କାର୍ଯ୍ୟକ୍ଷମ ହେଉନି ୩୮ ଲକ୍ଷର କୋଠା

ବଇଣ୍ଡା, ୨୭ା୪ (ଡି.ଏନ.ଏ.): ଚୋରା ମଦ କାରବାର ରୋକିବାକୁ ଅବକାରୀ ଥାନାର ନୂଆ କାର୍ଯ୍ୟାଳୟ ନିର୍ମାଣ ହେଲା। ରାଜ୍ୟ ରାଜକୋଷରୁ ଏଥିପାଇଁ ୩୮ ଲକ୍ଷ ଟଙ୍କା ଖର୍ଚ୍ଚ କରାଗଲା। ହେଲେ ୩ବର୍ଷ ହେଲା କୋଠା ନିର୍ମାଣ ସରିଥିଲେ ମଧ୍ୟ କାର୍ଯ୍ୟକ୍ଷମ ହେଉନି ଅନୁଗୋଳ ଜିଲା ଆଠମଲ୍ଲିକ ଉପଖଣ୍ଡ ବଇଣ୍ଡା ଅବକାରୀ ଥାନାର ଏହି ନୂତନ କାର୍ଯ୍ୟାଳୟ। ଏପରି କି ଦୀର୍ଘବର୍ଷ ହେଲା ଭଡ଼ା ଘରେ ଏହି ଥାନା ଚାଲୁଥିବାବେଳେ ଆବଶ୍ୟକ ସଂଖ୍ୟକ କର୍ମଚାରୀ ନିଯୁକ୍ତି ଦିଗରେ ଦୃଷ୍ଟି ଦିଆଯାଉ ନାହିଁ। ଫଳରେ ଆଠମଲ୍ଲିକ ଉପଖଣ୍ଡରେ ଚୋରା ମଦ କାରବାର ବୃଦ୍ଧି ପାଇବାରେ ଲାଗିଛି। ଏଥିପାଇଁ ଗ୍ରାମାଞ୍ଚଳରେ ଆପରାଧିକ କାର୍ଯ୍ୟକଳାପ ବଢ଼ୁଥିବାରୁ ସାଧାରଣରେ ଅସନ୍ତୋଷ ଦେଖାଦେଇଛି।
ପ୍ରକାଶ ଯେ, ଆଠମଲ୍ଲିକ ଉପଖଣ୍ଡର ଆଠମଲ୍ଲିକ, ଠାକୁରଗଡ଼, ହଣ୍ଡପା, କିଶୋରନଗର ଓ କିଆକଟା ଥାନା ଅଞ୍ଚଳରେ ଥିବା ବଇଣ୍ଡା, ଜମ୍ବୁନାଳି, ମଧପୁର, ହିଞ୍ଜିରିଡା, ବିଲେଇନାଳି, ବୁଦୁଲିମୁଣ୍ଡା, କନ୍ଧରାମୁଣ୍ଡା, ଆମ୍ବପାଳ, ହିମିତିରା, ଜଏରାଟ, ଧଉରାପାଲି, ସଞ୍ଜାମୁରା, ରଣିଆକଟା, ଉରୁକୁଳା, ସାନହୁଲା, ପେଡିପଥର, ମଇମୁରା, ସପଘରା, ହାଟପଦା, ପତକା, ଜାମ୍ବୁଡୋଲି, ଲୁହାସିଂହା, ମାଧପୁର, ପୁରୁଣାମାଣତ୍ରି, ବାସୁଦେବପୁର, ଆଠମଲ୍ଲିକ ଓ କିଆକଟା ଆଦି ଅଞ୍ଚଳରେ ଚୋରା ମଦ କାରବାର ବୃଦ୍ଧି ପାଉଛି। ଏଠାରେ ଥିବା ଚୋରା ମଦ ବ୍ୟବସାୟୀମାନେ ବିଭିନ୍ନ ଗୁପ୍ତ ସ୍ଥାନରେ ଦେଶୀ ମହୁଲି ମଦ ରାନ୍ଧି ବ୍ୟବସାୟ କରୁଛନ୍ତି। ଚଳିତବର୍ଷ ଏହି ଅଞ୍ଚଳରେ ମାତ୍ରାଧିକ ମହୁଲ ଫୁଲ ସଂଗ୍ରହ ହୋଇଥିବା ବେଳେ ସେମାନଙ୍କୁ ଏହା ସହାୟକ ହେଉଥିବା କେତେଜଣ ଗ୍ରାମବାସୀ ପ୍ରକାଶ କରିଛନ୍ତି। ଏହାଛଡ଼ା ଅବକାରୀ ବିଭାଗ ପକ୍ଷରୁ କେବେ କେମିତି ଚଢ଼ାଉ କରାଯାଉଥିବାରୁ ଏହି ଚୋରା ମଦ ବିକ୍ରି ବନ୍ଦ ହୋଇପାରୁ ନାହିଁ। ଅବକାରୀ ବିଭାଗର କେତେଜଣ କର୍ମଚାରୀଙ୍କୁ ହାତ କରି କେତୋଟି ଦେଶୀ ମଦ ଭାଟିର କର୍ମଚାରୀମାନେ ବାଇକ୍‌ ଯୋଗେ ବିଭିନ୍ନ ଗ୍ରାମକୁ ଚୋରା ମଦ ଚାଲାଣ କରୁଥିବା ସାଧାରଣରେ ଅଭିଯୋଗ ହୋଇଛି। କିଶୋରନଗର ବ୍ଲକର ଜାମୁନାଳିଠାରେ ବଇଣ୍ଡା ଅବକାରୀ ଥାନା କାର୍ଯ୍ୟାଳୟ ନିର୍ମାଣ ହୋଇଥିଲେ ମଧ୍ୟ ତାହା ଉଦ୍‌ଘାଟନ ହୋଇପାରୁନାହିଁ। ୨୦୨୦ ଫେବୃୟାରୀରୁ କାମ ଶେଷ ହୋଇଥିଲେ ହେଁ ଏଯାଏ ପାଚେରି ସମ୍ପୂର୍ଣ୍ଣ ହୋଇନାହିଁ କି ବିଦ୍ୟୁତ୍‌ ସଂଯୋଗ ଦିଆଯାଇ ନାହିଁ। ଫଳରେ ଏକ ଭଡ଼ା ଘରେ ଏହି ଥାନା କାର୍ଯ୍ୟ କରୁଛି। ଏହା ଅଧୀନରେ କିଶୋରନଗର ବ୍ଲକର ୨୩ ପଞ୍ଚାୟତ ଥିବାବେଳେ ଦୀର୍ଘଦିନ ହେବ ଅନେକ ପଦବୀ ଖାଲିପଡିଛି। ଏବେ ଜଣେ ଅଧିକାରୀ, ଜଣେ ଏଏସ୍‌ଆଇ ଓ ଜଣେ କନଷ୍ଟେବଲ କାର୍ଯ୍ୟ କରୁଛନ୍ତି। କିନ୍ତୁ ସ୍ଥାୟୀ କାର୍ଯ୍ୟାଳୟ ନ ଥିବାରୁ ଚୋରା ମଦ ସମ୍ପର୍କରେ ଅଭିଯୋଗ କରିବାକୁ ଆସୁଥିବା ଲୋକେ କର୍ମଚାରୀଙ୍କ ଭେଟ ନ ପାଇ ଫେରିଯାଉଛନ୍ତି। ସେହିପରି ବଇଣ୍ଡା ଅଞ୍ଚଳରେ ଥିବା ଏକ ବିଦେଶୀ ମଦ ଦୋକାନର କର୍ମଚାରୀମାନେ ଅବକାରୀ ବିଭାଗର କେତେଜଣ ତଳିଆ କର୍ମଚାରୀଙ୍କୁ ହାତଗୁଞ୍ଜା ଦେଇ ମଦ ବାହାରକୁ ଚାଲାଣ କରୁଥିବା ଆଲୋଚନା ହେଉଛି। ଚୋରା ମଦ କାରବାର ରୋକିବା ସହ ବଇଣ୍ଡା ଅବକାରୀ ଥାନାକୁ ଉଦ୍‌ଘାଟନ କରିବା ପାଇଁ ଅଞ୍ଚଳବାସୀ ଗତ ୨୫ ମେ’ ୨୦୨୨ ଓ ୨୩ ଫେବୃୟାରୀ ୨୦୨୩ରେ ଆଠମଲ୍ଲିକ ବିଧାୟକ, ଅନୁଗୋଳ ଜିଲା ଅବକାରୀ ନିରୀକ୍ଷକ, ରାଜ୍ୟ ଅବକାରୀ ମନ୍ତ୍ରୀ, ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ଦେଇଥିଲେ ମଧ୍ୟ ଏଯାଏ ସୁଫଳ ମିଳିନାହିଁ । ଏ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିବା ବେଳେ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦିଆଯିବାକୁ ସାଧାରଣରେ ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସୋସିଆଲ ମିଡିଆରେ ଭାଇରାଲ ହେଉଛି ଭିଡିଓ: ହାତୀ ବଦଳରେ ବନ କର୍ମଚାରୀଙ୍କ ଠାରେ  ରେଡିଓକୋଲାର ଲାଗିଲେ…. 

ବଣାଇଁ,୨୧।୯(ପ୍ରଦୀପ ତ୍ରିପାଠୀ): ଏକ ଗୋଠଛଡା ଦନ୍ତା ପାଇଁ ବଣାଇଁ ଆଖାପାଖର ପ୍ରାୟ ୨୪ଟି ଗ୍ରାମର ଲୋକେ ଦୀର୍ଘଦିନ ଧରି ଆତଙ୍କିତ ଅଛନ୍ତି । ବଣାଇଁ ବନାଞ୍ଚଳରେ...

ପାଟଣାକୁ ସବ୍‌ଡିଭିଜନ ଘୋଷଣା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

ପାଟଣା,୨୧।୯(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ନିର୍ବାଚନମଣ୍ଡଳୀ ମୁଖ୍ୟାଳୟକୁ ସବ୍‌ ଡିଭିଜନ(ଉପଖଣ୍ଡ)ଘୋଷଣା ଦାବି ହୋଇଛି। ଏ ନେଇ ଶନିବାର ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକଙ୍କ...

ଜନ୍ମମାଟିରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ପ୍ରତି ପଞ୍ଚାୟତରେ ହେବ…

କେନ୍ଦୁଝର,୨୧ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): ମୁଖ୍ୟମନ୍ତ୍ରୀ ମୋହନ ମାଝୀ ତିନିଦିନିଆ ଗସ୍ତରେ ଆସି ଶନିବାର ଦିତୀୟ ଦିନ ସକାଳେ ସ୍ଥାନୀୟ କେନ୍ଦୁଝର ଷ୍ଟାଡିୟମକୁ ଯାଇ ସ୍ଥାନୀୟ ଯୁବକ,...

ଘରୁ ମିଳିଥିଲା ନଗଦ ୪୫ ଲକ୍ଷ ଟଙ୍କା, କୋଟିଏ ଟଙ୍କାର ବ୍ୟାଙ୍କ ଡିପୋଜିଟ୍: ବନ୍ଧାହେଲେ କୁବେର ଯନ୍ତ୍ରୀ

ବାଲେଶ୍ୱର,୨୧।୯: ବାଲେଶ୍ୱର ଗ୍ରାମ୍ୟ ଉନ୍ନୟନ ବିଭାଗ ମୁଖ୍ୟ ଯନ୍ତ୍ରୀଙ୍କ ଏନ୍‌ଭି ହରିହର ରାଓଙ୍କୁ ବାନ୍ଧିଲା ପୋଲିସ। ଆୟ ବର୍ହିଭୂତ ସଂପତ୍ତି ଠୁଳ ମାମଲାରେ ତାଙ୍କଚ ଭିଜିଲାନ୍ସ...

ପୁଣି ବିଜେଡିକୁ ଫେରିବାକୁ ଚାହୁଁଛନ୍ତି ପୂର୍ବତନ ବିଧାୟକ: ହାଇକମାଣ୍ଡଙ୍କୁ ଲେଖିଲେ ଚିଠି

ଘସିପୁରା,୨୧।୯(ନିରଞ୍ଜନ ସାହୁ):କେନ୍ଦୁଝର ଜିଲା ଆନନ୍ଦପୁର ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ଭାଗୀରଥି ସେଠୀ ପୁଣି ବିଜେଡିକୁ ଫେରିବେ। ୨୦୨୪ ସାଧାରଣ ନିର୍ବାଚନରେ ଟିକେଟ ମିଳି ନ ଥିବାରୁ...

ଗଛରେ ଝୁଲୁଛି ୨ ମୃତଦେହ

ସାଲେପୁର,୨୧ା୯(ଅରବିନ୍ଦ ଭୂୟାଁ): କଟକ ଜିଲା ସାଲେପୁର ବ୍ଲକ ଅନ୍ତର୍ଗତ ବାହାବଳପୁର ଗ୍ରାମରେ ଥିବା ଚାକୁଣ୍ତା ବଣରେ ଶନିବାର ସକାଳୁ ଏକ ଗଛରେ ବେକରେ ଗାମୁଛା ଓ...

ଟ୍ରେଲର ପଛରେ ପିଟିହେଲା ବସ୍‌, ୧୦ ଆହତ

କଟକ,୨୧ା୯: କଟକର ଏନ୍‌ଏଚ୍‌ ୧୬ ଭାଣପୁର ନିକଟରେ ଶନିବାର ଏକ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ବସ୍‌ଟି ଭାରସାମ୍ୟ ହରାଇ ଏକ ଟ୍ରେଲର ପଛରେ ପିଟି ହୋଇଯିବାରୁ...

୮ ବର୍ଷ ପରେ ଆଜି ଆରପିଡିଏସି ବୈଠକ

ଯାଜପୁର,୨୧ା୯(ହର୍ଷବର୍ଦ୍ଧନ ବେହେରା): ବିସ୍ଥାପିତ ଓ ଜମିହରାଙ୍କ ସମସ୍ୟାର ପ୍ରତିକାର ଏବଂ ପ୍ରଭାବିତ ଅଞ୍ଚଳର ଉନ୍ନୟନ ପାଇଁ ପୁନର୍ବାସ ଓ ପାରିପାର୍ଶ୍ୱିକ ଉନ୍ନୟନ ଉପଦେଷ୍ଟା କମିଟି (ଆର୍‌ପିଡିଏସି)...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri