ଭୁବନେଶ୍ୱର,୩।୨(ବ୍ୟୁରୋ): ରାଜ୍ୟରୁ ଗତ ୨୪ ଘଣ୍ଟାରେ ଆଉ ୩,୬୨୯ ଜଣ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ୫୧୫ ଜଣ ସଂକ୍ରମିତ ପିଲା ଥିବା ବେଳେ କ୍ୱାରାଣ୍ଟାଇନରୁ ୨୧୧୫ ଏବଂ ୧୫୧୪ ଲୋକାଲ କେସ୍ ରହିଛି । ଏହାକୁ ମିଶାଇ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୨ ଲକ୍ଷ ୫୯ ହଜାର ୪୦୫କୁ ବୃଦ୍ଧି ପାଇଛି ।
ଗୁରୁବାର ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନା ମୁତାବକ, ଦୈନିକ କୋଭିଡ ସଂକ୍ରମଣରେ ଏବେବି ଶୀର୍ଷରେ ରହିଛି ଖୋର୍ଦ୍ଧା ଜିଲା । ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୭୧୬ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଅନୁଗୁଳରୁ ୫୯, ବାଲେଶ୍ୱରରୁ ୧୧୧, ବରଗଡ଼ରୁ ୭୧, ଭଦ୍ରକରୁ ୪୫, ବଲାଙ୍ଗିରରୁ ୯୧, ବୌଦ୍ଧରୁ ୮୦, କଟକରୁ ୩୨୯, ଦେବଗଡ଼ରୁ ୬୮, ଢେଙ୍କାନାଳରୁ ୫୫, ଗଜପତିରୁ ୫୬, ଗଞ୍ଜାମରୁ ୪୬, ଜଗତସିଂହପୁରରୁ ୮୯, ଯାଜପୁରରୁ ୧୩୭, ଝାରସୁଗୁଡ଼ାରୁ ୫୧, କଳାହାଣ୍ଡିରୁ ୮୫ ଜଣ ଆକ୍ରାନ୍ତ ରହିଛନ୍ତି। ସେହିଭଳି କନ୍ଧମାଳରୁ ୪୭, କେନ୍ଦ୍ରାପଡ଼ାରୁ ୧୪୯, କେନ୍ଦୁଝରରୁ ୪୪, କୋରାପୁଟରୁ ୩୧, ମାଲକାନଗିରିରୁ ୨୩, ମୟୂରଭଞ୍ଜରୁ ୧୪୨, ନବରଙ୍ଗପୁରରୁ ୯୦, ନୟାଗଡ଼ରୁ ୧୧୮, ନୂଆପଡ଼ାରୁ ୭୦, ପୁରୀରୁ ୫୩, ରାୟଗଡ଼ାରୁ ୧୦୧, ସମ୍ବଲପୁରରୁ ୧୦୧, ସୋନପୁରରୁ ୩୫, ସୁନ୍ଦରଗଡ଼ରୁ ୩୪୬ ଓ ଷ୍ଟେଟପୁଲରୁ ୧୬୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏବେ ରାଜ୍ୟରେ ୩୫ ହଜାର ୩୦୬ ସକ୍ରିୟ ସଂକ୍ରମିତ ରହିଛନ୍ତି ।