ଭୁବନେଶ୍ୱର,୨୦ା୧୨(ବ୍ୟୁରୋ): ରବିବାର ରାଜ୍ୟରେ ୩୭୨ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ବର୍ତ୍ତମାନ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୩୨,୬,୨୩୩ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି। ଏଥିମଧ୍ୟରୁ କ୍ୱାରାଣ୍ଟାଇନ୍ରୁ ୨୧୪ ଜଣ ଚିହ୍ନଟ ହୋଇଥିବା ବେଳେ ୧୫୮ ଜଣ ସ୍ଥାନୀୟ ସଂକ୍ରମିତ ଅଟନ୍ତି।
ଆଜି ଅନୁଗୋଳରୁ ସର୍ବାଧିକ ୫୦ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସୁନ୍ଦରଗଡ଼ରୁ ୪୭ ଏବଂ ଖୋର୍ଦ୍ଧାରୁ ୩୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ବାଲେଶ୍ୱରରୁ ୧୫, ବରଗଡ଼ ୧୦, ବଲାଙ୍ଗୀର ୧୨, ବୌଦ୍ଧ ୩, କଟକ ୨୬, ଦେବଗଡ଼ ୭, ଢେଙ୍କାନାଳ ୨, ଗଜପତି ୨, ଗଞ୍ଜାମ ୩, ଜଗତସିଂହପୁର ୭, ଯାଜପୁର ୧୦, ଝାରସୁଗୁଡ଼ା ୫, କଳାହାଣ୍ଡି ୮, କେନ୍ଦ୍ରାପଡ଼ା ୧୧, କେନ୍ଦୁଝର ୧୨, କୋରାପୁଟ ୧, ମାଲକାନଗିରି ୧, ମୟୂରଭଞ୍ଜ ୨୪, ନବରଙ୍ଗପୁର ୪, ନୟାଗଡ଼ ୩, ନୂଆପଡ଼ା ୧୨, ପୁରୀ ୨୮, ରାୟଗଡ଼ା ୪ ଏବଂ ସମ୍ବଲପୁରରୁ ୧୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଷ୍ଟେଟ୍ ପୋଲ୍ ସଂଖ୍ୟା ରହିଛି ୯।
ସେହିପରି ଆଜି ରାଜ୍ୟରେ ୪ ଜଣଙ୍କ ଜୀବନ ନେଇଛି କରୋନା। ଖୋର୍ଦ୍ଧା, ସମ୍ବଲପୁର, ସୁନ୍ଦରଗଡ଼ ଏବଂ ମୟୂରଭଞ୍ଜରୁ ଜଣେ ଲେଖାଏ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନାରୁ ଜଣାପଡ଼ିଛି।
ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୩୨,୬,୨୩୩ରେ ପହଞ୍ଚିଥିବା ବେଳେ ୩୨,୧,୩୦୮ଜଣ ସୁସ୍ଥ ହୋଇଛନ୍ତି। ୩୦୩୫ ଜଣ ଚିକିତ୍ସିତ ହେଉଛନ୍ତି। ୧୮୩୩ ଜଣଙ୍କ ମୃତ୍ୟୁ ଘଟିଛି।