ଦେଶରେ କମିଲା ସଂକ୍ରମଣ: ଆଜି ୩୬,୫୭୧ ଆକ୍ରାନ୍ତ ଚିହ୍ନଟ, ୫୪୦ ମୃତ

ନୂଆଦିଲ୍ଲୀ,୨୦ା୮: ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩୬,୫୭୧ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୫୪୦ ଜଣଙ୍କ ମୃତ୍ୟୁ ଘଟିଛି। ଭାରତରେ ବର୍ତ୍ତମାନ ଆକ୍ଟିଭ କେସ୍‌ ୩,୬୩,୬୦୫କୁ ହ୍ରାସ ପାଇଛି। ସକ୍ରିୟ ମାମଲାଗୁଡ଼ିକ ମୋଟ୍‌ ମାମଲାର ୧.୧୩% ଅଟେ। ସେହିପରି ସମଗ୍ର ଦେଶରେ ସମୁଦାୟ ୩,୧୫,୬୧,୬୩୫ ଜଣ ସୁସ୍ଥ ହୋଇଛନ୍ତି।
ଗତ ୨୪ ଘଣ୍ଟା ମଧ୍ୟରେ ୩୬,୫୫୫ ରୋଗୀ ସୁସ୍ଥ ହୋଇଛନ୍ତି। ଆରୋଗ୍ୟ ହାର ୯୭.୫୩%କୁ ବୃଦ୍ଧି ପାଇଛି। ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩,୨୩,୫୮,୮୨୯ କୁ ବୃଦ୍ଧି ପାଇଛି। ମୋଟ୍‌ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟାରେ ହ୍ରାସ ହୋଇଛି ୫୨୪ ଜଣ। ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୫୪୦ ହୋଇଥିବା ବେଳେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୪,୩୩,୫୮୯କୁ ବୃଦ୍ଧି ପାଇଛି।

Share