ଭୁବନେଶ୍ୱର, ୨୪।୯ (ବ୍ୟୁରୋ): ଓଡ଼ିଶାରେ ଗୁରୁବାର ୩ ହଜାର ୭୭୯ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଫଳରେ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ଏକ ଲକ୍ଷ ୬୧ ହଜାର ୪୪ ଜଣ ଲୋକ କରୋନାରୁ ସୁସ୍ଥ ହୋଇଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ୍ ଯୋଗେ ସୂଚନା ଦିଆଯାଇଛି। ଗୁରୁବାର ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୫୫୦ ଜଣ ଆକ୍ରାନ୍ତ ଆରୋଗ୍ୟ ହୋଇଛନ୍ତି। ଏହାପଛକୁ କଟକରୁ ୪୨୭ ଜଣ, ପୁରୀ ୧୫୮, ବାଲେଶ୍ୱର ୧୫୫, ବରଗଡ଼ ୧୫୨, ଝାରସୁଗୁଡ଼ା ୧୫୨, କନ୍ଧମାଳ ୧୩୫, ମୟୂରଭଞ୍ଜ ୧୩୫, ସମ୍ବଲପୁର ୧୨୭, ରାୟଗଡ଼ା ୧୧୮, ଯାଜପୁର ୧୧୩, ଜଗତ୍ସିଂହପୁର ୧୦୫, ଗଞ୍ଜାମ ୯୯, ବଲାଙ୍ଗୀର ୯୮, ଭଦ୍ରକ ୯୨, ନବରଙ୍ଗପୁର ୮୧, ନୂଆପଡ଼ା ୭୭, କେନ୍ଦୁଝର ୭୬, ଢେଙ୍କାନାଳ ୭୪, କେନ୍ଦ୍ରାପଡ଼ା ୬୯, କୋରାପୁଟ ୬୯, କଳାହାଣ୍ଡି ୬୫, ସୋନପୁର ୬୫, ସୁନ୍ଦରଗଡ଼ ୬୨, ଗଜପତି ୫୮, ନୟାଗଡ଼ ୪୭, ମାଲକାନଗିରି ୪୬, ବୌଦ୍ଧ ୪୪, ଅନୁଗୋଳ ୩୯, ଦେବଗଡ଼ରୁ ୭ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।