ଦକ୍ଷିଣ ଆଫ୍ରିକାର ବୋସଓ୍ବାନାରୁ ୩୭୮ କ୍ୟାରେଟ ହୀରାର ସନ୍ଧାନ ମିଳିଛି। ଯାହାର ଦାମ୍ ୧୧୦ କୋଟି ଟଙ୍କା। ଏହାକୁ ଗବେଷକମାନେ ଖଣିରୁ ଏହା ଖୋଜି ପାଇଛନ୍ତି। ଏହାକୁ ସବୁଠୁ ଉତ୍କୃଷ୍ଟ ମାନର ହୀରା କୁହାଯାଉଛି।
ଏହି ହୀରାକୁ ନେଇ ଲ୍ୟୁସାରା କମ୍ପାନୀର ସିଇଓ ଇରା ଥମାସ କହିଛନ୍ତି, ଏପରି ହୀରାର ସନ୍ଧାନ ମିଳିବା ୨୦୨୧ ପାଇଁ ଏକ ଖୁସିଖବର। ଥମାସଙ୍କ କହିବା ଅନୁସାରେ, ୩୭୮ କ୍ୟାରେଟ୍ ଏବଂ ୩୪୧ କ୍ୟାରେଟ ସବୁଠୁ ଭଲ ହୀରା। ଏହି ହୀରାର ସନ୍ଧାନ ପାଇବା ପାଇଁ ୧୩ ବର୍ଷ ପର୍ଯ୍ୟନ୍ତ ଖନନ କାର୍ଯ୍ୟ କରାଯିବ।
ଥୋମାସ ଆହୁରି ମଧ୍ୟ କହିଛନ୍ତି, ୩୭୮ କ୍ୟାରେଟ୍ ହୀରା ହେଉଛି ୫୫ ତମ ହୀରା ଯାହାକି ଅନ୍ତର୍ଜାତୀୟ ବଜାରରେ ଉପଲବ୍ଧ ହେବ।