ଲଣ୍ଡନ, ୯।୮ : ଜଳବାୟୁ ପରିବର୍ତ୍ତନ ଯୋଗୁ ପୃଥିବୀରେ ୩୭୫ ପ୍ରକାର ସଂକ୍ରାମକ ରୋଗ ସୃଷ୍ଟି ହୋଇଛି। ସେଥିମଧ୍ୟରୁ ୨୧୮ଟି ରୋଗ ବିପଜ୍ଜନକ ବୋଲି ପ୍ରକାଶିତ ଏକ ସର୍ଭେ ରିପୋର୍ଟରେ ଉଲ୍ଲେଖ କରାଯାଇଛି। ନେଚର ପତ୍ରିକାରେ ଏହା ପ୍ରକାଶିତ ହୋଇଛି। ଓ୍ବିକ୍ସୋନ୍ସିନ୍ ମେଡ଼ିସିନ୍ ବିଶ୍ୱ ବିଦ୍ୟାଳୟର ଗ୍ଲୋବାଲ ହେଲଥ୍ ଇନଷ୍ଟିଚ୍ୟୁଟର ନିର୍ଦ୍ଦେଶକ ଜେନାଥନ୍ ପାଟଜ୍ କହିଛନ୍ତି ଯେ, ଜଳବାୟୁ ପରିବର୍ତ୍ତନ ସହିତ ବିଭିନ୍ନ ରୋଗ ଯୋଗୁ ସଙ୍କଟ ସୃଷ୍ଟି ହେବାରେ ଲାଗିଛି।
ସେହିପରି ରୋଗର ଲକ୍ଷଣ ପ୍ରକାଶରେ ମଧ୍ୟ ପରିବର୍ତ୍ତନ ହେବାରେ ଲାଗିଛି। ଏହା ଅତ୍ୟନ୍ତ ଚିନ୍ତା ଜନକ ବିଷୟ ବୋଲି ସେ କହିଛନ୍ତି। ରିପୋର୍ଟରେ କୁହାଯାଇଛି ଜଳବାୟୁ ପରିବର୍ତ୍ତନ ଯୋଗୁ ୯ ଟି ରୋଗ କମ୍ ବିପଜ୍ଜନକ ହୋଇଛି।