ମାଲକାନଗିରିରୁ ୩୭ କରୋନା ପଜିଟିଭ ଚିହ୍ନଟ: ଜିଲାରେ ୪,୬୦୦ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା

ମାଲକାନଗିରି, ୨୪।୧୦(ଡି.ଏନ୍‌.ଏ.): ମାଲକାନଗିରି ଜିଲାରୁ ଶନିବାର ୩୭ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି। ତେବେ ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ମାଲକାନଗିରି ପୌର ପରିଷଦର ୭, ବାଲିମେଳା ବିଜ୍ଞାପିତ ଅଞ୍ଚଳ ପରିଷଦରୁ ୪, ମାଲକାନଗିରି ବ୍ଲକରୁ ୪, ମାଥିଲି ବ୍ଲକରୁ ୮, ପଡିଆ ବ୍ଲକରୁ ୪, ଖଇରପୁଟ ବ୍ଲକରୁ ୩, କାଲିମେଳା ବ୍ଲକରୁ ୬, ଚିତ୍ରକୋଣ୍ଡା ବ୍ଲକରୁ ୧ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪,୬୪୯ରେ ପହଞ୍ଚିଛି। ସେଥିମଧ୍ୟରୁ ୪୩୧୯ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୩୧୬ ଜଣ ଚିକିତ୍ସିତ ହେଉଛନ୍ତି। ୧୪ ଜଣ ମୃତ୍ୟୁ ଘଟିଥିବା ମାଲକାନଗିରି ଜିଲାପାଳ ମନିଷ ଅଗ୍ରଓ୍ବାଲ ସୂଚନା ଦେଇଛନ୍ତି।