୩ ବର୍ଷରେ ୩୭ ହାତୀଙ୍କ ଜୀବନ ଯାଇଛି

କେନ୍ଦୁଝର,୧୩ା୮(ନରେଶ ଚନ୍ଦ୍ର ପଟ୍ଟନାୟକ): ବଣପାହାଡ଼ ଘେରା କେନ୍ଦୁଝର ବନଖଣ୍ଡ ଅଞ୍ଚଳରେ ଏକଦା ହାତୀପଲ ସୁରକ୍ଷିତ ବୁଲୁଥିଲେ। ଖଣିଖାଦାନ, ଶିଳ୍ପ, ରାସ୍ତାଘାଟ ତଥା ଡ୍ୟାମ୍‌ ଏବଂ ଜଙ୍ଗଲ ଅନୁପ୍ରବେଶ ଓ ଜବରଦଖଲ ଆଦି କାରଣରୁ ଜଙ୍ଗଲ ପଦା ହୋଇଯାଇଥିବାରୁ ହାତୀ ବାସହରା ହୋଇ ସହର ଓ ଗାଁ ମୁହଁା ହେଉଛନ୍ତି। ଫଳରେ ହାତୀ ଓ ମଣିଷ ମଧ୍ୟରେ ସଂଘର୍ଷ ଘଟୁଛି। ବିଭିନ୍ନ କାରଣରୁ ଗତ ୩ ବର୍ଷରେ ୩୭ ହାତୀଙ୍କ ମୃତ୍ୟୁ ଘଟିଛି। ଆଗରୁ ସେମାନେ ଜଙ୍ଗଲ ମଧ୍ୟରେ ରହୁଥିବା ବେଳେ ନିର୍ଦ୍ଦିଷ୍ଟ ପଥରେ ଅନ୍ୟ ଜିଲା, ରାଜ୍ୟକୁ ଯିବା ଆସିବା କରୁଥିଲେ। ସେ ସବୁ ମଧ୍ୟ ବହୁମାତ୍ରାରେ କ୍ଷତିଗ୍ରସ୍ତ ହୋଇଥିବାରୁ ପଥଭ୍ରଷ୍ଟ ହୋଇ ଏଣେତେଣେ ବିଚଳିତ ହୋଇ ବୁଲୁଛନ୍ତି, ଯାହାଦ୍ୱାରା ବନ ବିଭାଗକୁ ହାତୀ ସୁରକ୍ଷା ଚିନ୍ତା ଘାରିଛି।

ସୂଚନା ଅନୁଯାୟୀ, ୨୦୨୨-୨୩ରେ ୧୨ ହାତୀଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦୨୩-୨୪ରେ ବୃଦ୍ଧି ପାଇ ୧୮ ହାତୀ ମୃତ୍ୟୁବରଣ କରିଛନ୍ତି। ସେହିପରି ୨୦୨୪-୨୫ରେ ଅଦ୍ୟାବଧି ଅର୍ଥାତ୍‌ ୫ ମାସରେ ୭ ହାତୀ ମୃତ୍ୟୁବରଣ କରିଥିବା ଜଣାପଡ଼ିଛି। ବର୍ତ୍ତମାନ କେନ୍ଦୁଝରରେ ୧୩୯ ହାତୀ ଚଳପ୍ରଚଳ କରୁଛନ୍ତି। ସେଥିମଧ୍ୟରୁ ଚମ୍ପୁଆର ସରେଇ ଜଙ୍ଗଲରେ ୭, ଗୁମୁରା ହରିଡ଼ାଯୋଡ଼ିରେ ୧୫, ଚମକପୁରରେ ୧୪, ଯୋଡା ବୈତରଣୀ ବି ରିଜର୍ଭ ଜଙ୍ଗଲରେ (ଝରଣ ଗ୍ରାମ ନିକଟ) ୧୧, ବନ୍ଧନୀଝରୀ ରିଜର୍ଭ ଜଙ୍ଗଲରେ ୨ ଦଳରେ ୪ ଓ ୩୭, ରାଇଗୋଡା ପ୍ରୋଟେକ୍ଟେଡ ରିଜର୍ଭ ଜଙ୍ଗଲରେ ୧୩, ପୋଡ଼ାଡିହି ଖେସରା ଜଙ୍ଗଲରେ ୧୨, ଚମ୍ପେଇ ପ୍ରୋଟେକ୍ଟେଡ ରିଜର୍ଭ ଜଙ୍ଗଲରେ ୧, ବାରବାଙ୍କ ରିଜର୍ଭ ଜଙ୍ଗଲରେ ୩ ଦଳରେ ୫, ୧ ଓ ୧୦, ନୟାଗଡ ରିଜର୍ଭ ଜଙ୍ଗଲରେ ୮, କାରୋ ରିଜର୍ଭ ଜଙ୍ଗଲରେ ୧ ହାତୀ ବୁଲୁଛନ୍ତି। ସେଥିରୁ ୨୧ ଜୁଭେନାଇଲ, ୨୮ ଛୁଆହାତୀ, ୨୮ ଦନ୍ତାହାତୀ, ୬୦ ମାଈ ହାତୀ ରହିଥିବା ଜଣାପଡ଼ିଛି। ବିଶେଷ ଭାବେ ହାତୀ ଖାଦ୍ୟ ପାଇଁ ଗାଁରେ ପଶି ବ୍ୟାପକ କ୍ଷୟକ୍ଷତି ଘଟାଇବା ସହ ଜୀବନହାନି ଘଟାଉଛନ୍ତି। ମଣିଷ ଓ ହାତୀ ମଧ୍ୟରେ ବର୍ଷତମାମ ତିକ୍ତତା ଲାଗିରହୁଛି। ହାତୀପଲ ପଲ ହୋଇ ବୁଲୁଥିବାରୁ ଗତିପଥ ନିରୀକ୍ଷଣ, ଜନବସତିରୁ ଜଙ୍ଗଲକୁ ଘଉଡ଼ାଇବା ପାଇଁ ବନ କର୍ମଚାରୀ, ହାତୀ ସ୍କ୍ବ୍ବାଡ ଦିନରାତି ପରିଶ୍ରମ କରୁଥିଲେ ହେଁ ବିଫଳ ହେଉଛନ୍ତି।

ଅନ୍ୟପକ୍ଷେ କେଉଁଠି ହାତୀ ଶିକାର ହେଉଥିବା ବେଳେ କେଉଁଠି ରାସ୍ତା ଓ ଟ୍ରେନ୍‌ ଦୁର୍ଘଟଣାରେ ଜୀବନହାନି ହେଉଛି। ଅନେକ ଘଟଣାରେ ବିଦ୍ୟୁତ୍‌ ଆଘାତରେ ଦୁଃଖଦ ମୃତ୍ୟୁବରଣ କରୁଛନ୍ତି। ହାତୀଙ୍କ ଖାଦ୍ୟର ସ୍ବାଦ ପରିବର୍ତ୍ତନ ହୋଇଥିବାରୁ ଜଙ୍ଗଲର ଖୋଲାସ୍ଥାନରେ ଧାନ ବୁଣି ଖାଦ୍ୟ ବ୍ୟବସ୍ଥା କରାଗଲେ ଏବଂ ତତ୍‌ସହିତ ସେମାନଙ୍କ ପାରମ୍ପରିକ ଖାଦ୍ୟ ବାଉଁଶ, ଗଛଲତା, ଆଖୁ ଆଦି ଚାଷ କରାଗଲେ ସେମାନେ ପଦାକୁ ଆସିବେ ନାହିଁ ବୋଲି ମତପ୍ରକାଶ ପାଉଛି। ହାତୀଙ୍କ ସୁରକ୍ଷା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଥିଲେ ହେଁ ମୃତ୍ୟୁକୁ ରୋକାଯାଇ ପାରୁ ନ ଥିବାରୁ ଖୋଦ ବନ ବିଭାଗ ଚିନ୍ତାରେ ପଡ଼ିଛି। ଡିଏଫ୍‌ଓ କେନ୍ଦୁଝର ଧନ୍‌ରାଜ ଏଚ.ଡି ସୂଚନା ଦେଇଛନ୍ତି, ଘର ଓ ଚାଷ କ୍ଷୟକ୍ଷତି ପାଇଁ ଲୋକଙ୍କୁ କ୍ଷତିପୂରଣ ଦିଆଯାଉଛି। ହାତୀଙ୍କ ଗତିପଥ ନିରୀକ୍ଷଣ କରି ରିପୋର୍ଟ ଶେୟାର କରାଯାଉଛି। ହାତୀମାନଙ୍କ ସୁରକ୍ଷା ପାଇଁ ସମସ୍ତଙ୍କ ସହଯୋଗ ଓ ସହଭାଗିତା ଜରୁରୀ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସାକ୍ଷୀଙ୍କୁ ଜେଲ୍‌ରୁ ମିଳିଥିଲା ଧମକ: ଅଭିଯୁକ୍ତଙ୍କୁ ୩ ବର୍ଷ ଜେଲଦଣ୍ଡ

ବ୍ରହ୍ମପୁର,୧୯ା୯(ସୁବାସ ଚନ୍ଦ୍ର ପାଢ଼ୀ): ଗୋଶାଣିନୁଆଗାଁ ଥାନା ଅଧୀନ ହିଲପାଟଣା ବହୁ ଚର୍ଚ୍ଚିତ ହେରିଟେଜ କ୍ଷୀର କମ୍ପାନୀ ବ୍ୟବସାୟୀ ଲମ୍ବୋଦର ମୁନି ହତ୍ୟା ମାମଲାରେ ମୁଖ୍ୟ ସାକ୍ଷୀଙ୍କୁ...

ରାତିରେ ମିଳିଲାନି ଚିକିତ୍ସା: ମା’ କୋଳରେ ଚାଲିଗଲା ଶିଶୁର ଜୀବନ 

ଉଦଳା,୧୯ା୯(ସନ୍ତୋଷ କୁମାର ବାଛିନୀ): ରାତି ଅଧରେ ମିଳିଲାନି ଚିକିତ୍ସା ସୁବିଧା। ଗୁରୁତର ଥିବା ୫ ମାସର ଶିଶୁକୁ ମେଡିକାଲରେ ଡାକ୍ତର ଦେଖିବା ପରେ ଓ୍ବାର୍ଡକୁ ପଠାଇ...

ବିଜେଡିକୁ ଝଟକା: ଡେଲାଙ୍ଗ ବ୍ଲକ ଅଧ୍ୟକ୍ଷାଙ୍କ ପଦ ରଦ୍ଦ କଲେ କୋର୍ଟ

ଭୁବନେଶ୍ୱର,୧୯।୯: ପୁରୀ ଜିଲାର ଏକ କୋର୍ଟ ଡେଲାଙ୍ଗ ପଞ୍ଚାୟତ ସମିତି (ବ୍ଲକ) ଅଧ୍ୟକ୍ଷା ବାସନ୍ତୀ ସାହୁଙ୍କୁ ଓଡ଼ିଶା ଗ୍ରାମ ପଞ୍ଚାୟତ ଆଇନର ଦୁଇ ଶିଶୁଙ୍କ ନିୟମ...

ବୈଠକ ଅଧାରୁ ଉଠି ଆସିଲେ ବିଜେଡି ଜିଲାପରିଷଦ ସଭ୍ୟ

ଛତ୍ରପୁର,୧୯ା୯(ସନ୍ତୋଷ ପାଢ଼ୀ/ଦିଲୀପ ସାମଲ): ପ୍ରାୟ ବର୍ଷେ ହେଲା ଜିଲା ପରିଷଦ ବୈଠକ ହୋଇ ନ ଥିବା, ୭ ଦିନ ପୂର୍ବରୁ ନୋଟିସ ନ ଦେଇ ବୈଠକକୁ...

ବିଜେଡି ଛାଡିଲେ: ଭାଜପାରେ ଯୋଗଦେଲେ ଦେବେନ୍ଦ୍ର

ରିଷିଡ଼ା,୧୯ା୯/ଭବାନୀପାଟଣା,(ଉତ୍ତମ କୁମାର ଦାଶ/ସୁଶାନ୍ତ ମଲ୍ଲିକ)- କିଛିଦିନ ତଳେ ରାଜ୍ୟ ସଭା ସଦସ୍ୟ ସୁଜିତ କୁମାର ବିଜେଡି ଛାଡି ଭାଜପାରେ ଯୋଗ ଦେଇଥିଲେ। ଏହା ପରଠାରୁ ତାଙ୍କ...

ପ୍ରବଳ ବର୍ଷା: ଭୁଶୁଡ଼ିଲା ଘର କାନ୍ଥ

ରିଷିଡ଼ା,୧୯ା୯ (ସୁଶାନ୍ତ ମଲ୍ଲିକ): ପ୍ରବଳ ବର୍ଷା ଯୋଗୁ ମାଟିକାନ୍ଥ ଭୁଶୁଡିପଡ଼ିଲା। ଫଳରେ ପରିବାର ସଦସ୍ୟ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଏଭଳି ଘଟଣା ଘଟିଛି କଳାହାଣ୍ଡି ଜିଲା...

ଗାଁ ମୁହାଁ ଭାଲୁ, ଲୋକେ ଭୟଭିତ

କୋକସରା,୧୯।୯(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ କନ୍ଦାବୁଟ୍ରା ପଞ୍ଚାୟତ ଘୁର୍ଲୁଗୁଡା ନିକଟ ଚାଷଜମିକୁ ଲାଗି ରହିଥିବା ପଡ଼ିଆରେ ଏକ ଭାଲୁ ଖାଦ୍ୟ ଅନ୍ବେଷଣରେ...

ସ୍ତ୍ରୀଙ୍କୁ ହତ୍ୟା କରି ପ୍ରମାଣ ନଷ୍ଟ ପାଇଁ ମୃତଦେହ ଆଣି ରାସ୍ତାକଡ଼ରେ ଫିଙ୍ଗିଥିଲେ ସ୍ବାମୀ: ପୋଲିସ ହାତରେ ଲାଗିଲା ବଡ଼ ପ୍ରମାଣ

କୋଣାର୍କ,୧୯।୯: କୋଣାର୍କ ରାସ୍ତାକଡ଼ରୁ ମହିଳାଙ୍କ ମୃତଦେହ ଜବତ ଘଟଣାର ପୋଲିସ ଗୁରୁବାର ପର୍ଦ୍ଦାଫାଶ କରିଛି। ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ସ୍ବାମୀ ହତ୍ୟାକାଣ୍ଡ ଘଟାଇଥିବା ଜଣାପଡିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri