ଟେକ୍ସାସରେ ତିଆରି ହେବ ୩୭ ଏକରର ପ୍ରଥମ ହିନ୍ଦୁ ଯୁବ ଶିବିର, ୧୭.୫ ଲକ୍ଷ ଟଙ୍କା ଦାନ କଲେ ଭାରତୀୟ ବଂଶୋଭବ ଦମ୍ପତି

ଓ୍ବାଶିଂଟନ,୭ା୧୦: ଆମେରିକାରେ ଭାରତୀୟ ବଂଶୋଭବ ଦମ୍ପତି ସୁଭାଷ ଗୁପ୍ତା ଏବଂ ସରୋଜିନୀ ଗୁପ୍ତା ଟେକ୍ସାସରେ ଏକ ହିନ୍ଦୁ ଯୁବ ଶିବିର ନିର୍ମାଣ ପାଇଁ ୧୭.୫ ଲକ୍ଷ ଟଙ୍କା ଦାନ କରିଛନ୍ତି। ସୁଭାଷ ଉତ୍ତରପ୍ରଦେଶର ପିଲଖୁଆର ବାସିନ୍ଦା।

ବାଙ୍ଗାଲୋରର ଇଣ୍ଡିଆନ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ସାଇନ୍ସରୁ ଇଞ୍ଜିନିୟରିଂ କରିଥିବା ସୁଭାଷଙ୍କ ସ୍ତ୍ରୀ ସରୋଜିନୀ ଦିଲ୍ଲୀର ବାସିନ୍ଦା। ଟେକ୍ସାସରେ ନିର୍ମିତ ହିନ୍ଦୁ ଯୁବ ଶିବିର ସ୍ଥାନ ଯୁବକମାନଙ୍କୁ ବାସ୍ତବ ଜୀବନର ଉଦାହରଣ ମାଧ୍ୟମରେ ହିନ୍ଦୁ ପରମ୍ପରା, ସଂସ୍କୃତି ଏବଂ ଐତିହ୍ୟ ବିଷୟରେ ଶିକ୍ଷା ଦେବ। ଟେକ୍ସାସର କଲମ୍ବସରେ ୩୭ ଏକର ପରିମିତ ଏହି କ୍ୟାମ୍ପିଂ ସାଇଟ୍‌ ନିର୍ମାଣ ହେବାକୁ ଯାଉଛି।

ଏହାର ନିର୍ମାଣ କାର୍ଯ୍ୟ ଆସନ୍ତା ବର୍ଷ ସୁଦ୍ଧା ଶେଷ ହେବ। ଏଠାରେ ୬ ରାତି ଏବଂ ପାଞ୍ଚ ଦିନର ଏକ ଶିବିର ଆୟୋଜିତ ହେବ। ଦମ୍ପତି କହିଛନ୍ତି, ସେମାନେ ଏହି ଶିବିରକୁ ନେଇ ବହୁତ ଉତ୍ସାହିତ ଅଛନ୍ତି। କାରଣ ଏହା ଯୁବପିଢ଼ିଙ୍କ ଜୀବନରେ ଗୁରୁତ୍ୱପୂର୍ଣ୍ଣ ମୂଲ୍ୟବୋଧ ଏବଂ ଅତ୍ୟାବଶ୍ୟକ କୌଶଳ ଜାଗ୍ରତ କରିବ।

Share