ଥାନାରେ ନାବାଳିକାଙ୍କୁ ରଖି ବଳାତ୍କାର ମାମଲା: କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଲେ ଡିଜିପି

କଟକ ଅଫିସ,୩୦।୬: ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ଥାନାରେ ଜଣେ ନାବାଳିକାଙ୍କୁ ରଖି ଥାନା ଅଧିକାରୀ ବଳାତ୍କାର କରିବା ଅଭିଯୋଗର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ। ମଙ୍ଗଳବାର ଏନେଇ ଡିଜିପିଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ଏହି ଘଟଣାକୁ ନେଇ ରାଏବଗା ଥାନାରେ ଏକ ମାମଲା ରୁଜୁ ହୋଇଛି। କ୍ରାଇମବ୍ରାଞ୍ଚକୁ ଏହି ଘଟଣାର ତଦନ୍ତ ଦାୟିତ୍ୱ ପ୍ରଦାନ କରାଯାଇଛି। ତଦନ୍ତ ପାଇଁ କ୍ରାଇମବ୍ରାଞ୍ଚ ଅଧିକାରୀମାନେ ସୁନ୍ଦରଗଡ଼ ଯାଇଥିବା ଡିଜିପି ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ, ବୀରମିତ୍ରପୁର ଥାନା ଅଧିକାରୀ ଆନନ୍ଦ ଚନ୍ଦ୍ର ମାଝି ଜଣେ ନାବାଳିକାଙ୍କୁ ବଳାତ୍କାର ଏବଂ ଗର୍ଭପାତ କରିଥିବା ନେଇ ଅଭିଯୋଗ ହୋଇଥିଲା। ଏହି ମାମଲାରେ ଥାନା ଅଧିକାରୀ ମାଝିଙ୍କ ସମେତ ୬ ଜଣଙ୍କ ନାଁରେ ରାଏବଗା ଥାନାରେ ମାମଲା ରୁଜୁ ହୋଇଛି। ପୂର୍ବରୁ ଏହି ମାମଲାରେ ଥାନା ଅଧିକାରୀ ମାଝିଙ୍କୁ ଡିଜିପି ନିଲମ୍ବିତ କରିଛନ୍ତି। ଜଣେ ଡିଏସ୍‌ପି ମାମଲାର ତଦନ୍ତ କରୁଥିଲେ। କିନ୍ତୁ କ୍ରାଇମବ୍ରାଞ୍ଚକୁ ବର୍ତ୍ତମାନ ତଦନ୍ତ ଦାୟିତ୍ୱ ଦିଆଯାଇଛି।

Share