୩୭ ଅନ୍ତେବାସୀ ଅସୁସ୍ଥ, ଡାକ୍ତରୀ ଟିମ୍‌ ପହଞ୍ଚି କଲା କୋଭିଡ୍‌ ପରୀକ୍ଷା

ପାଟଣା,୧୪।୯(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ଡେଣୁଆ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଛାତ୍ରାବାସର ୩୭ ଜଣ ଅନ୍ତେବାସୀ ବୁଧବାର ଅସୁସ୍ଥ ହୋଇପଡ଼ିଛନ୍ତି। ଅନ୍ତେବାସୀଙ୍କ ସହ ୱାର୍ଡେନ ମଧ୍ୟ ଜ୍ୱର, କାଶରେ ପୀଡ଼ିତ ଥିବା ଦେଖିବାକୁ ମିଳିଛି। ମଙ୍ଗଳବାର ଡାକ୍ତର ଯଶୋବନ୍ତ ମହାନ୍ତଙ୍କ ନେତୃତ୍ୱରେ ଏକ ଟିମ୍‌ ହଷ୍ଟେଲ ଛାତ୍ରୀଛାତ୍ରଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିଥିଲା। ବୁଧବାର ପୁଣି ଡାକ୍ତର ଲକ୍ଷ୍ମଣ ମହାନ୍ତ ଓ ଯୋଶବନ୍ତ ମହାନ୍ତଙ୍କ ନେତୃତ୍ୱରେ ଡାକ୍ତରୀ ଟିମ୍‌ ବିଦ୍ୟାଳୟରେ ପହଞ୍ଚି ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ଯାଞ୍ଚ କରିବା ସହ କୋଭିଡ୍‌ ପରୀକ୍ଷା କରାଯାଇଛି। ତେବେ ୪୦ ଶଯ୍ୟାବିଶିଷ୍ଟ ଛାତ୍ରାବାସର ଅବସ୍ଥା ଓ ପରିଚାଳନା ଅତ୍ୟନ୍ତ ଦୟନୀୟ ଥିବା ଦେଖିବାକୁ ମିଳିଛି। ୨ଟି କୋଠରିରେ ୪୦ ପିଲା ରହୁଥିବା ଦେଖିବାକୁ ମିଳିଛି। ବିଦ୍ୟାଳୟ ପରିସରରେ ମଶା ବୃଦ୍ଧି ପାଉଥିଲେ ହେଁ ପିଲାମାନେ ମଶାରି ବ୍ୟବହାର କରୁ ନ ଥିବା ଜଣାପଡ଼ିଛି। ଏଥିପ୍ରତି ଜିଲା ପ୍ରଶାସନ ଦୃଷ୍ଟିଦେବାକୁ ସାଧାରଣରେ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ରାତିରେ ହୋଇଥିଲା ଶୁଟିଂ, ସକାଳେ ହୁହୁ ହୋଇ ଜଳୁଥିଲା ଷ୍ଟୁଡିଓ

ଖୋର୍ଦ୍ଧା,୬।୧୦: ଖୋର୍ଦ୍ଧା ସାରୁଅ ଶିଳ୍ପାଞ୍ଚଳରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏକ ଘରୋଇ ଟିଭି ଚ୍ୟାନେଲର ଷ୍ଟୁଡିଓରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଛି।...

ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର: ହତ୍ୟା ନା ଆତ୍ମହତ୍ୟା, ବଢୁଛି ସନ୍ଦେହ

ପାଟଣା ,୬।୧୧(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ଥାନା ପୁଟୁଳିଆ ଗ୍ରାମରେ ଘର ଭିତରୁବୁଧବାର ସକାଳୁ ଯୁବକଙ୍କ ସନ୍ଦେହ ଜନକ ଭାବେ ଝୁଲନ୍ତା ମୃତଦେହ ଉଦ୍ଧାର...

ଭିଜିଲାନ୍ସ ଜାଲରେ ଇଡକୋ ଜୁନିୟର ମ୍ୟାନେଜର, ଏକକାଳୀନ ୬ଟି ସ୍ଥାନରେ ଚାଲିଛି ଚଢାଉ

ଭୁବନେଶ୍ୱର,୬।୧୧: ଭିଜିଲାନ୍ସ ଜାଲରେ ପଡିଲେ ଇଡକୋ ଜୁନିୟର ମ୍ୟାନେଜର। ଇଡକୋର ଜୁନିୟର ମ୍ୟାନେଜର ବିଜୟ କୁମାର ଉଦୟସିଂହଙ୍କ ଘରେ ବୁଧବାର ଭିଜିଲାନ୍ସ ଚଢାଉ କରିଛି। ଆୟ...

ମୋବାଇଲ ନେଟୱାର୍କ ପାଇଁ ତେଜିଲା ଆନ୍ଦୋଳନ: ବିଏସଏନଏଲର ଟାଳଟୁଳ ନୀତିକୁ ବିରୋଧ

ଦାରିଙ୍ଗବାଡି,ବ୍ରାହ୍ମଣୀଗାଁ,୬।୧୧(ଅରୁଣ ସାହୁ/ମନୋରଞ୍ଜନ ରଣା):ଏବେ ରାଜ୍ୟ ହେଉ କି କେନ୍ଦ୍ର ସରକାର ସେ ସରକାରୀ ହେଉ କି ବେସରକାରୀ, ଆବେଦନଠାରୁ ପ୍ରାପ୍ୟ ପର୍ଯ୍ୟନ୍ତ ବିନା ଅନଲାଇନ କାର୍ଯ୍ୟରେ...

ପଶ୍ଚିମବଙ୍ଗର ନକଲି ଡାକ୍ତରଙ୍କ ଓଡ଼ିଶା ମୁହାଁ,କୁୱାକ ଡାକ୍ତର କରୁଛନ୍ତି ମେଜର ଅପରେଶନ

ଭୋଗରାଇ,୬।୧୧( ପ୍ରଦୀପ ଦାସ ): ରାଜ୍ୟରେ ସରକାରୀ ଚିକିତ୍ସାଳୟ ଗୁଡିକରେ ଦୈନନ୍ଦିନ ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ହେଲେ ଚିକିତ୍ସା କେନ୍ଦ୍ରରେ ଡାକ୍ତର, ନର୍ସ...

ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟ ୪ ଏନ୍‌ଏସ୍‌ଏସ୍‌ ଛାତ୍ରୀଛାତ୍ରଙ୍କ ଆସାମ ଗସ୍ତ

ଭବାନୀପାଟଣା,୬।୧୧(ଉତ୍ତମ କୁମାର ଦାଶ)- କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟ ଏନ୍‌ଏସ୍‌ଏସ୍‌ ବ୍ୟୁରୋ ପକ୍ଷରୁ ୪ ଜଣ ଏନ୍‌ଏସ୍‌ଏସ୍‌ ସ୍ବେଚ୍ଛାସେବୀ ପୂର୍ବାଞ୍ଚଳ ପ୍ରି ଆର୍‌...

ପ୍ରଧାନ ଶିକ୍ଷୟିତ୍ରୀଙ୍କ ଦବଙ୍ଗଗିରି, ଡିଇଓଙ୍କ ନିକଟରେ ଫେରାଦ ହେଲେ ଶିକ୍ଷୟିତ୍ରୀଶିକ୍ଷକ

ଲାଞ୍ଜିଗଡ,୬।୧୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଭଟIଙ୍ଗ ପଦର ଅନ୍ତର୍ଗତ ଭଟIଙ୍ଗପଦର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀଙ୍କ ଦବଙ୍ଗଗିରି କାର୍ଯ୍ୟକଳାପକୁ ନେଇ...

ଅଭିଯୋଗକୁ ରେଳ ବିଭାଗର ଖଣ୍ଡନ

ଢେଙ୍କାନାଳ,୬।୧୧(ରତନ ନାୟାର): ଢେଙ୍କାନାଳ ଜିଲା ସଦର ରେଞ୍ଜ ମୋଟଙ୍ଗା ଥାନା ମେରାମଣ୍ଡଳୀ ରେଳ ଷ୍ଟେଶନ ନିକଟରେ ଗତ ଶୁକ୍ରବାର ବିଳମ୍ବିତ ରାତିରେ ୪୯ ହାତୀ ରେଳଧାରଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri