ଚାଇନା ମନାଇଲା ୩୬ତମ ଇଣ୍ଟରନ୍ୟାସନାଲ କାଇଟ ଫେଷ୍ଟିଭାଲ: ଆକାଶରେ ଉଡ଼ିଲା ରଙ୍ଗବେରଙ୍ଗ ଗୁଡ଼ି

ଚାଇନା,୨୨।୪: ଚାଇନାର ଓ୍ବିଫାଙ୍ଗରେ ବହୁ ଧୁମ୍‌ଧାମ୍‌ରେ ୩୬ତମ ଇଣ୍ଟରନ୍ୟାସନାଲ କାଇଟ ଫେଷ୍ଟିଭାଲ ପାଳିତ ହୋଇଛି। ଏହି ଅବସରରେ ୩୦ ଦେଶରୁ ୪ଶହରୁ ଅଧିକ ପ୍ରତିଯୋଗୀ ଭାଗ ନେଇଥିଲେ। ଦିନସାରା ଚାଲୁଥିବା ଏହି କାର୍ଯ୍ୟକ୍ରମରେ ଆକାଶରେ ହଜାର ହଜାର ରଙ୍ଗବେରଙ୍ଗ ଓ ବିଭିନ୍ନ କିସମର ଗୁଡି ଉଡ଼ିଥିବା ଦେଖିବାକୁ ମିଳିଛି। ଏହି କାର୍ଯ୍ୟକ୍ରମକୁ ଦେଖିବା ପାଇଁ ସାରା ବିଶ୍ୱରୁ ବହୁ ସଂଖ୍ୟାରେ ଲୋକଙ୍କ ସୂଅ ଛୁଟିଥାଏ। ରୁଷ, ଆମେରିକା, ବ୍ରିଟେନ, ଅଷ୍ଟ୍ରେଲିଆ, ଜାପାନ, ଫ୍ରାନ୍ସ, କାନାଡା ଓ ଇଣ୍ଡୋନେସିଆ ସମେତ ୩୦ଟି ଦେଶରୁ  ପ୍ରାୟ ଦେଢ଼ଲକ୍ଷ ଲୋକ ଏହି ଫେଷ୍ଟିଭାଲରେ ସାମିଲ ହୋଇଥିଲେ। ସୂଚନାଯୋଗ୍ୟ, ଓ୍ବିଫାଙ୍ଗରେ ପ୍ରତିବର୍ଷ ୮୦ଲକ୍ଷ ଗୁଡ଼ି ତିଆରି କରାଯାଇଥାଏ। ଏହାକୁ ଚୀନ ସମେତ ଅନ୍ୟ ବହୁ ଦେଶକୁ ମଧ୍ୟ ପଠାଯାଇଥାଏ। ଓ୍ବିଫାଙ୍ଗରେ ଜନସଂଖ୍ୟା ପ୍ରାୟ ୯ଲକ୍ଷରୁ ଊର୍ଦ୍ଧ୍ୱ ଥିବା ବେଳେ ଏଥିରୁ ୨୫ ପ୍ରତିଶତ ଲୋକଙ୍କୁ ବର୍ଷସାରା ଗୁଡି ତିଆରି କରିବା ପାଇଁ ରୋଜଗାର ମଧ୍ୟ ମିଳୁଥିବା ସୂଚନା ମିଳିଛି।

Share