ଚିନ୍ତା ବଢାଉଛି କରୋନା,ରାଜ୍ୟରେ ୩୬୭୯ ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ୱର,୮।୧(ବ୍ୟୁରୋ): ରାଜ୍ୟରେ ଶନିବାର  ୩୬୭୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୩୮୪ ଜଣ ପିଲା ଅଛନ୍ତି। ଯେଉଁମାନଙ୍କ ବୟସ ୧୮ ବର୍ଷରୁ କମ୍‌। ଆକ୍ରାନ୍ତଙ୍କ ମଧ୍ୟରୁ ୨୧୪୮ କ୍ୱାରାଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବାବେଳେ ୧୫୩୧ ଜଣ ଲୋକାଲ କେସ ଥିବା ରାଜ୍ୟ ସୂଚନା ଏବଂ ଲୋକସମ୍ପର୍କ ବିଭାଗ ପକ୍ଷରୁ ଟୁଇଟ ଯୋଗେ ସୂଚନା ଦିଆଯାଇଛି। ଏହାକୁ ମିଶାଇ ରାଜ୍ୟରେ ମୋଟ ୧୦ ଲକ୍ଷ ୫୯ ହଜାର ୭୭୩ରେ ପହଞ୍ଚିଛି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୧୨୨୩ ଆକ୍ରାନ୍ତ ଥିବା ବେଳେ ଅନୁଗୋଳରୁ ୫୫, ବାଲେଶ୍ୱରରୁ ୧୪, ବରଗଡରୁ ୪୮, ଭଦ୍ରକରୁ୧୮, ବଲାଙ୍ଗୀରରୁ ୩୫ , ବୌଦ୍ଧରୁ ୨, କଟକରୁ ୩୧୦, ଦେବଗଡରୁ ୨୦, ଢେଙ୍କାନାଳରୁ ୫, ଗଜପତିରୁ ୧୫, ଗଞ୍ଜାମରୁ ୪୨, ଜଗତ୍‌ସିଂହପୁରରୁ ୧୭, ଯାଜପୁରରୁ ୭୮, ଝାରସୁଗୁଡାରୁ ୧୩୪, କଳାହାଣ୍ଡିରୁ ୧୩, କନ୍ଧମାଳରୁ ୬, କେନ୍ଦ୍ରାପଡାରୁ ୧୦, କେନ୍ଦୁଝରରୁ ୪୪, କୋରାପୁଟରୁ ୩୬, ମୟୂରଭଞ୍ଜରୁ ୮୦, ନବରଙ୍ଗପୁରରୁ ୪୪, ନୟାଗଡରୁ ୧୦, ନୂଆପଡାରୁ ୨୩, ପୁରୀରୁ ୧୦୦, ରାୟଗଡାରୁ ୨୧ ଆକ୍ରାନ୍ତ ଅଛନ୍ତି। ସେହିପରି ସମ୍ବଲପୁରରୁ ୩୭୨, ସୋନପୁରରୁ ୩୩, ସୁନ୍ଦରଗଡରୁ ୫୮୨ ଥିବା ବେଳେ ଷ୍ଟେଟ ପୁଲ୍‌ରୁ ୨୮୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

 

Share