନୂଆଦିଲ୍ଲୀରେ ପହଞ୍ଚତ୍ଛନ୍ତି। ବହିର୍ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର ସେମାନଙ୍କ ପହଞ୍ଚତ୍ବା ସମୟର ଫଟୋ ଟୁଇଟ୍‌ କରିଛନ୍ତି। ସୁଦାନ ସୈନ୍ୟ ଓ ଅର୍ଦ୍ଧସାମରିକ ବାହିନୀ ମଧ୍ୟରେ ୧୧ ଦିନ ହେଲା ସଂଘର୍ଷ ଜାରି ରହିଥିବାବେଳେ ୪୫୯ ଜଣଙ୍କ ମୃତ୍ୟୁ ଘଟିଲାଣି। ଏଥିସହିତ ୪,୦୦୦ରୁ ଊର୍ଦ୍ଧ୍ୱ ଆହତ ହୋଇଛନ୍ତି। ସେଠାରେ ୩,୦୦୦ରୁ ଊର୍ଦ୍ଧ୍ୱ ଭାରତୀୟ ଫସି ରହିଥିଲେ। ଆମେରିକା ଏବଂ ସାଉଦି ଆରବ ମଧ୍ୟସ୍ଥତା କରିବା ପରେ ବିଦେଶୀ ନାଗରିକମାନଙ୍କୁ ଉଦ୍ଧାର ପାଇଁ ୭୨ ଘଣ୍ଟା ଅସ୍ତ୍ରବିରତି ନିମନ୍ତେ ସୋମବାର ସୁଦାନ ରାଜି ହୋଇଥିଲା। ଦୁଇ ଦିନରେ ଭାରତ ସୁଦାନରୁ ୫୩୪ ଜଣଙ୍କୁ ଉଦ୍ଧାର କରି ଜେଦ୍ଦାକୁ ନେଇଥିବାବେଳେ ସେଠାରୁ ସେମାନଙ୍କୁ ବିମାନ ଯୋଗେ ଦିଲ୍ଲୀ ଅଣାଯାଉଛି।

Share