Categories: ଜାତୀୟ

ଗୁରୁବାର ଘର ବାହୁଡ଼ିବେ ୩,୭୨୬ ଛାତ୍ରୀଛାତ୍ର-ଭାରତୀୟ…

ନୂଆଦିଲ୍ଲୀ,୩।୩ : ଅପରେଶନ ଗଙ୍ଗା ଅନ୍ତର୍ଗତ ଗୁରୁବାର ୟୁକ୍ରେନରୁ ୩,୭୨୬ ଛାତ୍ରୀଛାତ୍ର-ଭାରତୀୟଙ୍କୁ ଫେରାଇ ଅଣାଯିବ। କେନ୍ଦ୍ରୀୟ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଏହି ସୂଚନା ଦେଇଛନ୍ତି। ଏନେଇ ୧୮ଟି ବିମାନ ଉଡାଣ କରିବ।

ସେ କହିଛନ୍ତି ଯେ ବୁକାରେଷ୍ଟରୁ ୮ଟି ବିମାନ, ସୁସଓ୍ବୋ ଠାରୁ ୨ ଟି ବିମାନ, କୋସାଇସରୁ ଗୋଟିଏ ବିମାନ ଭାରତ ଅଭିମୁଖେ ଉଡ଼ାଣ କରିବ। ସେହିପରି ବୁଦ୍ଧାପେଷ୍ଟରୁ ୫ ଟି ବିମାନ ଏବଂ ରିଜଜୋରୁ ୩ ଟି ବିମାନ ଭାରତୀୟ ଛାତ୍ରୀଛାତ୍ର ଏବଂ ଅନ୍ୟମାନଙ୍କୁ ଏୟାର ଲିଫ୍ଟ କରିବ।

Share