Posted inଜାତୀୟ

ଜମ୍ମୁ-କଶ୍ମୀରରେ କାମ ଦେଲାନି ୩୭୦, ବଡ଼ ଓଲଟପାଲଟ କଲେ ରାହୁଲ!

ନୂଆଦିଲ୍ଲୀ,୮।୧୦: ଜମ୍ମୁ-କଶ୍ମୀର ୯୦ ବିଧାନସଭା ଆସନରେ ଭୋଟ ଗଣନା ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି। ଏବେ ଯାଏ ନ୍ୟାଶନାଲ କନଫରେନ୍ସ ବା ଏନସି ଓ କଂଗ୍ରେସ ମେଣ୍ଟ ବହୁମତ ଛୁଇଁ ସାରିଛି। ଏବେ ଏହି ମେଣ୍ଟ ୫୦ ସିଟ୍‌ରେ ଟ୍ରେଣ୍ଡ କରୁଛି। ଭାଜପା ୨୯ସିଟ୍‌ରେ ରହିଛି। ମେହେବୁବା ମୁଫ୍‌ତିଙ୍କ ପିଡିପି ୩ଟି ସିଟ୍‌ରେ ରହିଛି। ତେବେ ସେଠାରେ ସ୍ବାଧୀନ ଓ ଛୋଟଛୋଟ ଦଳ ଗୁଡିକ ୮ସିଟ୍‌ରେ ଅଟକି ରହିଛନ୍ତି।

ତେବେ ଜମ୍ମୁରେ ଭାଜପା ୪୩ସିଟ୍‌ରୁ ୨୬ଆସନରେ ଆଗରେ ରହିଛି। ଯେତେବେଳେ କି କଶ୍ମୀର ଘାଟିରେ ଭାଜପା ଗୋଟିଏ ଆସନ ପାଇଛି। କହିରଖୁଛୁ କି, ୨୦୧୪ ବିଧାନସଭା ନିର୍ବାଚନରେ ଜମ୍ମୁରେ ଭାଜପା ୨୫ଆସନରେ ବିଜୟ ହାସଲ କରିଥିଲା। କିନ୍ତୁ କଶ୍ମୀରରେ ଦଳକୁ ଗୋଟିଏ ବି ଆସନ ମିଳି ନ ଥିଲା। କିନ୍ତୁ ଭାଜପା ଏଥର ପଛରେ ପଡି ଯାଇଛି। ୧୦ବର୍ଷ ପରେ ଜମ୍ମୁ-କଶ୍ମୀର ନିଜର ସରକାର ଗଢିବାକୁ ହେଲେ ଭାଜପାକୁ ଏକାକୀ ୩୦ରୁ ୩୫ ଆସନ ଆବଶ୍ୟକ ଥିଲା। ଏବଂ କଶ୍ମୀରର ଘାଟି ଇଲାକାରେ ମଧ୍ୟ ଭାଜପାକୁ ଭଲ ପ୍ରଦର୍ଶନ କରିବାର ଥିଲା। କିନ୍ତୁ ଚାଲୁଥିବା ଟ୍ରେଣ୍ଡରେ ଏପରି କିଛି ଘଟୁଥିବାର ନଜର ଆସୁନାହିଁ। ତେବେ ଏଠାରେ ପ୍ରଶ୍ନ ଉଠୁଛି ଯେ, ଅନୁଚ୍ଛେଦ ୩୭୦ ହଟାଇବା ସହ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ହଟାଇବା ନିଷ୍ପତ୍ତି ପରେ ବି ଭାଜପାକୁ ଏହା କାହିଁକି ଲାଭ ଦେଲାନାହିଁ।

ଅଗଷ୍ଟ ୨୦୧୯ରେ କେନ୍ଦ୍ର ସରକାର ଅନୁଚ୍ଛେଦ ୩୭୦ ହଟାଇବା ସହ ଜମ୍ମୁ-କଶ୍ମୀରର ସ୍ବତନ୍ତ୍ର ରାଜ୍ୟ ପାହ୍ୟାକୁ ଶେଷ କରିଥିଲେ। ଏହାପରେ ଜମ୍ମୁ କଶ୍ମୀରକୁ କେନ୍ଦ୍ର ଶାସିତ ପ୍ରଦେଶ କରାଯାଇଥିଲା। ୩୭୦ ହଟାଇବା ପରେ ବହୁତ ଦିନ ଧରି ସେଠାରେ ଅସ୍ଥିରତା ଲାଗି ରହିଲା। ଇଣ୍ଟରନେଟ୍‌ ସେବା ମଧ୍ୟ ଦୀର୍ଘଦିନ ଧରି ବ୍ୟାହତ ରହିଥିଲା। ଅନେକ ପ୍ରତିବନ୍ଧ ମଧ୍ୟ ଲାଗୁ ହୋଇଥିଲା। ତେବେ ସ୍ଥିତି ସାମନ୍ୟ ହେବା ପରେ ମୋଦି ସରକାର ସେଠାରେ ଅନେକ ବିକାଶ ଓ ଚାକିରି ଦେବାର ଆଶ୍ୱାସନା ଦେଇଥିଲେ। ହେଲେ ୩୭୦ ହଟିବା ପରେ ଯେଉଁ ଅସୁବିଧା ହୋଇଥିଲା ତା’ର କ୍ଷତିପୂରଣ କରିବାକୁ ସରକାର ଅକ୍ଷମ ହୋଇଥିଲେ। ଅନ୍ୟପଟେ ଫାରୁକ ଅବଦ୍ଦୁଲା ଓ ମେହେବୁବା ମୁଫତିଙ୍କ ପିଡିପି ୩୭୦କୁ କଶ୍ମୀର ଅସ୍ମିତା ସହ ଯୋଡି ଦେଇଥିଲେ। ଏବଂ ଏହି ପଦକ୍ଷେପକୁ କଶ୍ମୀର ବିରୋଧୀ କହିଥିଲେ। ତେବେ କୁହାଯାଉଛି ଯେ, କେବଳ କଶ୍ମୀର ନୁହେଁ ବର୍ତ୍ତମାନ ଜମ୍ମୁର ସିଂହଭାଗ ଲୋକ ୩୭୦ ହଟାଇବା ବିରୋଧରେ ଅଛନ୍ତି।

କଶ୍ମୀରକୁ କେନ୍ଦ୍ର ଶାସିତ ପ୍ରଦେଶ କରିବା ପରେ ଲୋକଙ୍କ ଠାରୁ ଅସନ୍ତୋଷ କମାଇବା ପାଇଁ ଭାଜପା ଚାକିରି ଦେବାକୁ ଆଶ୍ୱସନା ଦେଇଥିଲା। ଏହା ମଧ୍ୟ କହିଥିଲେ କି, ସରକାର କଶ୍ମୀରରେ ନିବେଶ କରିବେ। ଯାହାଦ୍ୱାରା ଚାକିରି ସୁଯୋଗ ବଢିବ। କିନ୍ତୁ ଏହି ଆଶ୍ୱାସନା ଆଶାରେ ରହି ଯାଇଥିଲା। ଯାହାକୁ ନେଇ କଶ୍ମୀର ଲୋକଙ୍କ ଅସନ୍ତୋଷ ବଢି ଯାଇଥିଲା।

୨୦୧୪ରେ ଜମ୍ମୁ କଶ୍ମୀର ବିଧାନସଭା ନିର୍ବାଚନ ଶେଷ ଥର ପାଇଁ ଅନୁଷ୍ଠିତ ହୋଇଥିଲା। ୮୭ଟି ସିଟ ମଧ୍ୟରୁ ପିଡିପି ୨୮, ଭାଜପା ୨୫, ନ୍ୟାଶନାଲ କନଫରେନ୍ସ ୧୫ ଏବଂ କଂଗ୍ରେସ ୧୨ ଆସନ ପାଇଥିଲା। ଏଥିରେ ଭାଜପା ଏବଂ ପିଡିପି ମିଳିତ ଭାବେ ସରକାର ଗଠନ କରିଥିଲେ ଏବଂ ମୁଫତି ମହମ୍ମଦ ସୟିଦ ମୁଖ୍ୟମନ୍ତ୍ରୀ ହୋଇଥିଲେ।

ଜାନୁଆରୀ ୨୦୧୬ରେ ମୁଫତି ମହମ୍ମଦ ସୟିଦଙ୍କର ମୃତ୍ୟୁ ହୋଇଥିଲା। ଏହାପରେ ରାଜ୍ୟପାଳଙ୍କ ଶାସନ ପ୍ରାୟ ଚାରିମାସ ପର୍ଯ୍ୟନ୍ତ ବଳବତ୍ତର ରହିଲା। ପରେ ତାଙ୍କ ଝିଅ ମେହବୁବା ମୁଫତି ମୁଖ୍ୟମନ୍ତ୍ରୀ ହୋଇଥିଲେ। କିନ୍ତୁ ଏହି ମେଣ୍ଟ ବେଶି ଦିନ ରହିଲା ନାହିଁ। ଜୁନ ୧୯, ୨୦୧୮ରେ, ଭାଜପା-ପିଡିପି ମେଣ୍ଟ ଭାଙ୍ଗଥିଲା। ଏହାପରେ ରାଜ୍ୟରେ ରାଜ୍ୟପାଳଙ୍କ ଶାସନ ଲାଗୁ ହୋଇଥିଲା। ସମ୍ପ୍ରତି ସେଠାରେ ରାଷ୍ଟ୍ରପତିଙ୍କ ନିୟମ ବଳବତ୍ତର ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

କ’ଣ ଏହି ଜିଲାପି ଓ ଜାଟ୍‌ ଫ୍ୟାକ୍ଟର? କଂଗ୍ରେସ ପାଇଁ ହରିୟାଣାରେ କଲା ଅଡୁଆ

ନୂଆଦିଲ୍ଲୀ,୮।୧୦: ହରିୟାଣା ନିର୍ବାଚନରେ ଦୁଇଟି ପ୍ରମୁଖ ଶଦ୍ଦ ଥିଲା ଜାଟ୍‌ ଓ ଜିଲାପି। କଂଗ୍ରେସ ଏହି ଦୁଇଟି ଉପରେ ବାଜି ଲଗାଇଥିଲା। ହେଲେ ଶେଷ ମୂହୁର୍ତ୍ତରେ...

କଂଗ୍ରେସରେ ଯୋଗଦେବେ କି ରଣନୀତିଜ୍ଞ ଯୋଗେନ୍ଦ୍ର ଯାଦବ, ଫଳାଫଳ ପରେ ଦେଲେ ବଡ଼ ବୟାନ…

ନୂଆଦିଲ୍ଲୀ,୮।୧୦: ହରିୟାଣା ଏବଂ ଜମ୍ମୁ କଶ୍ମୀର ବିଧାନସଭା ନିର୍ବାଚନର ଫଳାଫଳ ସାମ୍ନାକୁ ଆସିଛି। ଗୋଟିଏ ପଟେ ଭାରତୀୟ ଜନତା ପାର୍ଟି ହରିୟାଣାରେ ତୃତୀୟ ଥର ପାଇଁ...

ଆରଜି କର ହସପିଟାଲର ୫୦ ବରିଷ୍ଠ ଡାକ୍ତର ଦେଲେ ଇସ୍ତଫା

କୋଲକାତା,୮।୧୦: ଆନ୍ଦୋଳନରତ କନିଷ୍ଠ ଡାକ୍ତରମାନଙ୍କ ସମର୍ଥନରେ ଆରଜି କର କଲେଜ ଏବଂ ହସପିଟାଲର ୫୦ ବରିଷ୍ଠ ଡାକ୍ତର ଇସ୍ତଫା ଦେଇଛନ୍ତି। ମହିଳା ଟ୍ରେନିଂ ଡାକ୍ତରଙ୍କୁ ବଳାତ୍କାର...

ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଙ୍କୁ ନେଇ ଉଦ୍ଧବ ଠାକରେଙ୍କ ବଡ଼ ଘୋଷଣା: କଂଗ୍ରେସ-ଏନସିପି..

ପୁଣେ,୮।୧୦: ମହାରାଷ୍ଟ୍ର ନିର୍ବାଚନ ପୂର୍ବରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଏକ ବଡ଼ ଘୋଷଣା କରିଛନ୍ତି। ସେ କହିଛନ୍ତି, ମହାରାଷ୍ଟ୍ରକୁ ବଞ୍ଚାଇବା ପାଇଁ ଶିବସେନା (ଉଦ୍ଧବ...

‘ଜନତା ସଇନିଙ୍କ ଉପରେ ଦେଖାଇଲେ ଭରସା’, ହରିୟାଣା ନାୟକଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୮।୧୦: ହରିୟାଣାରେ ବିଜୟ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନାୟାବ ସଇନିଙ୍କୁ ଫୋନ୍ କରି ଶୁଭେଚ୍ଛା ଜଣାଇଛନ୍ତି। ମଙ୍ଗଳବାର ୯୦ ଆସନ ବିଶିଷ୍ଟ ହରିୟାଣା ବିଧାନସଭା...

କଂଗ୍ରେସ ପାଇଁ ଦ୍ୱିତୀୟ ‘ଛତିଶଗଡ଼’ ସାବ୍ୟସ୍ତ ହେଲା ହରିୟାଣା, ଅଙ୍କ ବିଗାଡ଼ିଦେଲା ଏସବୁ କାରଣ…

ଚଣ୍ଡିଗଡ଼,୮।୧୦: ହରିୟାଣା ନିର୍ବାଚନରେ କଂଗ୍ରେସକୁ ବଡ଼ ଝଟ୍‌କା ଲାଗିଛି। ଲଗାତର ତୃତୀୟ ଥର ଲାଗି ଭାଜପା ସରକାର ଗଠନ କରିବାକୁ ଯାଉଛି। କିନ୍ତୁ ଫଳାଫଳ ଆସିବା...

ଅମିତ ଶାହାଙ୍କ ପୁରୁଣା ଫର୍ମୁଲା ଆଗରେ କଂଗ୍ରେସ ଚିତ୍‌ପଟାଙ୍ଗ୍‌

ଚଣ୍ଡିଗଡ,୮।୧୦: ହରିୟାଣା ବିଧାନସଭା ନିର୍ବାଚନର ଫଳାଫଳ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଲଗାତାର ତୃତୀୟ ଥର ପାଇଁ ରାଜ୍ୟରେ ସରକାର ଗଠନ କରିବାକୁ ଯାଉଛି। ଏହି ଫଳାଫଳ...

ଜମ୍ମୁ-କଶ୍ମୀରରେ ଖାତା ଖୋଲିଲା ଏଏପି: ବାଜିମାରିଲେ ମେହରାଜ

ଶ୍ରୀନଗର,୮।୧୦: ଜମ୍ମୁ କଶ୍ମୀର ବିଧାନସଭା ନିର୍ବାଚନରେ ଆମ ଆଦମୀ ପାର୍ଟି (ଏଏପି) ନିଜର ଆକାଉଣ୍ଟ ଖୋଲିଛି। ଡୋଡା ବିଧାନସଭା ଠାରୁ ୪୭୭୦ ଭୋଟରେ ଏଏପି ପ୍ରାର୍ଥୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri