Categories: ଖେଳ

ଆଇପିଏଲର ୩୬ ତମ ମ୍ୟାଚ: ଆରସିବି-କେକେଆର ଲଢ଼େଇ…

କୋଲକାତା,୨୬।୪ : ଆଇପିଏଲର ୩୬ ତମ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) କୋଲକାତା ନାଇଟ ରାଇଡର୍ସ(କେକେଆର)କୁ ବେଙ୍ଗାଲୁରୁର ଏମ ଚିନ୍ନାସ୍ବାମୀ ଷ୍ଟାଡିୟମରେ ଭେଟିବ। ବିଜୟ ଅଭିଯାନକୁ ଫେରିବା ପାଇଁ କୋଲକାତା ଆଶା ରଖିଛି। ଅନ୍ୟପକ୍ଷରେ ଆରସିବି ଗତ ଦୁଇଟି ମ୍ୟାଚ ଜିତିଛି। ସେ ବର୍ତ୍ତମାନ ପଏଣ୍ଟ ଟେବୁଲରେ ପଞ୍ଚମ ସ୍ଥାନରେ ଅଛି। ବିଜୟର ହ୍ୟାଟ୍ରିକ ରୁ ଆରସିବି ରୋକିବା କୋଲକାତା ପାଇଁ ଏକ ବଡ଼ ଆହ୍ବାନ ହେବ।

ଦୁଇଥର ଚାମ୍ପିଅନ କୋଲକାତା ନାଇଟ ରାଇଡର୍ସ ଗତ ଚାରିଟି ମ୍ୟାଚ ହାରିଯିବାରେ ଲାଗିଛି। ଘରୋଇ ପଡ଼ିଆ ଇଡେନ ଗାର୍ଡେନରେ ମଧ୍ୟ ସେ ପରାଜୟର ସମ୍ମୁଖୀନ ହୋଇଛି। ସାତୋଟି ମ୍ୟାଚରୁ ଦୁଇଟି ବିଜୟ ସହ ଦଳ ସପ୍ତମ ସ୍ଥାନରେ ରହିଛି। ବ୍ୟାଟ୍ସମ୍ୟାନମାନେ ଆଶା ପୂରଣ କରିବାକୁ ସକ୍ଷମ ନୁହଁନ୍ତି। ଏହି ଦଳ ନିୟମିତ ଅଧିନାୟକ ଶ୍ରେୟାସ ଆୟର ଏବଂ ଅଲରାଉଣ୍ଡର ଶାକିବ ଅଲ ହାସନଙ୍କୁ ହରାଉଛି। ସିଜିନ ପୂର୍ବରୁ ଆଘାତ ଯୋଗୁ ଶ୍ରେୟସଙ୍କୁ ଖେଳିବାକୁ ଦିଆଯାଇ ନ ଥିଲା। ଏଭଳି ପରିସ୍ଥିତିରେ ନୀତୀଶ ରାଣାଙ୍କୁ ଅଧିନାୟକ କରାଯାଇଥିଲା।

ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ପ୍ଲେଇଙ୍ଗ ୧୧ରେ ବିରାଟ କୋହଲି (କ୍ୟାପଟେନ), ଫାଫ ଡୁପଲେସିସ, ମହିପାଲ ଲୋମୋର, ଗ୍ଲେନ ମ୍ୟାକ୍ସୱେଲ, ଶାହାବାଜ ଅହମ୍ମଦ, ଦୀନେଶ କାର୍ତ୍ତିକ (ୱିକେଟ କିପର), ସୁୟାଶ ପ୍ରଭାସାଇ, ଡେଭିଡ ୱିଲି, ୱାନିନ୍ଦୁ ହାସରାଙ୍ଗା, ହର୍ଷଲ ପଟେଲ, ମହମ୍ମଦ ସିରାଜ ରହିଛନ୍ତି।

ସେହିପରି କୋଲକାତା ନାଇଟ ରାଇଡର୍ସ ପ୍ଲେଇଙ୍ଗ ୧୧ରେ ଏନ ଜଗଦୀଶନ (ୱିକେଟ କିପର), ଜେସନ ରୟ, ଭେଙ୍କଟେଶ ଆୟର, ନୀତୀଶ ରାଣା (କ୍ୟାପଟେନ), ଆଣ୍ଡ୍ରେ ରସେଲ, ରିଙ୍କୁ ସିଂ, ସୁନୀଲ ନାରିନ, ଡେଭିଡ ୱିସେ, ଶାର୍ଦ୍ଦୁଲ ଠାକୁର, ଉମେଶ ଯାଦବ, ବରୁଣ ଚକ୍ରବର୍ତ୍ତୀ ଅଛନ୍ତି।

Share